ETV Bharat / state

ରାଉରକେଲା ପାଇଁ ପ୍ରସ୍ତୁତ ହେଲା ନକ୍ସା, ଜୁଏଲ ଏବଂ ଦିଲ୍ଲୀପଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ - Bjd Preparation Meeting - BJD PREPARATION MEETING

BJD PREPARATION MEETING: ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ଆରମ୍ଭ କରିଛି ଜୋରଦାର ପ୍ରୟାସ । ସୁନ୍ଦରଗଡ଼ ଲୋକସଭା ସହ ସମସ୍ତ ବିଧାନସଭା ହାତେଇବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

ରାଉରକେଲା ପାଇଁ ପ୍ରସ୍ତୁତ ହେଲା ନକ୍ସା , ଜୁଏଲ ଏବଂ ଦିଲ୍ଲୀପଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

author img

By ETV Bharat Odisha Team

Published : Apr 19, 2024, 10:25 PM IST

ରାଉରକେଲା ପାଇଁ ପ୍ରସ୍ତୁତ ହେଲା ନକ୍ସା , ଜୁଏଲ ଏବଂ ଦିଲ୍ଲୀପଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ରାଉରକେଲା: ବିଧାନସଭା ଆସନ ପାଇଁ ଦିଲ୍ଲୀପ ରାୟଙ୍କ ନାଁ ଘୋଷଣା ହେବା ପରେ ଗଡ଼ ସଜାଡ଼ୁଛନ୍ତି ସେ । ଆଜି (ଶୁକ୍ରବାର) ଦିନ ରାଉରକେଲା ନିର୍ବାଚନ ମଣ୍ଡଳୀ ଏବଂ ସୁନ୍ଦରଗଡ଼ ଲୋକସଭାକୁ ନେଇ ବସିଲା କୋର୍ କମିଟି ବୈଠକ । ଏକ ତରଫା ବିଜୟୀ ହେବା ନେଇ ବର୍ତ୍ତମାନ ବିଜେପି ଆରମ୍ଭ କରିଛି ପ୍ରସ୍ତୁତି । ନିର୍ବାଚନକୁ ନେଇ କର୍ମୀଙ୍କ ସହ ପ୍ରସ୍ତୁତି ବୈଠକ ସହ ଆଗାମୀ ନିର୍ବାଚନରେ ଦଳକୁ ବିଜୟୀ କରିବା ନେଇ ହୋଇଛି ଅଙ୍କକଷା । ଏକ ଘରୋଇ ତାରକା ହୋଟେଲରେ ବସିଲା ଦଳର ଉଚ୍ଚସ୍ତରୀୟ ବୈଠକ ।

ରାଜ୍ୟରେ ବିଜେପି ସରକାର ଗଠନ କରିବା ନେଇ ଜୁଏଲ ଓରାମ ଏବଂ ଦିଲ୍ଲୀପ ରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲି ପ୍ରିଣ୍ଟ । ବିଜେପି କହିଛି ଯେ, ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭାରେ ନିଶ୍ଚୟ ଜୟଯୁକ୍ତ ହେବୁ । ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ତଥା ସାଂସଦ ଜୁଏଲ ଓରାମ ତାଙ୍କ ବକ୍ତବ୍ୟର "ଅବ କି ବାର ୪୦୦ ପାର୍ ,କେନ୍ଦ୍ରରେ ମୋଦି ସରକାର "ରାଜ୍ୟରେ ବିଜେପି ସରକାର" ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ନିର୍ବାଚନରେ ବିଜୟୀ ହେବା ପାଇଁ ପ୍ରତି ବିଧାନସଭା କ୍ଷେତ୍ରରେ ନିର୍ବାଚନ ସଞ୍ଚାଳନ ସମିତି ଗଠନ କରିବା ସହିତ ସେଥିରେ ୩୮ ବିଭାଗ ରହିବ ଏବଂ ଏହାକୁ ସଠିକ୍ ମାର୍ଗରେ ପରିଚାଳନା କରିବା ଉପରେ ଗୁରୁତ୍ବ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ....ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି - BJP MEETS CHIEF ELECTORAL OFFICER

ସେହିପରି ସମସ୍ତ କାର୍ଯ୍ୟକର୍ତ୍ତା ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବାକୁ ପରାମର୍ଶ ଦେଇଥିଲେ ଜୁଏଲ । ସଙ୍ଗଠନ ଢାଞ୍ଚା ଉପରେ ଚର୍ଚ୍ଚା କରିବା ସହିତ ବୁଥ କମିଟି ଉପରେ ଚର୍ଚ୍ଚା କରିଥିଲେ । ସେ ତାଙ୍କ ଭାଷଣରେ ୮ ଥର ପ୍ରାର୍ଥୀ ହେବାପାଇଁ ସୁଯୋଗ ପାଇଥିବା ପ୍ରକାଶ କରିଥିଲେ । ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କ ବକ୍ତବ୍ୟରେ ସମସ୍ତେ ଆନ୍ତରିକତା ସହିତ କାମ କରିବାକୁ ପରାମର୍ଶ ଦେବା ସହିତ "ଅବ କି ବାର ରାଜ୍ୟରେ ବିଜେପି ସରକାର" ବୋଲି ଘୋଷଣା କରିଥିଲେ । ସେ ଆହୁରି କହିଥିଲେ ଯେ, ଆଗକୁ ବିଜେପିରେ ମିଶ୍ରଣର ସୁଅ ଛୁଟିବ । ଏଥର ନିଶ୍ଚିତ ସମ୍ପୂର୍ଣ୍ଣ ଜିଲ୍ଲାରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବ ଏବଂ ବିଜୟୀ ହୋଇ ଦେଶରେ ଏବଂ ରାଜ୍ୟର ବିଜେପି ସରକାର ଗଢ଼ିବ ।

ସେପଟେ ବିଜେପିରେ ବର୍ତ୍ତମାନ ଯେଉଁଭଳି ଭାବରେ ଟିକେଟକୁ ନେଇ ଆଶାୟୀ ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତାହା କିଭଳି ଏହାକୁ ଦୂର କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.