ETV Bharat / state

ଆଜିଠୁ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ; ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ; ଗର୍ବ ଓ ଅହଂକାରରେ ଫାଟି ପଡୁଛି ବିଜେଡି କହିଲେ ମୁକେଶ ମହାଲିଙ୍ଗ - Mukesh Mahaling on assembly issue

MLAs orientation-programme Parliamentary Affairs minister Mukesh Mahaling responds: ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେଡି ଓ କଂଗ୍ରେସ ବର୍ଜ୍ଜନ ଘୋଷଣା କରିଛନ୍ତି । ଏହି ପ୍ରସଙ୍ଗରେ ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏହା ଦ୍ୱାରା ନୂଆ ବିଧାୟକଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏପଟେ ଅତିଥି ତାଲିକାରେ ସଂଶୋଧନ ପରେ ବି ବିରୋଧୀ ନଛୋଡ଼ବନ୍ଧା । ପୂର୍ବ ବୟକଟ ନିଷ୍ପତ୍ତିରେ ଅଟଳ ବିଜେଡି ଓ କଂଗ୍ରେସ । ଅଧିକ ପଢନ୍ତୁ

Parliamentary Affairs minister Mukesh Mahaling
Parliamentary Affairs minister Mukesh Mahaling (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 7:55 AM IST

Updated : Aug 17, 2024, 8:18 AM IST

ଭୁବନେଶ୍ବର: ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେଡି ଓ କଂଗ୍ରେସ ବର୍ଜ୍ଜନ ଘୋଷଣା କରିଛନ୍ତି । ପ୍ରସଙ୍ଗରେ ସାମ୍ନାକୁ ଆସିଛି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, " ଆଜି ଓ ଆସନ୍ତାକାଲି (17 ଏବଂ 18 ତାରିଖ) ଜ୍ଞାନ ସଂସ୍କାର ଅଭ୍ୟାସ କାର୍ଯ୍ୟକ୍ରମ ବିଧାନସଭାରେ ଅନୁଷ୍ଠିତ ହେବ । 84 ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ବିଧାନସଭାର ପରମ୍ପରା ଅନୁସାରେ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥାଏ । ନୂଆ ବିଧାୟକଙ୍କୁ ବିଧାନସଭାର ନୀତି ନିୟମ ବାବଦରେ ଅବଗତ କରାଯିବା ସହ ପ୍ରଶିକ୍ଷଣ ଦିଆଯାଏ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । କାର୍ଯ୍ୟକ୍ରମରେ ଲୋକସଭାର ରିସର୍ଚ୍ଚ ଅନୁଷ୍ଠାନର ଅଧିକାରୀ ପ୍ରଶିକ୍ଷଣ ଦେବେ । କାର୍ଯ୍ୟକ୍ରମରେ ବକ୍ତା ଭାବେ ବିଜେଡିର ଦୁଇ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରିଛୁ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ କରିଛୁ । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମରେ ଦେଶର ଶ୍ରେଷ୍ଠ ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ସାମିଲ ହେବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ, ଜୁଏଲ ଓରାମ ଆସିବେ । ରାଜ୍ୟସଭା ଉପାଧକ୍ଷ ହରିବଂଶ ପ୍ରସାଦ ପହଞ୍ଚି ତାଙ୍କର ଅଭିଜ୍ଞତା ବାଂଟିବେ ।"

ଏହି ବା ପଢନ୍ତୁ- ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡି-କଂଗ୍ରେସର ବର୍ଜନ, ବାଚସ୍ପତିଙ୍କୁ ଚିଠି ଲେଖିଲେ ପ୍ରମିଳା, କାଡାମ କହିଲେ ଦଳୀୟ କାର୍ଯ୍ୟକ୍ରମ ନକରନ୍ତୁ - mla orientation programme

