ETV Bharat / state

ବିଜେଡ଼ିର ପ୍ରାର୍ଥୀ ଘୋଷଣା ପରେ ସରଗରମ ବରଗଡ଼ ରାଜନୀତି - BJD START CAMPAIGN - BJD START CAMPAIGN

GENERAL ELECTION 2024: ବରଗଡ ଜିଲ୍ଲାର ୫ଟି ବିଧାନସଭା ଆସନରୁ ୪ଟି ଆସନ ପାଇଁ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହାରି ଭିତରେ ଆରମ୍ଭ ହୋଇଛି ଦଳୀୟ ପ୍ରଚାର ପ୍ରସାର କର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ବିଜେଡ଼ିର ପ୍ରାର୍ଥୀ ଘୋଷଣା ପରେ ସରଗରମ ବରଗଡ଼ ରାଜନୀତି

author img

By ETV Bharat Odisha Team

Published : Mar 28, 2024, 7:59 PM IST

ବିଜେଡ଼ିର ପ୍ରାର୍ଥୀ ଘୋଷଣା ପରେ ସରଗରମ ବରଗଡ଼ ରାଜନୀତି

ବରଗଡ: ଚଳିତ ସାଧାରଣ ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜ୍ୟ ରଜନୀତି । ସେପଟେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ସାରିଥିବା ବେଳେ ବିଭିନ୍ନ ଦଳ ନିଜର ପ୍ରାର୍ଥୀ ଘୋଷଣା ଜାରି ରଖିଛନ୍ତି । ଗତକାଲି ବିଜେଡ଼ି ଦୁଇଟି ପର୍ଯ୍ୟାୟରେ ବିଧାନସଭା ଏବଂ ଲୋକସଭା ପାଇଁ ଦଳୀୟ ପ୍ରର୍ଥୀ ଘୋଷଣା କରିଥିଲା ।ବରଗଡ ଜିଲ୍ଲାର 5ଟି ବିଧାନସଭା ଆସନରୁ କେବଳ ପଦ୍ମପୁର ଆସନକୁ ଛାଡି ଅନ୍ୟସବୁ ବିଧାନସଭା ଆସନର ବିଜେଡ଼ି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

ବରଗଡ ଜିଲ୍ଲାର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ 4 ଗୋଟି ବିଧାନସଭା ଆସନ ପାଇଁ ବିଜେଡି ଦଳ ତାର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବରଗଡ ବିଧାନସଭା ଆସନ ପାଇଁ ବିଜେଡି ଦଳ ପୁଣି ଥରେ ଦେବେଶ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଥିବା ବେଳେ ଅତାବିରା ବିଧାନସଭା ଆସନ ପାଇଁ ସ୍ନେହାଙ୍ଗିନି ଛୁରିଆ ,ଭଟଲି ବିଧାନସଭା ଆସନ ପାଇଁ ସୁଶାନ୍ତ ସିଂ, ବିଜେପୁର ବିଧାନସଭା ଆସନ ପାଇଁ ରୀତା ସାହୁଙ୍କୁ ଦଳ ପୁଣି ଭରଷା କରିଛି ।

ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନାମ ପୁଣି 2024 ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତଳିପଡା ସ୍ଥିତ ଦେବୀ ମା' ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ପୂଜା କରି ପ୍ରଚାର ଆରମ୍ଭ କରିଛନ୍ତି ।ସେହିପରି ବିଜେପୁର ଆସନ ପାଇଁ ମଧ୍ୟ ପୁଣି ଟିକେଟ ପାଇଥିବା ରୀତା ସାହୁ ଟିକେଟ ପାଇ ମୁଖ୍ୟମନ୍ତ୍ରୀଙ୍କ ଠାରେ କୃତଜ୍ଞତା ଜଣାଇବା ସହିତ ସେ ବିଜେପୁର ନିର୍ବାଚନ ମଣ୍ଡଳୀର ବିକାଶ ଓ ଉନ୍ନତିର ସହିତ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ନିଶ୍ଚିତ ରୂପେ କରିବେ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ଅପରାଜିତା - Aparajita Sarangi Visits Sri Mandir

ଆସନ୍ତା ମେ ୨୦ ତାରିଖରେ ବରଗଡ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ମତଦାନ ପ୍ରକ୍ରିୟା । ୨୬ ଏପ୍ରିଲରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏହାର ଶେଷ ତାରିଖ ମେ ୩ ରଖାଯାଇଛି ।ସେହିପରି ମେ ୬ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଥିବା ବେଳେ ମେ ୨୦ରେ ହେବ ମତଦାନ ଏବଂ ୪ ଜୁନରେ ହେବ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ବିଜେପି ଲୋକସଭା ଆସନ ପାଇଁ ତାର ଦଳୀୟ ପ୍ରାର୍ଥୀର ନାମ ଘୋଷଣା କରିଥିବା ବେଳେ ବିଧାନସଭା ଆସନ ପାଇଁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ସେପଟେ କଂଗ୍ରେସ ନିଜର କୌଣସି ପ୍ରାର୍ଥୀ ନାମ ଘୋଷଣା କରିନାହିଁ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.