ETV Bharat / state

ପ୍ରଶାନ୍ତଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ: ବିଜେଡି - BJD On Prasanta Jagdev

author img

By ETV Bharat Odisha Team

Published : May 27, 2024, 9:50 PM IST

BJD Press Meet: ମତଦାନ କେନ୍ଦ୍ରରେ ପଶି ଇଭିଏମ ଭଙ୍ଗାରୁଜା ଘଟଣା । ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ସୁରକ୍ଷା ଦେଉଥିବା ବିଜେଡିର ଅଭିଯୋଗ । ଅଧିକ ପଢନ୍ତୁ

Ipsita Sahoo Press Meet
Ipsita Sahoo Press Meet (ETV Bharat Odisha)

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେଉଛି । ଏହା ଅତ୍ୟନ୍ତ ଲଜ୍ଜାଜନକ କଥା । ବିଜେପିର ପୂର୍ବତନ ରାଜ୍ୟ ସଭାପତି ବି ଗୁଣ୍ଡାଙ୍କୁ ସୁରକ୍ଷା ଦେବା ଆଶ୍ଚର୍ଯ୍ୟଜନକ । ବିଜେପି କର୍ମୀଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ପ୍ରଶାନ୍ତ । ସେହିପରି ଗତ 25 ତାରିଖରେ ଇଭିଏମ ଭାଙ୍ଗି ଭୁବନେଶ୍ବର ସାଂସଦଙ୍କ ସହ ଫେରାର ହେଉଥିଲେ ପ୍ରଶାନ୍ତ । ଫେରାର ହେବା ସମୟରେ ପ୍ରଶାନ୍ତଙ୍କୁ ଧରିଥିଲା ପୋଲିସ । ଏଭଳି ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ବିଜେପିକୁ ଓଡ଼ିଶାବାସୀ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ପ୍ରଶାନ୍ତଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ (ETV Bharat Odisha)

ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, "ବିଗତ କିଛି ଦିନ ଭିତରେ ବିଜେପି ରକ୍ତପାତ ଓ ହିଂସା ବିଜେପିର ଆୟୁଧ ପାଲଟିଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀ ଓ ଗୁଣ୍ଡାଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ବିଜେପି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ରକ୍ଷା ଲାଗି ଆଗେଇ ଆସିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ସମୀର ମହାନ୍ତି ଲଜ୍ଜିତ ହେବା କଥା ଯେ ପ୍ରଶାନ୍ତଙ୍କୁ ରକ୍ଷା କରୁଛନ୍ତି । ମଦ୍ୟପାନ କରି ପ୍ରଶାନ୍ତ ନିଜ କାରରେ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ । ପ୍ରଶାନ୍ତଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ଏହା ପୂର୍ବରୁ ପ୍ରଶାନ୍ତ ଖୋର୍ଦ୍ଧାର ଜଣେ ବିଜେପି ନଗର ସଭାପତିଙ୍କୁ ମାଡ଼ ମାରିଥିଲେ ।"

ଏହା ବି ପଢନ୍ତୁ- ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ, ସେହି ନ୍ୟାୟ ହେଉଛି: ବିଜେପି

ସେହିପରି ଗତ 25 ତାରିଖରେ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି ଇଭିଏମ ଭାଙ୍ଗିଥିଲେ । ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ରେ ଥିବା ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତାଙ୍କ ସହ ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ସେ ସେଠାରୁ ଫେରାର ହେଉଥିଲେ । ସେହି ସମୟରେ ଯେଉଁମାନେ ଧାଡ଼ିରେ ଥିଲେ ଏବଂ ପ୍ରଶାନ୍ତଙ୍କୁ ପଛକୁ ଠେଲି ଦେଇଥିବା ଦେଖିଛନ୍ତି । ଓଡ଼ିଶା ବିଜେପିର ଲଜ୍ଜା ରହିବା ଦରକାର ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ

ପ୍ରଶାନ୍ତଙ୍କ ଭଳି ଅଭ୍ୟାସଗତ ଅପରାଧୀ ଓ ଗୁଣ୍ଡାଙ୍କୁ ରକ୍ଷା କରିବାକୁ ଆସିବ ନାହିଁ । ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଥିବା ନିର୍ବାଚନ ପର୍ଯ୍ୟଟକମାନେ ପ୍ରଥମେ ବିଜେପିରେ ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀଙ୍କ କଥା କହିବା ଉଚିତ । ଓଡ଼ିଶା ବିଜେପିର ଏଭଳି ନିମ୍ନସ୍ତରୀୟ ରାଜନୀତି ଯୋଗୁଁ ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.