ETV Bharat / state

ମମତାଙ୍କୁ ରାଜ୍ୟସଭା ଟିକେଟ ଦେଲା ବିଜେପି: ବିଜେଡିର କହିଲା, ଶାସକ ଦଳ ଅନ୍ୟ ଦଳରୁ ନେତା ଆଣୁଛି - BJD targets BJP - BJD TARGETS BJP

BJP getting powerful by breaking BJD ! ମମତାଙ୍କୁ ରାଜ୍ୟସଭା ଟିକେଟ ଦେଲା ବିଜେପି । ବିଜେଡିର କହିଲା ଶାସକ ଦଳ ଅନ୍ୟ ଦଳରୁ ନେତା ଆଣୁଛି । କଣ ମତ ରଖିଲେ ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

ମମତାଙ୍କୁ ରାଜ୍ୟସଭା ଟିକେଟ ଦେଲା ବିଜେପି: ବିଜେଡିର କହିଲା, ଶାସକ ଦଳ ଅନ୍ୟ ଦଳରୁ ନେତା ଆଣୁଛି
ମମତାଙ୍କୁ ରାଜ୍ୟସଭା ଟିକେଟ ଦେଲା ବିଜେପି: ବିଜେଡିର କହିଲା, ଶାସକ ଦଳ ଅନ୍ୟ ଦଳରୁ ନେତା ଆଣୁଛି (ETV Bharat Odisha)
author img

By ETV Bharat Odisha Team

Published : Aug 22, 2024, 12:32 PM IST

ଭୁବନେଶ୍ବର: ମମତା ମହାନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହେବାକୁ ପ୍ରାୟ 20 ଦିନ ବିତିଗଲାଣି । ଏହା ଭିତରେ ମମତାଙ୍କୁ ବିଜେପି ରାଜ୍ୟସଭା ସାଂସଦ ପ୍ରାର୍ଥୀ ମଧ୍ୟ କରିସାରିଛି । କିନ୍ତୁ ବିଜୁ ଜନତା ଏହାକୁ ସହଜରେ ଗ୍ରହଣ କରିପାରିନାହିଁ । ବିଶ୍ଵର ବଡ଼ ରାଜନୈତିକ ଦଳ ବୋଲି କହୁଥିବା ବିଜେପି ନେତା ପୋଚିଂ କରୁଥିବା ଅଭିଯୋଗ କରିଛି ବିଜେଡି । ବର୍ତ୍ତମାନର ରାଜନୀତିରେ ଏହା କୌଣସି ଅସ୍ୱାଭାବିକ ଘଟଣା ନୁହେଁ, ଏହି ଧାରା ଚାଲିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ମମତାଙ୍କୁ ରାଜ୍ୟସଭା ଟିକେଟ ଦେଲା ବିଜେପି: ବିଜେଡିର କହିଲା, ଶାସକ ଦଳ ଅନ୍ୟ ଦଳରୁ ନେତା ଆଣୁଛି (ETV Bharat Odisha)

ବିଜେପି ଉପରେ ବର୍ଷିଲେ ଲେନିନ:-

ବିଜେଡିର ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି,"ବିଶ୍ଵର ସବୁଠାରୁ ବଡ଼ ରାଜନୈତିକ ଦଳ ବୋଲି ବିଜେପି ଦାବି କରେ । କିନ୍ତୁ ବିଜେପି ବିକଳ ଅବସ୍ଥାରେ ଅଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ବିଭିନ୍ନ ସ୍ଥାନରେ ଯେଉଁମାନେ ନିର୍ବାଚନ ଲଢ଼ୁଛନ୍ତି ବା ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ଦଳକୁ ଆଣୁଛନ୍ତି । ଗୋଟେ ପଟେ ବଡ଼ ଦଳ ଦାବି ଓ ଅନ୍ୟପଟେ ନେତା ପୋଚିଂ କରୁଛି ବିଜେପି । ଏ ଦଳରୁ 2ଟି, ସେ ଦଳରୁ ଗୋଟେ ନେଇ ଦଳର ସଂଖ୍ୟା ବିଜେପି ବଢ଼ାଉଛି । ଗଣତନ୍ତ୍ରରେ ଏହାର ପରିଭାଷା ଅଲଗା ରହିଛି । ସମୟ ନିଶ୍ଚୟ ଭାବେ ଜବାବ ଦେବ । ମମତା ନିଜର ବ୍ୟକ୍ତିଗତ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ନିଷ୍ପତ୍ତି ପଛରେ ଥିବା କାରଣକୁ ଲୋକେ ଗ୍ରହଣ କରିପାରିବେ ନାହିଁ । ଆଗାମୀ ଦିନରେ ସେମାନେ ଲୋକହସା ହେବେ ।"

