ETV Bharat / state

ଜୟଦେବ ଦେଖିବ ବିଗ୍ ଫାଇଟ, ନାମାଙ୍କନ ଭରିଲେ କୃଷ୍ଣଚନ୍ଦ୍ର ସଗରିଆ-ଅରବିନ୍ଦ ଢ଼ାଲି - JAYADEV ASSEMBLY CONSTITUENCY - JAYADEV ASSEMBLY CONSTITUENCY

JAYADEV ASSEMBLY CONSTITUENCY: ଜୟଦେବ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ଏବଂ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି । କହିଲେ ସୁନିଶ୍ଚିତ ବିଜୟ । ଅଧିକ ପଢନ୍ତୁ

JAYADEV ASSEMBLY CONSTITUENCY
JAYADEV ASSEMBLY CONSTITUENCY (ETV Bharat Odisha)
author img

By ETV Bharat Odisha Team

Published : May 3, 2024, 6:09 PM IST

JAYADEV ASSEMBLY CONSTITUENCY (ETV Bharat Odisha)

ନିଆଳି: ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ସମୟ ପାଖେଇ ଆସୁଥିବା ବେଳେ ଜୟଦେବ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ଓ ବିଜେପିରୁ ଅରବିନ୍ଦ ଢ଼ାଲି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିରାଟ ରୋଡ୍ ଶୋ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆସନ୍ତା ୨୫ ତାରିଖରେ ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଆସନ୍ତା ୬ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଏନେଇ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦଳର କର୍ମୀ ଓ ସମର୍ଥକମାନଙ୍କୁ ଧରି ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରୁଥିବା ସୂଚନା ମିଳିଛି । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଏବଂ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି ନିଜ ନିଜ କର୍ମୀ ଏବଂ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୟଦେବରେ କଂଗ୍ରେସକୁ ମିଳିଲା ମିଳିତ ଦଳିତ ସଙ୍ଗଠନର ବଳ - JAYADEV CONGRESS

ପ୍ରଥମେ କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ବାଲିପାଟଣାସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜା କରିବା ପରେ ସମର୍ଥକମାନଙ୍କୁ ଏକ ରୋଡ ସୋ ମାଧ୍ୟମରେ ବାଳକାଟି ମା' ଦୁଲ୍ଲାଦେବୀଙ୍କୁ ଦର୍ଶନ କରିଥିଲେ । କର୍ମୀ ସମର୍ଥକମାନଙ୍କୁ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି କୃଷ୍ଣ ଚନ୍ଦ୍ର ସଗରିଆ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ କହିଛନ୍ତି କୃଷ୍ଣଚନ୍ଦ୍ର । ସେ କହିଛନ୍ତି, "ନାମାଙ୍କନ ପତ୍ର ଦାଖଲ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ ବିଜେଡି ଓ ବିଜେପି ଦଳକୁ ବିଭିନ୍ନ ଦୁର୍ନୀତିରେ ବୁଡିବା ସହିତ ଜୟଦେବର କୌଣସି ବିକାଶ କରିନାହାଁନ୍ତି ବରଂ ବିନାଶ କରିଛନ୍ତି । ଏହି ମୁର୍ଦ୍ଦା ନେଇ କଂଗ୍ରେସ ଦଳ ଜୟଦେବ ଭୋଟରଙ୍କ ନିକଟକୁ ଯିବ ଏବଂ ବିକାଶର ସାରଥି କଂଗ୍ରେସ ଦଳ ।"

ସେହିପରି ଗତ ଦୁଇ ଥରର ବିଧାୟକ ଏବଂ ବର୍ତ୍ତମାନର ବିଜେପି ବିଧାୟକ ପ୍ରାର୍ଥୀ ଜୟଦେବ ଢାଲି ନିଜ ନେତା, କର୍ମୀ ଓ ସମର୍ଥକ ମାନଙ୍କୁ ଧରି ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ରୋଡ ସୋରେ ବାହାରିଥିଲେ । ବାଳକାଟି ସ୍ଥିତ ସୁଦର୍ଶନଙ୍କ ଦାରୁ ପୀଠରେ ପୂଜା ଅର୍ଚ୍ଚନା କରିବା ପରେ ରୋଡ ସୋ ମାଧ୍ୟମରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଭରିଥିଲେ ।

ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି ନିଜର ପ୍ରାର୍ଥୀ ପତ୍ର ଦାଖଲ ପୂର୍ବରୁ କହିଛନ୍ତି, "୨୫ ବର୍ଷ ହେବ ବିକାଶ ହୋଇନାହିଁ, ବିଜେପି ଆସିଲେ ବିକାଶ ହେବ । ଏଥର ଡବଲ ଇଞ୍ଜିନ ସରକାର ଆସିବ ଏବଂ ଜୟଦେବ ଏବଂ ଓଡ଼ିଶାର ବିକାଶ ହେବ ।" ଏଠାରେ ସୂଚନାଯୋଗ୍ୟ ଯେ ଅରବିନ୍ଦ ଢ଼ାଲି ଜୟଦେବରୁ ଦୁଇ ଥର ବିଜେଡି ଦଳରୁ ବିଧାୟକ ହୋଇଛନ୍ତି । ଏହାପରେ ପୁଣିଥରେ ୨୦୨୪ ରେ ଜୟଦେବରୁ ବିଜେପି ଦଳରୁ ଢ଼ାଲି ପ୍ରାର୍ଥୀ ହୋଇଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.