ETV Bharat / state

ପୁରୀ ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କଲା ବିଜେଡ଼ି - BJD power show in puri - BJD POWER SHOW IN PURI

BJD Power Show In Puri: ପୁରୀ ଜିଲ୍ଲାରେ କର୍ମୀ ସମ୍ମଳନୀ ଆଳରେ ବଳ ଦେଖାଇଲେ ଅରୁପ ,ରୁଦ୍ର ଓ ସଞ୍ଜୟ । ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡି ପୁଣି ବାଜିମାତ କରିବ ବୋଲି ଦୃଢକ୍ତି ପ୍ରକାଶ କଲେ ଦଳୀୟ ନେତା ।ଅଧିକ ପଢନ୍ତୁ

ପୁରୀ ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କଲା ବିଜେଡ଼ି

author img

By ETV Bharat Odisha Team

Published : Mar 29, 2024, 8:28 PM IST

ପୁରୀ ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କଲା ବିଜେଡ଼ି

ନିମାପଡ଼ା: ପୁରୀ ଜିଲ୍ଲାରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ । କର୍ମୀ ସମ୍ମଳନୀ ଆଳରେ ବଳ ଦେଖାଇଲେ ଅରୁପ ,ରୁଦ୍ର ଓ ସଞ୍ଜୟ । ଆଜି (ଶୁକ୍ରବାର) ଦିନ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ନିଜ ବାସ ଭବନ ରୁଦ୍ର ମହାରଥୀଙ୍କୁ ନେଇ ସାଙ୍ଗଠନିକ ବୈଠକ କରି ନିଜ ସପକ୍ଷରେ ମାଗିଥିବା ବେଳେ ସତ୍ୟବାଦୀରେ ବିଜେଡ଼ିର ବରିଷ୍ଠ ନେତୁତ୍ବଙ୍କୁ ନେଇ ସାଙ୍ଗଠନିକ ବୈଠକ କରିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ।

ଡେଲାଙ୍ଗ ବେରବୋଇ ଉଦୟପୁର ସ୍ଥିତ ନିଜ ବାସଭବନରେ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁରୀ ଲୋକସଭା କ୍ଷେତ୍ରରେ ବିଜେଡ଼ି କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ଆଲୋଚନା କରିଛନ୍ତି । ଡେଲାଙ୍ଗରେ ରୁଦ୍ର ସତ୍ୟବାଦୀରେ ସଞ୍ଜୟ ସାଙ୍ଗଠନିକ ବୈଠକ ନାମରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ପୁରୀ ସଂସଦୀୟ କ୍ଷେତ୍ରରେ ପୁଣି ଥରେ ବିଜେଡି ବାଜିମାତ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ଓ ସଞ୍ଜୟ ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ଦଳର ବରିଷ୍ଠ ,ଯୁବ ଓ ମହିଳା ନେତୃତ୍ବମାନେ ପୁଣି ଥରେ ବିଜେଡିକୁ କ୍ଷମତାକୁ ଆଣିବା ପାଇଁ କରାଯାଇ ଥିଲା ମାନସ ମନ୍ଥନ । ନବୀନଙ୍କ ଲୋକପ୍ରିୟତା ଓ ବିକାଶ ମୁଖୀ କାର୍ଯ୍ୟ ପିପିଲି ନିର୍ବାଚନ ମଣ୍ଡଳୀରେ ଶଙ୍ଖ ଚିହ୍ନକୁ ବିଫୁଳ ସମର୍ଥନ ମିଳିବ ବୋଲି କହିଛନ୍ତି ଅରୁପ ପଟ୍ଟନାୟକ । ସେହିପରି ସାକ୍ଷୀଗୋପାଳ ଭଳି ପୁଣ୍ୟ ମାଟି ଓ ତ୍ୟାଗର ମାଟିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ସଞ୍ଜୟଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସତ୍ୟବାଦୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ।

ଏହା ମଧ୍ୟ ପଢନ୍ତୁ ......ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ, କାଲି ଛାଡ଼ିଥିଲେ କଂଗ୍ରେସ - Surendra Singh Bhoi Joins BJD

ସେହିପରି ସଂସ୍କୃତି ସମ୍ପନ୍ନ ସତ୍ୟବାଦୀ ମାଟିର ବିକାଶ ଧାରାକୁ ବଜାୟ ରଖିବା ଓ ବିକାଶକୁ ଆଗକୁ ନେବା ସହିତ ସତ୍ୟବାଦୀକୁ ଓଡ଼ିଶାର ବିକଶିତ ନିର୍ବାଚନ ମଣ୍ଡଳୀ ଗଢି ତୋଳିବା ପାଇଁ କାମ କରିବି ବୋଲି କହିଛନ୍ତି ସଞ୍ଜୟ । ସେହିପରି ଚଳିତ ନିର୍ବାଚନ ସତ୍ୟବାଦୀ ଭୋଟର ବିଜେଡି ପ୍ରତି ସମର୍ଥନ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ । ଅନ୍ୟପଟେ ବିଜେଡିର ସୁଶାସନ ଓ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଆଗରେ ସବୁ କିଛି ଫିକା ପଡିଯିବ ବିରୋଧୀ ମାଟି ଚାଟିବେ ବୋଲି ଦଳୀୟ କର୍ମୀ କହିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.