ETV Bharat / state

ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ-ପଦ୍ମନାଭ ବେହେରା - Odisha Assembly election 2024 - ODISHA ASSEMBLY ELECTION 2024

Odisha Assembly Election 2024: ସୋନପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ । ବୀରମହାରାଜପୁର ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ

ODISHA ASSEMBLY ELECTION 2024
ODISHA ASSEMBLY ELECTION 2024 (Etv Bharat)
author img

By ETV Bharat Odisha Team

Published : May 4, 2024, 12:33 PM IST

ODISHA ASSEMBLY ELECTION 2024 (Etv Bharat)

ସୋନପୁର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 9 ଜଣ ପ୍ରାର୍ଥୀ ଓ ବିରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 6 ଜଣ ପ୍ରାର୍ଥୀ ଗତକାଲି ନାମାଙ୍କନ ଭରିଥିଲେ । ସୋନପୁର ବିଧାନସଭା ଆସନ ପାଇଁ ବିଜେଡିରୁ ନିରଞ୍ଜନ ପୂଜାରୀ, ବିଜେପିରୁ ପ୍ରମୋଦ ମହାପାତ୍ର, କଂଗ୍ରେସ ଦଳରୁ ପ୍ରିୟବ୍ରତ ସାହୁ, ଜାତୀୟ ଆପନି ପାର୍ଟିରୁ ଶଶୀଭୂଷଣ ପଧାନ, ସ୍ବାଧୀନ ପ୍ରାର୍ଥୀ ସୋନାଲି ବିଶି ,ବିଏସପି ଦଳରୁ ମନ୍ଦୋଦରୀ ଛତ୍ରୀଆ ,ଏପିଆଇରୁ ସୁରଜ କୁଶଳ ସମେତ ଉତ୍ତମ ଆଙ୍କବାଡ, ବିମ୍ବାଧର ବାଗ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବଗରଡ଼ ବିଧାନସଭା ଆସନରୁ ନାମାଙ୍କନ ଭରିଲେ କଂଗ୍ରେସ-ସ୍ବାଧୀନ ପ୍ରାର୍ଥୀ - odisha assembly election 2024

ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ପଦ୍ମନାଭ ବେହେରା ,ବିଜେପିରୁ ରଘୁନାଥ ଜଗଦଲା, କଂଗ୍ରେସ ଦଳରୁ ପ୍ରଦୀପ ସେଠୀ, ବିଏସପିରୁ ରାଧାକାନ୍ତ ତାଣ୍ଡି ସମେତ ସ୍ବାଧୀନ ପ୍ରାର୍ଥୀ ଭାବେ ଆଶ୍ରୟ ମହାନନ୍ଦ ଓ ଦୟାସାଗର ମହାନନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ଯାଞ୍ଚ କରାଯିବ । ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆଗାମୀ ମେ 20 ତାରିଖରେ ଏହି ଦୁଇ ଆସନରେ ଭୋଟ ଗ୍ରହଣ ହେବ । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଶକ୍ତି ପ୍ରଦର୍ଶନ ସହ ବଣାଇରୁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥିନୀ ସେବତୀ - Bonai Assembly constituency

2019 ବିଧାନସଭା ନିର୍ବାଚନରେ ସୋନପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କ ବିଜୟ ହୋଇଥିଲା । 99ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ସେ ବିଜୟୀ ହୋଇଥିଲେ । ବିଜେପିର ଅଶୋକ କୁମାର ପୂଜାରୀ 73 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ଚିତରଞ୍ଜନ ମିଶ୍ର 23 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଚଳିତ ନିର୍ବାଚନରେ ଜନତା କାହା ଉପରେ ଭରସା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.