କଣ ରଜନୀତି ସମୀକ୍ଷକଙ୍କ ମତ:-

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ବିଜେପିର ବର୍ତ୍ତମାନ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ମମତା ମହନ୍ତ । ପୂର୍ବରୁ ସେ ବିଜେଡ଼ିରୁ ରାଜ୍ୟସଭା ଯାଇଥିଲେ । ବିଜେଡି ଓ ରାଜ୍ୟସଭା ଆସନ ଛାଡି ମମତା ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କ ଦଳରୁ ନେତା ନେଇଯାଉଥିବା ବିଜେଡ଼ି ଅଭିଯୋଗ କରିବା ସ୍ୱାଭାବିକ କଥା । ଯେଉଁମାନେ ସରକାର ବା କ୍ଷମତାରେ ଥାନ୍ତି ସେମାନଙ୍କର ବିରୋଧୀଙ୍କ ଅପେକ୍ଷାକୃତ ଅଧିକ ସୁବିଧାଜନକ ସ୍ଥିତିରେ ଥାନ୍ତି । କ୍ଷମତାରେ ଥିବା ବେଳେ ତତ୍କାଳୀନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂଙ୍କୁ ବିଜେଡିକୁ ଆଣିଥିଲେ । ସେହିପରି ପଶ୍ଚିମ ଓଡିଶାର ଟାଣୁଆ ନେତା ସ୍ବର୍ଗତ ନବ କିଶୋର ଦାସଙ୍କୁ ମଧ୍ୟ ବିଜେଡି ଦଳକୁ ନେଇଥିଲା । ଏହାର ତାଲିକା ଅନେକ ଲମ୍ବା । ଶାସକ ଦଳ ସବୁବେଳେ ନିଜକୁ ଶକ୍ତିଶାଳୀ କରି ରଖିବାକୁ ଚଂହାନ୍ତି । ବିରୋଧୀ ଶିବିରରେ ଥିବା ଶକ୍ତିଶାଳୀ ସାମର୍ଥ୍ୟ ଥିବା ବ୍ୟକ୍ତିଙ୍କୁ ଶାସକ ଦଳ ନିଜ ସାଙ୍ଗରେ ରଖିବାକୁ ପ୍ରୟାସ କରେ । ବିଜେଡ଼ି ଓ ଅନ୍ୟ ଦଳରୁ ନେତା ଆଣି ବିଜେପି ନିଜକୁ ଶକ୍ତିଶାଳୀ କରିବାକୁ ଉଦ୍ୟମକୁ ସ୍ୱାଭାବିକ ପ୍ରକ୍ରିୟା ବୋଲି ବିବେଚନା କରାଯାଇପାରେ ।"

ଏହା ମଧ୍ୟ ପଢନ୍ତୁ :- ଗଞ୍ଜାମ ମଦମୃତ୍ୟୁ ନେଇ ପୁଣି କମ୍ପିଲା ବିଧାନସଭା: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, ସାଢେ 11ଟା ଯାଏ ଗୃହ ମୁଲତବୀ - ODISHA ASSEMBLY SESSION

ବିଜେପି ନିଜକୁ ଆହୁରି ସଶକ୍ତ କରିବାକୁ ଚାହେଁ :-

ସେ ଆହୁରି ମଧ୍ୟ କହିଛନ୍ତି,"ବିଜେପି ପ୍ରଥମ ଥର ଲାଗି ଓଡ଼ିଶାରେ ଏକକ ସରକାର କରିଛି । 3 ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ବିଜେପି ପାଖରେ ବିଧାୟକ ସଂଖ୍ୟା 81 । ସରକାର ଗଢିବାକୁ ଆବଶ୍ୟକ ମ୍ୟାଜିକ ସଂଖ୍ୟାରୁ ମାତ୍ର 8 ଟି ସଂଖ୍ୟା ଅଧିକ । ତେଣୁ ସରକାର କେଉଁଭଳି ସ୍ଥିତିରେ ଅନୁମାନ କରାଯାଇପାରେ । ଓଡିଶା ପରି କେନ୍ଦ୍ରରେ ମଧ୍ୟ ମୋଦୀ ସରକାର ସ୍ଥିତି ସମାନ ରହିଛି । ତେଣୁ ଅନ୍ୟ ଦଳକୁ ଭାଙ୍ଗି ସେମାନେ ସଶକ୍ତ ହେବାକୁ ଚାହୁଁଛନ୍ତି । ଦଳକୁ ସମୃଦ୍ଧ ଓ ମଜବୁତ କରିବା ଲାଗି ବିଜେପି ରାଜ୍ୟ ଓ କେନ୍ଦ୍ରରେ ପ୍ରୟାସ କରୁଛି । ଅନ୍ୟ ଦଳରୁ ଆଣି ଦଳକୁ ସମୃଦ୍ଧ କରିବାକୁ ବିଜେପି ଚେଷ୍ଟା କରୁଛି । ଯେଉଁମାନେ ଭାଙ୍ଗି ହେବେ ସେମାନଙ୍କୁ ଦଳରେ ସାମିଲ କରିବା ଲାଗି ଉଦ୍ୟମ ଜାରୀ ରହିବ । ରାଜନୀତିରେ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଆଶା କରିବା ବୃଥା । ଏହା ଅସ୍ୱାଭାବିକ ନୁହେଁ, ଏହି ଧାରା ରାଜନୀତିରେ ଚାଲିଛି ।"
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.