ବିରୋଧୀ ଦଳ ନେତାଙ୍କ ସହ କଥା ହୋଇଛନ୍ତି ବାଚସ୍ପତି:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି କହିଛନ୍ତି । ଏହାର କାରଣରେ ସେମାନେ ଦର୍ଶାଇଛନ୍ତି, "କେନ୍ଦ୍ରର ବରିଷ୍ଠ ନେତାଙ୍କୁ ଡାକି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି । ଏହି ପ୍ରସଙ୍ଗରେ ବିଧାନସଭାର ବାଚସ୍ପତି ତୁରନ୍ତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି । ବିଜେଡିର ନୂଆ ବିଧାୟକ ପ୍ରଶିକ୍ଷଣ ଶିବିରରେ ସାମିଲ ହେବା ପାଇଁ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ଜରିଆରେ ଅନୁରୋଧ କରିଛନ୍ତି । ଦଳୀୟ ବିଧାୟକଙ୍କ ସହ କଥା ହେବା ପରେ କହିବେ ବୋଲି ବିରୋଧୀ ଦଳ ନେତା ବାଚସ୍ପତିଙ୍କୁ କହିଛନ୍ତି । ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ବାଚସ୍ପତିଙ୍କ ଅଫିସକୁ ଏକ ଚିଠି ହସ୍ତଗତ ହୋଇଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡିର ବିଧାୟକ ଯୋଗ ଦେବେନାହିଁ ବୋଲି ସେ ଚିଠିରେ ଦର୍ଶାଇଛନ୍ତି । ନୀତି ନିୟମ ଭିତରେ କାର୍ଯ୍ୟକ୍ରମ ହେଉନଥିବାରୁ ବିଜେଡି ସାମିଲ ହେବନାହିଁ ବୋଲି ସେ ଦର୍ଶାଇଛନ୍ତି ।"

ଏହି ବା ପଢନ୍ତୁ- ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମକୁ ବିଜେଡି ଓ କଂଗ୍ରେସର ବର୍ଜନ, ବଢିଲା ବୟାନବାଜି - MLAs Training Politics

ଗର୍ବ ଓ ଅହଂକାରରେ ଫାଟି ପଡୁଛି ବିଜେଡି :
ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆମର ଗର୍ବ । ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । କିନ୍ତୁ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି । ଏକ ସମ୍ମିଳନୀକୁ ନେଇ ମଧ୍ୟ ବିଜେଡି ରାଜନୀତି କରିବାକୁ ଚାହୁଁଛି । ଏହା ଗ୍ରହଣୀୟ ନୁହେଁ । ବିଧେୟକ ଉପରେ କେମିତି ଭାଗ ନେବାକୁ ହୁଏ ଓ ନୂଆ ବିଲ ଆଲୋଚନାରେ କେମିତି ସାମିଲ ହେବାକୁ ହୁଏ, ସେ ବାବଦରେ ବିଧାୟକ ମାନେ ଅବଗତ ହେବେ । ନୂଆ ବିଧାୟକଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରିଛି ବିଜେଡି । ଏହା ସୁସ୍ଥ ଗଣତନ୍ତ୍ରର ପରିପନ୍ଥୀ ନୁହେଁ । ଯେତେବେଳେ ଜଣେ ନୂଆ ବିଧାୟକ ବିଧାନସଭା ଆସେ, ସେ ଅନେକ ଆଶା ଆକାଂଖା ଓ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସମସ୍ୟାକୁ ଉଠାଏ । ବିଜେଡ଼ି ଜାଣିଶୁଣି ଏହାକୁ ବନ୍ଦ କରିବାକୁ ଚାହୁଁଛି । 24 ବର୍ଷ ସରକାରରେ ରହିବା ପରେ ଲୋକେ ବିଜେଡିକୁ ବିରୋଧୀ ଦଳରେ ବସେଇଛନ୍ତି ବୋଲି ସ୍ୱୀକାର କରିପାରୁନାହାନ୍ତି । ଗର୍ବ ଓ ଅହଂକାରରେ ଫାଟି ପଡୁଛନ୍ତି । ତେଣୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଏଭଳି କାର୍ଯ୍ୟରୁ ବିଜେଡି କ୍ଷାନ୍ତ ରହୁ । ନୂଆ ବିଧାୟକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦିଅନ୍ତୁ ।

ଆଜିଠୁ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଆଜିଠୁ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ETV Bharat Odisha)

ଆଜିଠୁ ଦୁଇ ଦିନିଆ ବିଧାୟକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ-

ନୁଆ ବିଧାୟକଙ୍କ ତାଲିମ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର । 17 ,18 ତାରିଖରେ ନୂଆ ବିଧାୟକ ମାନେ ତାଲିମ ନେବେ । ବିଧାନସଭାର ପୂର୍ବତନ ବିଧାୟକମାନେ ଟିପ୍ସ ଦେବେ । ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ ।ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ଭାବେରେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ନିମନ୍ତ୍ରଣ କରାଯାଇଛି ।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକମାନଙ୍କୁ ନିୟମ ଶିଖାଇବେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ସପ୍ତଦଶ ବିଧାନସଭ ର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସପ୍ତଦଶ ବିଧାନସଭାରେ ପ୍ରାୟ 84 ଜଣ ନୂଆ ନିର୍ବାଚିତ ମାନଙ୍କୁ ପ୍ରଶିକ୍ଷଣ ଦେବେ ବରିଷ୍ଠ ନେତାମାନେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 17, 2024, 8:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.