ETV Bharat / state

କାଲିଠୁ ବିଜେଡିର ସାପ୍ତାହେ ବ୍ୟାପି ଜନ ଜାଗରଣ ଯାତ୍ରା; ଘେରିଲେ ବିରୋଧୀ - POLITICS ON Jan Jagran Campaign

JAN JAGRAN CAMPAIGN: ଆସନ୍ତାକାଲିଠୁ ରାଜ୍ୟ ବ୍ୟାପି ବିଜେଡ଼ିର ଜନ ଜାଗରଣ ଯାତ୍ରା ଆରମ୍ଭ ହେବ । ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ନେଇ ଗାଁ ଗାଁରେ ସଚେତନ କରିବ ଦଳ । ସେପଟେ ବିଜେଡିକୁ ଘେରିଲେ ବିଜେପି ଏବଂ କଂଗ୍ରେସ । ଅଧିକ ପଢନ୍ତୁ

BJD JAN JAGRAN CAMPAIGN
BJD JAN JAGRAN CAMPAIGN (ETV Bharat Odisha)
author img

By ETV Bharat Odisha Team

Published : Aug 15, 2024, 8:09 PM IST

Updated : Aug 15, 2024, 8:18 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଜେଡିର ଜନଜାଗରଣ ଯାତ୍ରା । ସପ୍ତାହେ ବ୍ୟାପି ଚାଲିବ ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ସମ୍ପର୍କରେ ଦଳର ସମନ୍ୱୟ କମିଟି ପକ୍ଷରୁ ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ପରିଷଦ ସଭାପତି, ପୌରାଞ୍ଚଳର ମେୟର ଓ ଅଧ୍ୟକ୍ଷ ଏବଂ ବ୍ଲକ ଓ ନଗର ସଭାପତିଙ୍କୁ ଚିଠି ଲେଖାଯାଇଛି । ସେପଟେ ବିଜେଡିର ଜନଜାଗରଣକୁ ସମାଲୋଚନା କରିଛନ୍ତି ବିରୋଧୀ ।

ଜନ ଜାଗରଣ ଯାତ୍ରା (ETV Bharat Odisha)

ବିଜେପିର ପ୍ରତିଶ୍ରୁତି ପାଣିର ଗାର:

ବିଜେଡିର ସମନ୍ୱୟ କମିଟି ପକ୍ଷରୁ ଚିଠିରେ ଦର୍ଶାଯାଇଛି,"ରାଜ୍ୟରେ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩୦୦୦ ଓ ୩୫୦୦କୁ ବୃଦ୍ଧି କରିବାକୁ ବିଜେପି ନିର୍ବାଚନ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବିଜେପି ସରକାରଙ୍କ ବଜେଟରେ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟ ଭତ୍ତାଧାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଛି ।ଏହା ଦ୍ଵାରା ୫୨ ଲକ୍ଷ ଭତ୍ତାଧାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଏହି କାରଣରୁ ସମସ୍ତ ଭତ୍ତାଧାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ କାଳକ୍ଷେପଣ କରିବା ବିରୁଦ୍ଧରେ ଜନଗଣଙ୍କୁ ଜାଗ୍ରତ କରିବା ପାଇଁ ଦାୟିତ୍ଵସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡି ଅଙ୍ଗୀକାରବଦ୍ଧ ।"

ପ୍ରତୀକାତ୍ମକ ଭାବେ ଜନସଚେତନତା କାର୍ଯ୍ୟକ୍ରମ:

ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, "ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବାଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଜନସଚେତନତା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଦଳ ପକ୍ଷରୁ କାଲିରୁ ସପ୍ତାହେ ମଧ୍ୟରେ ଯେକୌଣସି ଦିନ ପ୍ରତୀକାତ୍ମକ ଭାବେ ପଞ୍ଚାୟତ ଗ୍ରାମୀଣ, ବ୍ଲକ ସ୍ତରରେ ଗ୍ରାମବାସୀ ଓ ଭତ୍ତାଧାରୀଙ୍କୁ ଅବଗତ କରିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ କରିବେ । ଏହି ଜନଜାଗରଣ କାର୍ଯ୍ୟକ୍ରମର ବିବରଣୀ ହ୍ବାଟ୍ସଆପ ନମ୍ବର ୭୬୫୫୦୫୭୬୮୫ ଜରିଆରେ ନିଜ ଅଞ୍ଚଳ ବା ନିର୍ବାଚନ ମଣ୍ଡଳୀର ନାମ ଲେଖି ଶଙ୍ଖ ଭବନକୁ ପଠାଇବାକୁ କୁହାଯାଇଛି ।"

ଏହା ମଧ୍ୟ ପଢନ୍ତୁ ....ମୋହନଙ୍କ ଅଭିଭାଷଣକୁ ଲେନିନଙ୍କ କଟାକ୍ଷ, ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ରାଜନୈତିକ ଟିପ୍ପଣୀ - BJD On CM Speech

କଟାକ୍ଷ କଲା ବିଜେପି:

ଏହାକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି,"ଓଡ଼ିଶାର ଜନତା ଜାଗିକି ଅଛନ୍ତି । ସେଥିପାଇଁ ୨୫ ବର୍ଷର ସରକାରକୁ ପରିବର୍ତ୍ତନ କରିଛନ୍ତି । ଜନ ଜାଗରଣର ଆବଶ୍ୟକତା ନାହିଁ । ବିଜେପି ଦେଇଥିବା ପ୍ରତିଶ୍ରୁତି ଠିକ ଭାବେ ପାଳନ କରୁଛୁ । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲୁ, ପାଳନ କଲୁ । ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛୁ । ଜନ ଜାଗରଣ ନୁହେଁ ଦଳକୁ ବଞ୍ଚେଇବା ପାଇଁ କର୍ମୀ ଜାଗରଣ ପାଇଁ ନବୀନ ପଟ୍ଟନାୟକ ବାହାରିଛନ୍ତି । ଆସନ୍ତା ନିର୍ବାଚନରେ ଦଳୀୟ କର୍ମୀଙ୍କୁ ଏକାଠି କରିବାକୁ ବିଜେଡି ବାହାରିଛି । କର୍ମୀମାନେ ବି ବୁଝିଲେଣି ବିଜେଡି ପାଖରେ ଆଉ କିଛି ହେବନାହିଁ । ଆସ୍ତେ ଆସ୍ତେ ସେମାନେ ଦଳ ଛାଡିବାକୁ ବସିଲେଣି । ବିଭିନ୍ନ ସମୟରେ ବିଭିନ୍ନ ବିଶିଷ୍ଟ ଲୋକ ବିଜେଡି ଛାଡୁଛନ୍ତି । ଆସନ୍ତା ଦିନରେ ବିଜେଡି ରହିବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି । "

‘ବିଜେଡି ଜାଗିକି କିଛି କରିପାରିବନି’

ସେହିପରି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସ କହିଛନ୍ତି, "ବିଜେଡି ୨୪ ବର୍ଷ ସରକାରରେ ଥିଲେ । ପ୍ରଥମ ୯ ବର୍ଷ ମେଣ୍ଟ କରି ବିଜେପି-ବିଜେଡି ଥିଲେ । ଏବେ ମିଶିଛନ୍ତି ନା ନାହିଁ ଜଣାପଡୁନାହିଁ । କେତେବେଳେ ମିଶିଯାଉଛନ୍ତି ତ କେତେବେଳେ ହାତ ଛଡା ହୋଇଯାଉଛନ୍ତି । ସରକାରରେ ମନ୍ତ୍ରୀ, ବିଧାୟକ ଓ ନେତାଙ୍କ କ୍ଷମତା କିଛି ନଥିଲା । ଏବେ ସେମାନେ ଜାଗିକି କିଛି କରିପାରିବେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 15, 2024, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.