ETV Bharat / state

ଆଜିଠୁ ମୋହନ ସରକାର: ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ, ବାଚସ୍ପତି ହେବେ ସୁରମା ପାଢୀ - Odisha CM Oath Taking LIVE Updates

author img

By ETV Bharat Odisha Team

Published : Jun 12, 2024, 11:11 AM IST

Updated : Jun 12, 2024, 6:42 PM IST

ଅପରାହ୍ନରେ ଶପଥ ନେବେ ମୋହନ ମାଝୀ: ଆସୁଛନ୍ତି ମୋଦି ଓ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ
ଅପରାହ୍ନରେ ଶପଥ ନେବେ ମୋହନ ମାଝୀ: ଆସୁଛନ୍ତି ମୋଦି ଓ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ (ETV Bharat Odisha)

ODISHA CM OATH TAKING CEREMONY: ଭୁବନେଶ୍ୱର: ୨୪ ବର୍ଷ ଅପେକ୍ଷାର ଅନ୍ତ । ଓଡ଼ିଶାରେ ବିଜେପି ସରକାର । ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ପଦ୍ମ ଦଳ । ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବର ଜନତା ମୈଦାନରେ ମୋହନ ସରକାରର ଶପଥ ସମାରୋହ । ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ଶପଥ ନେବେ ଦୁଇ ଉପମୁଖ୍ୟମନ୍ତ୍ରୀ । ଶପଥ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨୦୨୪ରେ ସାକାର ହୋଇଛି ୨୪ ବର୍ଷର ସ୍ବପ୍ନ । ଆଜିଠୁ ଓଡ଼ିଶାରେ ଆରମ୍ଭ ହେଉଛି ବିଜେପି ସରକାର । କେନ୍ଦୁଝରରୁ ଚାରି ଚାରି ଥରର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ରାଜ ପରିବାର ଦାୟଦ, ପାଟଣାଗଡ଼ ବିଧାୟକ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ାରୁ ପ୍ରଥମ ଥର ବିଧାୟିକା ପ୍ରଭାତୀ ପରିଡ଼ା ନୂଆ ସରକାରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଜନତା ମୈଦାନରେ ଆଜି ଅପରାହ୍ନ 4ଟା 45 ମିନିଟରେ ଶପଥ ସମାରୋହ । ଶପଥ ଉତ୍ସବରେ ସାମିଲ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଉଛନ୍ତି ।

LIVE FEED

6:35 PM, 12 Jun 2024 (IST)

ବାଚସ୍ପତି ହେବେ ସୁରମା ପାଢୀ

ଆଜିଠୁ ରାଜ୍ୟରେ ନୂଆ ସରକାର । ଓଡ଼ିଶାରେ ବିଜେପି ଯୁଗ ଆରମ୍ଭ ହେଲା । ଶପଥ ଗ୍ରହଣ କଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ 2 ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟ । ନୂଆ ମନ୍ତ୍ରୀ ପରିଷଦକୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଜନତା ମଇଦାନରେ ଅନୁଷ୍ଠିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ 16 ଜଣ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ଏହି ସମୟରେ ବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି ସୁରମା ପାଢୀ ।

5:23 PM, 12 Jun 2024 (IST)

ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ବିଜେପି ସରକାର। ରାଜ୍ୟକୁ ମିିଳିଲା ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ଶପଥ ନେଲେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା । ଜନତା ମୈଦାନରେ ଅନୁଷ୍ଠିତ ଶପଥ ସମାରୋହରେ 16ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି ।

ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV BHARAT ODISHA)

4:57 PM, 12 Jun 2024 (IST)

ଶପଥ ସମାରୋହରେ ନବୀନ

ଆଉ କିଛି ସମୟର ଅପେକ୍ଷା । ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନତା ମୈଦାନରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଏଥିରେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ବିଜେପି ନେତା ଓ କର୍ମୀ । ଗତକାଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ବରିଷ୍ଠ ନେତାଙ୍କ ଟିମ୍‌ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ । ଆଜି ନବୀନ ନିବାସରେ ପହଞ୍ଚି ଶପଥ ସମାରୋହରେ ସାମିଲ ହେବାକୁ ନବୀନଙ୍କୁ ଆମନ୍ତ୍ରଣ କରିଥିଲେ ମୋହନ ମାଝୀ।

