ETV Bharat / state

ବିଜେଡିର ନୂଆ କମିଟି ଗଠନ କରିବାକୁ ଯାଉଛନ୍ତି ନବୀନ, କେମିତି ରହିବ ସଂଗଠନର ରୂପରେଖ ? - Organizational Restructure of BJD

Organizational Restructure of BJD: ପରାଜୟର କାରଣ ଖୋଜା ଚାଲିଥିବାବେଳେ ନୂଆ କମିଟି ଗଠନ କରିବାକୁ ଯାଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । କମିଟିର ରୂପରେଖ କଣ ରହିବ ଏନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 9:01 PM IST

BJD Supremo Naveen Patnaik
BJD Supremo Naveen Patnaik (ETV Bharat Odisha)

ଭୁବନେଶ୍ବର: ବିଜେଡିର ସାଂଗଠନିକସ୍ତରରେ ଅଦଳବଦଳ ପ୍ରକ୍ରିୟା ଜାରି ରହିଛି । ବିଜେଡିର ରାଜ୍ୟସ୍ତରୀୟ ସମସ୍ତ କମିଟି ଭାଙ୍ଗିଥିବାବେଳେ ନୂଆ କମିଟି ଗଠନ ହେବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିନେ ଦୁଇ ଦିନ ମଧ୍ୟରେ ଏହି କମିଟି ଘୋଷଣା କରିବାକୁ ଯାଉଛନ୍ତି । କମିଟିର ରୂପରେଖ କଣ ରହିବ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଗତ ଦିନରେ ବିଭିନ୍ନ କାରଣରୁ ବିବାଦୀୟଙ୍କୁ ବାଦ ଓ ନିର୍ଭରଶୀଳ ନେତାଙ୍କୁ ଆଗକୁ ଆଣିଲେ ଦଳକୁ ସଫଳତା ମିଳିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ବିଜେଡିର ନୂଆ କମିଟି ଗଠନ କରିବାକୁ ଯାଉଛନ୍ତି ନବୀନ (ETV Bharat Odisha)

କ୍ଷମତାର 24 ବର୍ଷ ପରେ ରାଜନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ । ପରାଜୟର କାରଣ ଖୋଜା ଚାଲିଥିବାବେଳେ ନୂଆ କମିଟି ଗଠନ କରିବାକୁ ଯାଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳର ରାଜ୍ୟସ୍ତରୀୟ ସମସ୍ତ କମିଟି ଭାଙ୍ଗି ଦିଆଯାଇଥିବାବେଳେ ଖୁବଶୀଘ୍ର ସଂଗଠନର ପୁନର୍ଗଠନ ହେବ । ହେଲେ କମିଟିର ରୂପରେଖ ସ୍ପଷ୍ଟ ହୋଇନାହିଁ । ଦଳୀୟ ନେତାଙ୍କ ସହ ଆଲୋଚନା କରି ସଂଗଠନର ରୂପରେଖ ପ୍ରସ୍ତୁତ କରୁଛନ୍ତି ନବୀନ । ଦଳର ନିର୍ଦ୍ଦିଷ୍ଟ କିଛି ନେତାଙ୍କୁ ନେଇ ସଂଗଠନରେ ବ୍ୟାପକ ପରିମାଣର ଅସନ୍ତୋଷ ରହିଛି । ସେମାନଙ୍କୁ ସଂଗଠନ ଓ ପଦବୀରେ ନରଖିଲେ କଣ ସମସ୍ୟା ହେବ ସେନେଇ ବିଚାର ବିମର୍ଷ ନବୀନ କରୁଛନ୍ତି ।

ଦଳ ଓ ସଂଗଠନରେ ଗ୍ରହଣୀୟ ଥିବା ନେତାଙ୍କୁ ଗୁରୁ ଦାୟିତ୍ବ ମିଳିବ । ସଂଗଠନ ସମ୍ପାଦକ ବଦଳରେ କାର୍ଯ୍ୟକାରୀ ସଭାପତି ପଦ ନବୀନ ସୃଷ୍ଟି କରିବେ । ଯିଏ ନିୟମିତ ଜିଲ୍ଲା ଗସ୍ତ କରିବା ସହ ସଂଗଠନ ଲାଗି କାର୍ଯ୍ୟ କରିବ । ବିଭିନ୍ନ ବର୍ଗ ଓ ଅଞ୍ଚଳକୁ ସନ୍ତୁଷ୍ଟ କରିବା ଲାଗି ଦଳ ଏକାଧିକ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତି କରିପାରେ ।

