ETV Bharat / state

ଜୟଦେବରେ ବିଜେଡିର ଶକ୍ତି ପ୍ରଦର୍ଶନ, ନିର୍ବାଚନ ପାଇଁ ଯୁଦ୍ଧଂ ଦେହି ଡାକରା - BJD power show in Jayadev - BJD POWER SHOW IN JAYADEV

BJD power show in Jayadev: ଜୟଦେବ ବାଳକାଟି ଠାରୁ ଗଡଶ୍ରୀରାମପୁର ପର୍ଯ୍ୟନ୍ତ ଭୁବନେଶ୍ବର ଲୋକସଭାର ବିଜେଡି ପ୍ରାର୍ଥୀ ମନ୍ମଥ ଓ ବିଧାୟକ ପ୍ରାର୍ଥୀ ନବକିଶୋରଙ୍କ ବିଶାଳ ବାଇକ ରାଲି । ଜୟଦେବରରୁ ୫୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହେବା ପାଇଁ ମନ୍ମଥ ଦୃଢୋକ୍ତି । ଅଧିକ ପଢନ୍ତୁ

ଜୟଦେବରେ ବିଜେଡିର ଶକ୍ତି ପ୍ରଦର୍ଶନ, ନିର୍ବାଚନ ପାଇଁ ଯୁଦ୍ଧଂ ଦେହି ଡାକରା

author img

By ETV Bharat Odisha Team

Published : Apr 12, 2024, 10:40 PM IST

Updated : Apr 13, 2024, 8:06 AM IST

ଜୟଦେବରେ ବିଜେଡିର ଶକ୍ତି ପ୍ରଦର୍ଶନ, ନିର୍ବାଚନ ପାଇଁ ଯୁଦ୍ଧଂ ଦେହି ଡାକରା

ନିଆଳି: ଜୋର ଧରିଲାଣି ନିର୍ବାଚନି ତାତି । ପ୍ରାର୍ଥୀ ଏବଂ କର୍ମୀମାନଙ୍କ ବାଇକ ରାଲି ସାଙ୍ଗକୁ କର୍ମୀ ସମ୍ମିଳନୀରୁ ବାରି ହୋଇପଡୁଛି ଏଥର ଭୁବନେଶ୍ବର ଲୋକସଭା ଏବଂ ଜୟଦେବ ବିଧାନସଭାରେ ହେବ କଡା ଟକ୍କର । ରାଜଧାନୀ ଉପକଣ୍ଠ ଜୟଦେବ ବିଧାନସଭା କ୍ଷେତ୍ରେ ଶକ୍ତି ପ୍ରଦର୍ଶନ କଲେ ବିଜେଡି ବିଧାୟକ ପ୍ରାର୍ଥାୀ ନବକିଶୋର ମଲ୍ଲିକ ଏବଂ ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ବାଳକାଟି ଠାରୁ ଗଡଶ୍ରୀରାମପୁର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରି ଚଳିତ ନିର୍ବାଚନ ପାଇଁ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଜୟଦେବ ନିର୍ବାଚନୀ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ଦଳୀୟ କର୍ମୀଙ୍କ ମନୋବଳକୁ ସୁଦୃଢ କରିଛନ୍ତି ।

ଜୟଦେବ ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ନବକିଶୋର ମଲ୍ଲିକ ଏବଂ ସାଙ୍ଗଠନିକ ଦାୟିତ୍ବରେ ଥିବା ଚନ୍ଦନ ପାତ୍ରଙ୍କ ନେତୃତ୍ବରେ ଶହ ଶହ ବାଇକ ଏବଂ ହଜାର ହଜାର ବିଜେଡି କର୍ମୀ, ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ, ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷ ପ୍ରମୁଖଙ୍କ ସହିତ ସାଂସଦ ପ୍ରାର୍ଥୀ ମନ୍ମଥ ଏବଂ ନବକିଶୋର ବାଳକାଟି ମଦନମୋହନଙ୍କ ପ୍ରଥମେ ଦର୍ଶନ କରିବା ପରେ ବାଇକ ରାଲିରେ ବାଲିଅନ୍ତା ବ୍ଲକ ଗଡଶ୍ରୀରାମସ୍ଥିତ ଫାର୍ମ ହାଉସରେ ନିକଟରେ ପହଞ୍ଚିଥିଲେ । ସେଠାରେ ଏକ କର୍ମୀ ସମାବେଶରେ ରାଜନୈତିକ ସଭା ଅନୁଷ୍ଠିତ ହୋଇଥିଲା ।

ତେବେ ଭୁବନେଶ୍ବର ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ କହିଛନ୍ତି," ଜୟଦେବ ମାଟି ଏକ ପବିତ୍ର ମାଟି । ଏ ମାଟି ଅନେକ ନେତା ତିଆରି କରିଛି । ଏଠାରେ ବାପା ସୁର ରାଉତରାୟ ବାଲିପାଟଣା ଓ ବାଲିଅନ୍ତା ବହୁତ ଭଲ ପାଆନ୍ତି । ୨୦୨୪ ନିର୍ବାଚନରେ ମୋ' ପ୍ରତି ଅକୁଣ୍ଠ ସହଯୋଗ ମିଳିବ । ୨୦୧୯ ନିର୍ବାଚନ ସମୟରେ ଜୟଦେବ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ୨୩ ହଜାର ଭୋଟ ଲିଡ୍ ଦେଇଛି । ୨୦୨୪ରେ ୫୦ହଜାରରୁ ଉର୍ଦ୍ଧ୍ବ ଭୋଟ ଲିଡ୍ ଜୟଦେବରୁ ମିଳିବ ।"

ଏହା ମଧ୍ୟ ପଢନ୍ତୁ......ଦଳ ଛାଡିଲେ ବିଜେପି ନେତା ପ୍ରଭାସ, ସାଂସଦ ସଂଗୀତା କହିଲେ ଦଳର କୌଣସି କ୍ଷତି ହେବନି - BJP Leaders Joins BJD

ସେହିପରି ଜୟଦେବ ବିଧାନସଭା ଆସନ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଜୟଦେବର ମଙ୍ଗୁଆଳ ତଥା ବିଜେଡି ସାଙ୍ଗଠନିକ ଦାୟିତ୍ବରେ ଥିବା ଚନ୍ଦନ ପାତ୍ର ବିଜେଡି କିପରି ବିଜୟୀ ହେବ,ଏଥିପାଇଁ ସ୍ବତନ୍ତ୍ର ରଣକୌଶଳ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Apr 13, 2024, 8:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.