ଶପଥ ସମାରୋହରେ ନବୀନ (ETV Bharat Odisha)
ଶପଥ ସମାରୋହରେ ନବୀନ
ଶପଥ ସମାରୋହରେ ନବୀନ (ETV Bharat Odisha)

3:46 PM, 12 Jun 2024 (IST)

ଆସିଲା ମୋହନଙ୍କ ମନ୍ତିମଣ୍ଡଳର ମନ୍ତ୍ରୀ ତାଲିକା, ଜାଣନ୍ତୁ କେଉଁମାନେ ସାମିଲ?

ଆଉ ମାତ୍ର କିଛି ସମୟର ଅପେକ୍ଷା । ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଆଜି ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ସମୟରେ ନୂଆ ମନ୍ତ୍ରୀମଦଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । 8 କ୍ୟାବିନେଟ ପାହ୍ୟା ଓ 5 ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । ତେବେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ, 2 ଉପମୁଖ୍ୟମନ୍ତ୍ରୀଙ୍କ ସମେତ 8 କ୍ୟାବିନେଟ ପାହ୍ୟା ଓ 5 ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିବେ । ସୁରେଶ ପୂଜାରୀ, ରବିନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃତ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଏବଂ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ । ସେହିପରି ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବାଳସାମନ୍ତା, ଗୋକୁଳ ନନ୍ଦ ମଲ୍ଲିକ ଏବଂ ସମ୍ପଦ କୁମାର ସ୍ୱାଇଁଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱ ମିଳିଛି ।

3:36 PM, 12 Jun 2024 (IST)

ଶପଥ ସମାରୋହ ପାଇଁ ଓଡ଼ିଶା ପହଞ୍ଚିଲେ ଅମିତ ଶାହା- ପୁଷ୍କର ସିଂ

ଆଜି ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ବର୍ତ୍ତମାନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ପହଞ୍ଚିଥିବା ବେଳେ ଏବେ ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ଏହି ସମୟରେ ବିମାନବନ୍ଦରରେ ସମସ୍ତଙ୍କୁ ବିଜେପି କର୍ମାମାନେ ଭବ୍ୟ ସ୍ୱାଗତ କରିଛନ୍ତି ବିଜେପି କର୍ମୀ।

2:59 PM, 12 Jun 2024 (IST)

ଭୁବନେଶ୍ୱରରେ ପହଞ୍ଚିଲେ ଯୋଗୀ-ନିତିନ-ଭୁପେନ୍ଦ୍ର

ଆଜିଠାରୁ ଓଡ଼ିଶାରେ ମୋହନ ସରକାର । ଅପରାହ୍ନରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ବର୍ତ୍ତମାନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ପହଞ୍ଚିଥିବା ବେଳେ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓଡ଼ିଶାରେ ପହଞ୍ଚିଛନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ରାଜଦାନୀରେ ପହଞ୍ଚିଛନ୍ତି । ଏହି ସମୟରେ ବିମାନବନ୍ଦରରେ ସମସ୍ତଙ୍କୁ ବିଜେପି କର୍ମାମାନେ ଭବ୍ୟ ସ୍ୱାଗତ କରିଛନ୍ତି ।

2:41 PM, 12 Jun 2024 (IST)

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀ

ଓଡ଼ିଶାରେ ଆଜି ଠାରୁ ବିଜେପି ସରକାର ଆରମ୍ଭ । ସରକାର ଗଠନ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀ । ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ପୁରୀ ସାଂସଦ ସମ୍ବିତ ପାତ୍ର । ଶ୍ରୀମନ୍ଦିର ସିଂହଦ୍ୱାରରେ ବିଜେପିର ନେତା ମାନେ ପହଞ୍ଚିବା ପରେ ବିଜେପି କର୍ମକର୍ତ୍ତା ଓ ନେତା ସ୍ଵାଗତ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପରେ ଗୋଆ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ବେଶ ଭାଗ୍ୟବାନ ମନେ କରୁଥିବା କହିଛନ୍ତି । ତେବେ ଓଡ଼ିଶାରେ ବିଜେପିକୁ ସରକାର ଚଳାଇବା ପାଇଁ ଓଡ଼ିଶାବାସୀ ଜନାଦେଶ ଦେଇଥିବାରୁ ସେ ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ଓଡ଼ିଶା ବାସୀ ଏକ ସୁଶାସନ ପାଇବେ ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି ।

