ETV Bharat / state

ସଂସଦ ଅଧିବେଶନ ପାଇଁ ବିଜେଡି ରଣନୀତି: 'ଓ୍ବାକଅଫ ବିଲକୁ ବିରୋଧ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା' - BJD TO OPPOSE WAQF BILL

ନବୀନ ପଟ୍ଟନାୟକ ନେଲେ ବିଜେଡି ସଂସଦୀୟ ଦଳ ବୈଠକ । ସଂସଦ ଶୀତକାଳୀନ ଅଧିବେଶନ ପାଇଁ ରଣନୀତି ଚୂଡ଼ାନ୍ତ ।

ବିଜେଡି ସଂସଦୀୟ ଦଳ ବୈଠକ; ଓଡିଶାର ହକ ପାଇଁ ଜୋରଦାର ଲଢେଇ କରିବାକୁ ନବୀନଙ୍କ ଆହ୍ୱାନ
ବିଜେଡି ସଂସଦୀୟ ଦଳ ବୈଠକ; ଓଡିଶାର ହକ ପାଇଁ ଜୋରଦାର ଲଢେଇ କରିବାକୁ ନବୀନଙ୍କ ଆହ୍ୱାନ (ETV Bharat Odisha)
author img

By ETV Bharat Odisha Team

Published : Nov 23, 2024, 2:13 PM IST

ଭୁବନେଶ୍ବର: ଚଳିତମାସ 25 ତାରିଖରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ବିରୋଧୀ ଦଳ ବିଜେଡିର ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଆଗାମୀ ଅଧିବେଶନ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ପୁଣି ଥରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ଡବଲ ଇଞ୍ଜିନ ସରକାରକୁ ଘେରିବାକୁ ଖସଡ଼ା ପ୍ରସ୍ତୁତ କରିଛି ନବୀନ ବ୍ରିଗେଡ଼ ।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି," ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡିର ସମସ୍ତ ସାଂସଦଙ୍କୁ ଦଳର ସଭାପତି ଗୁରୁ ଦାଇତ୍ୱ ଦେଇଛନ୍ତି । ଓଡିଶାର ସ୍ୱାର୍ଥ ରକ୍ଷା ଓ ସାଢ଼େ 4 କୋଟି ଲୋକଙ୍କ ହକ ଏବଂ ଦାବିକୁ ଜୋରଦାର ଢଙ୍ଗରେ ଉଠେଇବାକୁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ବିଜେଡିର ସମସ୍ତ ସଦସ୍ୟ ଏକସୂତ୍ର ଓ ଏକ ଚେତନାରେ ବାନ୍ଧି ହୋଇ ଓଡିଶାବାସୀଙ୍କ ସ୍ଵାର୍ଥ ଓ ଓଡିଶାବାସୀଙ୍କ କଲ୍ୟାଣ ଜନିତ ବିଷୟ ପାର୍ଲିଆମେଣ୍ଟରେ ଉଠାଯିବ ।"

ସଂସଦରେ ଓ୍ବାକଅଫ ବିଲକୁ ବିରୋଧ କରିବ ବିଜେଡି, ସଂସଦୀୟ ଦଳ ବୈଠକ ନେଲେ ନବୀନ (ETV Bharat Odisha)
  • ବିଜେଡି ଉଠେଇବାକୁ ଥିବା ପ୍ରସଙ୍ଗ :-
    ସସ୍ମିତ ପାତ୍ର କହିଛନ୍ତି,‘‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ଦାବି ଦୋହରାଇବ ବିଜେଡି । ଏ ନେଇ ବିଜେଡି ବାରମ୍ବାର ଦାବି କରି ଆସିଛି । ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ଏନେଇ ବାରମ୍ବାର ଦାବି କରି ଆସିଛନ୍ତି । କେନ୍ଦ୍ରରେ ଥିବା ବିଜେପି ସରକାର ଏହାକୁ ବାରମ୍ବାର ଅଣଦେଖା କରି ଆସିଛି । ଡବଲ ଇଞ୍ଜିନର ଡିଣ୍ଡିମ ପିଟୁଥିବା ବିଜେପି ଏନେଇ ମୁହଁ ଖୋଲୁ ନାହାନ୍ତି । ସରକାରକୁ ଆସିଲେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବ ବୋଲି 2014 ନିର୍ବାଚନ ଇସ୍ତହାରରେ ବିଜେପି ରଖିଥିଲା । ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ଦଳ ଉଠାଇବ । ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ଏକର ଏକର ଜମି ଓ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବ । ୬ ହଜାରରୁ ଅଧିକ ଆଦିବାସୀ ଭାଇ ଭଉଣୀ ପ୍ରଭାବିତ ହେବେ ।’’
ବିଜେଡି ସଂସଦୀୟ ଦଳ ବୈଠକ; ଓଡିଶାର ହକ ପାଇଁ ଜୋରଦାର ଲଢେଇ କରିବାକୁ ନବୀନଙ୍କ ଆହ୍ୱାନ
ବିଜେଡି ସଂସଦୀୟ ଦଳ ବୈଠକ; ଓଡିଶାର ହକ ପାଇଁ ଜୋରଦାର ଲଢେଇ କରିବାକୁ ନବୀନଙ୍କ ଆହ୍ୱାନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବାରେ ମୋହନ ସରକାର ବିଫଳ କହିଲା BJD, ଜବାବ ରଖିଲା BJP

ଏହା ମଧ୍ୟ ପଢ଼ନ୍ତୁ...ଗନ୍ଧମାର୍ଦ୍ଦନ-ଆଦାନୀ ଜମି କିଣା ପ୍ରସଙ୍ଗ: ସ୍ପଷ୍ଟୀକରଣ ଲୋଡିଲା ବିଜେଡି, ଜବାବ ରଖିଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: SCBରେ ଆଉ ଜଣଙ୍କ ମୃତ୍ୟୁ, BJD ଦୋହରାଇଲା ମନ୍ତ୍ରୀଙ୍କ ଇସ୍ତଫା

  • ଓ୍ବାକଅଫ ବିଲକୁ ବିରୋଧ କରିବ ବିଜେଡି : ମୁନ୍ନା ଖାନ

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, "ଓ୍ବାକଅଫ ବିଲକୁ ବିରୋଧ କରିବ ବିଜେଡି । ଆଗାମୀ ରବିବାର ସକାଳେ ଭୁବନେଶ୍ୱର MLA କଲୋନୀରୁ ବିକ୍ଷୋଭ ଆରମ୍ଭ ହୋଇ ଭୁବନେଶ୍ୱର ରାଜଭବନ ସାମ୍ନାରେ ଧାରଣା ଦେବ ଦଳ । ଏହାସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବ । ସେହିପରି କେନ୍ଦ୍ର ସରକାରଙ୍କୁ ପାର୍ଲାମେଣ୍ଟରେ ବିରୋଧ କରିବ ବିଜେଡି । ଜାଣିଶୁଣି କେନ୍ଦ୍ର ସରକାର ବିଲ ଆଣିବାକୁ ଚେଷ୍ଟା କରୁଛନ୍ତି । WAQFର ସମ୍ପତ୍ତି ଆମ ମୁସଲିମ ଧର୍ମର ସମ୍ପତ୍ତି । ତାହାକୁ ହାତେଇ ନେଇ ବଡ଼ ବଡ଼ କମ୍ପାନୀ ମାନଙ୍କୁ ବିଜେପି ସରକାର ଟେକି ଦେବାକୁ ଚେଷ୍ଟା କରୁଛି । ଯାହାକୁ ଦଳ ବିରୋଧ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.