ଏହା ବି ପଢନ୍ତୁ- ବିଜେଡିର ନୂଆ ମୁଖପାତ୍ର ଓ ମିଡିଆ ଟିମ, ସଂତୃପ୍ତଙ୍କୁ ମିଳିଲା ବଡ଼ ଦାୟିତ୍ବ

ଏନେଇ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି, "ବିଜେଡି ସାଂଗଠନିକ ସ୍ତରରେ ଅଦଳବଦଳ କରିବାକୁ ଯାଉଛି । ଏହା ସ୍ବାଗତଯୋଗ୍ୟ ପଦକ୍ଷେପ । ବିଜେଡି 25ବର୍ଷ ଧରି ଶାସକ ଦଳରେ ଥିଲା । ବର୍ତ୍ତମାନ କ୍ଷମତା ଗାଦିରୁ ବିଜେଡି ଓହ୍ଲାଇଛି । ବିରୋଧୀ ଦଳ ଭାବେ ବିଜେଡିକୁ ଦାୟିତ୍ବ ତୁଲାଇବାକୁ ପଡିବ । ନିର୍ବାଚନ ପରାଜୟକୁ ମାସେ ହୋଇଗଲାଣି । କୋର୍ସ କରେକ୍ସନ କରିବାରେ ବିଳମ୍ବ ହୋଇଗଲାଣି । ବହୁତ ଆଗରେ ପରାଜୟର ସମୀକ୍ଷା କରିବା ସହ ପଦକ୍ଷେପ ନେବାର ଥିଲା । ନିର୍ବାଚନ ବିଜେଡିର ବଡ଼ ବିପର୍ଯ୍ୟର କାରଣ ନେଇ କ୍ଲାରିଟି ଆସୁନାହିଁ । ଯେଉଁମାନେ ପରାଜୟର କାରଣ ତାଙ୍କ ବିରୋଧରେ ପଦକ୍ଷେପ ନେବାର ଥିଲା । ସେ ଦିଗରେ ବିଜେଡି ଦାମ୍ଭିକତା ଦେଖାଇ ନାହିଁ । କୌଣସି ଏକ ପରିବର୍ତ୍ତିତ ପରିସ୍ଥିତିରେ ବିଜେଡିକୁ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପଛେଇ ଦେଇଛି ।"

କୌଣସି ରାଜନୈତିକ ଦଳ କୋର୍ସ କରେକ୍ସନ କରିବା ସ୍ବାଗତଯୋଗ୍ୟ କଥା । ବିଜେଡି ବିରୋଧୀ ଦଳରେ ଭଲ ପରିସ୍ଥିତିରେ ଅଛି । କେଉଁମାନଙ୍କୁ ନିର୍ଭର କରି ଦଳ ଆଗକୁ ବଢିପାରିବ । ସବୁବେଳେ ନବୀନ ବାବୁଙ୍କୁ ନିର୍ଭର କରି ଦଳ ଆଗକୁ ବଢିପାରିବେନାହିଁ । ବର୍ତ୍ତମାନ ପଢ଼ି ପରିବର୍ତ୍ତନର ସମୟ ଆସିଛି । ପଢ଼ି ପରିବର୍ତ୍ତନ ଦିଗକୁ ବିଜେଡି ଅଗ୍ରସର ହେଉଛି । ଅଧିକ ଭରସାଯୋଗ୍ୟ ବ୍ୟକ୍ତିଙ୍କୁ ଆଗକୁ ବଢ଼େଇବାକୁ ପଡିବ । ବିବାଦୀୟଙ୍କୁ ବାଦଦେବା ଓ ନିର୍ଭରଶୀଳ ନେତାଙ୍କୁ ଆଗକୁ ବଢ଼େଇବା ଦିଗରେ ଗଲେ ବିଜେଡିକୁ ନିଶ୍ଚୟ ସଫଳତା ମିଳିବ । ଯୁବ ବର୍ଗରେ ଭଲ ନେତା ଅଛନ୍ତି । କାମ କରିବାକୁ ସ୍ପୃହା ଥିବା ନେତାଙ୍କୁ ଦାୟିତ୍ବ ଦେଲେ, ସେମାନେ ଦଳକୁ ଆଗକୁ ନେବେ । ବିଜେଡି ଠିକ ଭାବେ ଚିନ୍ତନ କରି ପଦକ୍ଷେପ ନେବା କଥା । ନିନ୍ଦିତଙ୍କୁ ବାଦ ଦେଇ କ୍ଲିନ ଇମେଜ ନେତାଙ୍କୁ ନେଇ ବିଜେଡିକୁ ଆଗକୁ ବଢିବାକୁ ପଡିବ ।

ଏହା ବି ପଢନ୍ତୁ- ନବୀନଙ୍କୁ ହରାଇ ଦିଆଯାଇଛି, ଢୋଲ ଭିତରେ ମୂଷା ଥିଲେ: ସମ୍ବିତ

ସେହିପରି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, "ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ନୂଆ ରୂପ ନେବାକୁ ଯାଉଛି । ଦଳର କିଛି କମିଟି ଘୋଷଣା ହୋଇଛି । ଆଉ କିଛି କମିଟି ଖୁବଶୀଘ୍ର ଘୋଷଣା ହେବ । କମିଟିକୁ ନେଇ ବିଜୁ ଜନତା ଦଳକୁ ଆହୁରି ଅଧିକ ଚଳଚଞ୍ଚଳ କରାଯିବ । ରାଜ୍ୟ ସ୍ତରୀୟ କମିଟି ମଧ୍ୟ ବିଜେଡି ସଭାପତି ଘୋଷଣା କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.