2:20 PM, 12 Jun 2024 (IST)

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ଶପଥ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହାପରେ ପ୍ରଧାନମନ୍ତ୍ରୀ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ଅପରାହ୍ନ 4.45 ମିନିଟରେ ଜନତା ମୈଦାନରେ ବିଜେପି ସରକାର ଶପଥ ସମାରୋହ ଅନୁଷ୍ଠିତ ହେବ । ଏଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ।

2:12 PM, 12 Jun 2024 (IST)

ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ନବୀନ ନିବାସରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ନବୀନ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ମୋହନଙ୍କ ସହ ଭେଟଘାଟର ଫଟୋ ସେୟାର କରିଛନ୍ତି ଏବଂ ପୋଷ୍ଟରେ ଲେଖିଛନ୍ତି, ''ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରୁଛି । ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଓଡ଼ିଶାବାସୀଙ୍କ ସେବାରେ ତାଙ୍କ ନେତୃତ୍ୱ, ଦୃଢ଼ତା ଓ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ମୋର ଆଶା ଓ ବିଶ୍ୱାସ ।''

1:13 PM, 12 Jun 2024 (IST)

ଓଡ଼ିଶାରେ ପହଞ୍ଚିଲେ 4 ମୁଖ୍ୟମନ୍ତ୍ରୀ

ଆଜି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେବେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ । ବର୍ତ୍ତମାନ ଏହି ଶପଥ ସମାରୋହରେ ସାମିଲ ହେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାଏ ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଆଜି ଭୁବନେଶ୍ବର ବିମାନବନ୍ଦରରେ ସମସ୍ତଙ୍କୁ ବିଜେପି କର୍ମୀମାନେ ଭବ୍ୟ ସ୍ୱାଗତ କରିଛନ୍ତି । ଏହି ସମୟରେ ଛତିଶଗଡ ସିଏମ କହିଛନ୍ତି, "ଆଜି ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଏକ ଖୁସିର ବିଷୟ ।" ଉଭୟ ଅପରାହ୍ନ ସାଢେ 4ଟାରେ ଜନତା ମୈଦାରେ ହେବାକୁ ଥିବା ଶପଥ ସମାରୋହରେ ହେବେ ସାମିଲ ।

12:03 PM, 12 Jun 2024 (IST)

କାରକେଡ୍ ଅଟକାଇ ଅଟୋ ଚାଳକଙ୍କ ଅଭିଯୋଗ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶପଥ ପାଠ ପୂର୍ବରୁ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍କଳ କ୍ୟାମ୍ପସରେ ଛୋଟ ଶିଶୁଙ୍କୁ ଭେଟିବା ସହ ବାଣୀ ବିହାର ଅଟୋ ଷ୍ଟାଣ୍ଡରେ ଗାଡି ଅଟକାଇ ଅଟୋ ଚାଳକଙ୍କ ଅଭିଯୋଗ ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କାନ୍ଦି କାନ୍ଦି ଦୁଃଖ ଜଣାଇଥିଲେ ମହିଳା । ଅଟୋ ଚାଳକଙ୍କ ସହ କଥା ହୋଇ ସମସ୍ୟା ବୁଝିଥିଲେ ଏବଂ ପରବର୍ତ୍ତୀ ସମୟରେ ସମସ୍ତ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ମହିଳାଙ୍କ ନମ୍ବର ଏବଂ ଠିକଣା ଲେଖିନେଲେ ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହାନ କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ।

11:43 AM, 12 Jun 2024 (IST)

