ETV Bharat / state

'ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି'; ସିଇଓଙ୍କୁ ଫେରାଦ ହେଲା ବିଜେପି - Pre Poll Violence - PRE POLL VIOLENCE

BJP meet CEO aganst BJD: ଚାନ୍ଦାବାଲିରେ ବିଜେପି ଯୁବମୋର୍ଚ୍ଚା ନେତାଙ୍କ ଉପରେ ଆକ୍ରମଣ ଘଟଣା । ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ କରି ସିଇଓଙ୍କୁ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

'ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି'; ସିଇଓଙ୍କୁ ଫେରାଦ ହେଲା ବିଜେପି
'ପରାଜୟ ଭୟରେ ରକ୍ତମୁଖା ହୋଇଛି ବିଜେଡି'; ସିଇଓଙ୍କୁ ଫେରାଦ ହେଲା ବିଜେପି (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 8:27 AM IST

ଭୁବନେଶ୍ବର: ଭଦ୍ରର ଚାନ୍ଦାବାଲିରେ ପ୍ରଚାର ସାରି ଫେରୁଥିବାବେଳେ ବିଜେପି ଯୁବମୋର୍ଚ୍ଚା ନେତାଙ୍କ ଉପରେ ଆକ୍ରମଣ ଘଟଣା । ଏହି ଆକ୍ରମଣ ପାଇଁ ଶାସକ ବିଜେଡି ଦଳକୁ ଦାୟୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଭିଯୋଗ କରିଛନ୍ତି ଯେ, ପରାଜୟ ଭୟରେ ବିଜେଡି ରକ୍ତମୁଖା ହୋଇପଡିଛି । ହିଂସା ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଛି । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଏବଂ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧିମାନେ ବିଜେପିର ଯୁବ କାର୍ଯ୍ୟକର୍ତ୍ତାଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣ କରିଛନ୍ତି ।

ମନମୋହନ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଗତ ୪ ଦିନ ତଳେ ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ସାହୁ ଓ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସେହି ଚାନ୍ଦବାଲିରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗି ଦେଇଥିଲେ । ପରାଜୟର ଭୟରେ ବିଜେଡି ଏଭଳି ଅନୈତିକ ଓ ହିଂସାକାଣ୍ଡ ଭିଆଉଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏଭଳି ହିଂସାକାଣ୍ଡ ଘଟାଉଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ବିଜେପି ମୁଖ୍ୟ ଦାବି କରିଛନ୍ତି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯିବା ଆବଶ୍ୟକ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ: ରାଇରଙ୍ଗପୁରରେ ବିଜେଡ଼ିର ରୋଡ଼ ସୋ, ପ୍ରଚାର ଶେଷ ଦିନରେ ଭୋଟ ମାଗିଲେ କଳାକାର - Campaign Ends In Rairangpur

ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ଆସନରେ ରାଜ୍ୟ ବିଜେପି ସଭାପତି ମନମୋହନ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିପକ୍ଷରେ ବିଜେଡି ବ୍ୟୋମକେଶ ରାୟଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି । କାଲି ପ୍ରଚାରର ଶେଷ ଦିନ ଥିବାବେଳେ ବିଜେପି ଯୁବମୋର୍ଚ୍ଚାର ସଭାପତି ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ ଓ ଅନ୍ୟମାନେ ଯୁବ କାର୍ଯ୍ୟକର୍ତ୍ତାମାନେ ଚାନ୍ଦବାଲିରେ ମନମୋହନଙ୍କ ପାଇଁ ପ୍ରଚାର ସାରି ଫେରୁଥିଲେ । କାଞ୍ଜିଆମାଳ ପଞ୍ଚାୟତ ଧାନକୁଟା ଗାଁରେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଯୁବମୋର୍ଚ୍ଚା ସଭାପତି ଏବଂ ଅନ୍ୟମାନଙ୍କୁ ଆକ୍ରମଣ କରିବା ସହ ମୁଣ୍ଡ ଫଟାଇ ରକ୍ତାକ୍ତ କରିଦେଇଥିଲେ । ଏଥିରେ ଯୁବମୋର୍ଚ୍ଚାର ସଭାପତି ଓ ସମ୍ପାଦକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଘଟଣାରେ ବିଜେଡିର ଗୁଣ୍ଡମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କ ଦ୍ବାରସ୍ଥ ହୋଇଛନ୍ତି । ସିଇଓଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରିବା ସହ ସମସ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ଏବଂ ସେହି ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.