ନବୀନଙ୍କୁ ଭେଟିଲେ ମୋହନ ମାଝୀ

ଶପଥ ନେବା ପୂର୍ବରୁ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ନିବାସ ଯାଇ ଭେଟିଲେ ମୋହନ । ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୋହନ । ନବୀନ ନିବାସରେ ପହଞ୍ଚି ସେ ଶପଥ ସମାରୋହରେ ସାମିଲ ହେବାକୁ ନବୀନଙ୍କୁ ଆମନ୍ତ୍ରଣ କଲେ । ନବୀନ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସହମତି ଜଣାଇଥିବା କହିଛନ୍ତି ମୋହନ । କହିଲେ ନୂଆ ସରକାର ପ୍ରତି ଆଶୀର୍ବାଦ ରହିଛି । ଉଭୟଙ୍କ ମଧ୍ୟରେ ପ୍ରାୟ 15 ମିନିଟ ହୋଇଥିଲା ଆଲୋଚନା । ସେପଟେ ଗତକାଲି ନବୀନଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲା ବିଜେପି । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ବରିଷ୍ଠ ନେତାଙ୍କ ଟିମ୍‌ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ । ଜନତା ମୈଦାନରେ ଶପତ ଗ୍ରହଣ ସମାରୋହ ହେବାକୁ ଥିବାବେଳେ ଏଥିରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ କରାଯାଇଛି ।

ନବୀନଙ୍କୁ ଭେଟିଲେ ମୋହନ ମାଝୀ
ନବୀନଙ୍କୁ ଭେଟିଲେ ମୋହନ ମାଝୀ (ETV Bharat Odisha)

11:29 AM, 12 Jun 2024 (IST)

ସାନ୍ତାଳି ସମ୍ପ୍ରଦାୟ ସଦସ୍ୟଙ୍କୁ ଭେଟିଲେ ମୋହନ ମାଝୀ

ଶପଥ ନେବା ପୂର୍ବରୁ ସାନ୍ତାଳି ସମ୍ପ୍ରଦାୟର ସଦସ୍ୟଙ୍କୁ ଭେଟିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଭୁବନେଶ୍ୱରର ମୈତ୍ରୀ ବିହାରରେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତ ପରିଡାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଏହା ପରେ ସେ ସମସ୍ତଙ୍କ ପାଦ ଧୋଇ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଛନ୍ତି ସାନ୍ତାଳି ସମ୍ପ୍ରଦାୟର ସଦସ୍ୟ ।

11:06 AM, 12 Jun 2024 (IST)

ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ସରକାରର ପ୍ରଥମ କାମ: ମୋହନ

ଶପଥ ଗ୍ରହଣ ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ‘‘ଓଡିଶା ଅସ୍ମିତା ଏବେ ସଙ୍କଟରେ, ଏହାକୁ ସୁଧାରିବା ପାଇଁ ସରକାର ଗଠନ ପରେ କାମ ଆରମ୍ଭ ହେବ । ପ୍ରଥମ କ୍ୟାବିନେଟ ବୈଠକରେ କ’ଣ ନିଷ୍ପତ୍ତି ହେବ, ତା ସମ୍ପର୍କରେ ଆପଣଙ୍କୁ ଜଣାଇ ଦିଆଯିବ । ୨୪ ବର୍ଷ ଧରି ଯେଉଁ ସରକାର ଥିଲା, ସେଥିରେ ରାଜ୍ୟର ଜନତା ଅଧା ଭୋକିଲା ରହିଥିଲେ । ଏବେ ଡବଲ ଇଞ୍ଜିନ ସରକାରରେ ମୋଦି ଗ୍ୟାରେଣ୍ଟି ଅନୁସାରେ ଲୋକଙ୍କ ସମସ୍ୟା ନିଶ୍ଚିତ ସମାଧାନ କରାଯିବ ।’’

10:54 AM, 12 Jun 2024 (IST)

ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ଅପରାହ୍ନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାବି ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ । ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୋହନ ମାଝୀ, କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା । ଅପରାହ୍ନରେ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ ସାମିଲ ହେବେ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ।

Last Updated : Jun 12, 2024, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.