ETV Bharat / state

ଗୃହରେ ଉଠିଲା ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ, 'ମିଳୁ ପେନସନ ଓ ସୁରକ୍ଷା' - JOURNALIST ISSUE IN ASSEMBLY

ସାମ୍ବାଦିକଙ୍କ ପାଇଁ ବାହାରିଲେ ବିଧାୟକ । କାର୍ଯ୍ୟରତ ସାମ୍ବାଦିକଙ୍କ ପିତାମାତାଙ୍କ ପାଇଁ ବୀମା ଦାବି । ଲୋକସେବା ଭବନକୁ ପ୍ରବେଶ ଦାବି ଉଠାଇଲେ ବିଜେଡି ବିଧାୟକ ।

Journalist Issue In Assembly
Journalist Issue In Assembly (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 4:32 PM IST

ଭୁବନେଶ୍ବର: ସାମ୍ବାଦିକଙ୍କ ପାଇଁ ବାହାରିଲେ ବିଧାୟକ । ବିଧାନସଭାରେ ଉଠିଲା କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ । ପେନସନ ଓ ପିତାମାତାଙ୍କୁ ବୀମା ପ୍ରଦାନ ସହ କିପରି ଉଚିତ ମର୍ଯ୍ୟାଦା ମିଳିବ ସେନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଏହାସହ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ସେ ଦାବି କରିଛନ୍ତି ।

ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ:

Journalist Issue In Assembly (ETV Bharat Odisha)

ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, "ପୂର୍ବ ସରକାର ସାମ୍ବାଦିକମାନଙ୍କୁ 5 ଲକ୍ଷ ଟଙ୍କା ବୀମା ରାଶି ଦେଉଥିଲେ । ହେଲେ ତାଙ୍କ ପିତାମାତାଙ୍କ ପାଇଁ କୌଣସି ସୁବିଧା ନାହିଁ । ଏ ସରକାର ସାମ୍ବାଦିକମାନଙ୍କୁ ବୀମା ରାଶି ସହ ତାଙ୍କ ପିତାମାତାଙ୍କୁ ସାମିଲ କରନ୍ତୁ । କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦିଆଯାଉ । ଏକ ପ୍ରେସ ଏକାଡେମୀ ଗଠନ କରାଯାଉ । ପ୍ରଶାସନ ସହିତ ସାମ୍ବାଦିକମାନେ ମୁହାଁମୁହିଁ ହେଉଛନ୍ତି । କିଭଳି ଭାବେ ଭବିଷ୍ୟତରେ ଏମିତି ସ୍ଥିତି ନହେବ ସାମ୍ବାଦିକଙ୍କୁ ମର୍ଯ୍ୟାଦା ମିଳିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । "

ସେ ଆହୁରି କହିଛନ୍ତି, ମୁଁ ବି ସାମ୍ବାଦିକତା କରିଛି । ମୋର ଅଭିଜ୍ଞତାରୁ ଜାଣିଛି ଯେ, ସାମ୍ବାଦିକଙ୍କୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଚାକିରି ପରେ ସେମାନେ ପରିବାର ଚଳାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏଣୁ ପେନସନ ସୁବିଧା ପ୍ରଦାନ କରାଯାଉ । ଏଣୁ ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ବ୍ୟବସ୍ଥା କରାଯାଉ । ସାମ୍ବାଦିକ ସୁରକ୍ଷା ଆଇନ ଅଣାଯାଉ ।"

ଏହା ବି ପଢନ୍ତୁ...4 ବର୍ଷ ପରେ ‘ଲୋକସେବା ଭବନ’କୁ ପ୍ରବେଶ କଲା ଗଣମାଧ୍ୟମ, ବିଭିନ୍ନ ମହଲରେ ସ୍ବାଗତ - Lok seva Bhawan open for journalist

ଏହା ବି ପଢନ୍ତୁ...ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ, 5 ଲକ୍ଷରୁ 20 ଲକ୍ଷକୁ ବଢିବ ବୀମା ! - journalist health insurance

ଲୋକସେବାରେ ସାମ୍ବାଦିକଙ୍କ ପ୍ରବେଶ ପ୍ରସଙ୍ଗ:

ଦୀର୍ଘ 4ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ମୁକ୍ତ ହୋଇଥିଲା ରାଜ୍ୟ ପ୍ରଶାସନର ମୁଖ୍ୟାଳୟ ‘ଲୋକସେବା ଭବନ’ । ମୋହନ ସରକାରର ପ୍ରଥମ କ୍ୟାବିନେଟ ବୈଠକ ବସିବା ଅବସରରେ ଗଣମାଧ୍ୟମ ପାଇଁ ପୂର୍ବ କଟକଣାକୁ ହଟାଯାଇଥିଲା । ପୂର୍ବପରି ରାଜ୍ୟର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଗତ ଜୁନ ୧୨ ତାରିଖରେ ଲୋକସେବା ଭବନ ପ୍ରବେଶ କରି ରିପୋର୍ଟିଂ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ବେଶ ଖୁସି ପରିଲକ୍ଷିତ ହୋଇଥିଲା । 2020 ମସିହା ମାର୍ଚ୍ଚ ମାସ ଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲାଗିଥିଲା । କୋରୋନା ମହାମାରୀ ସମୟରେ ଏହି କଟକଣା ଲଗାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଏହାକୁ ପ୍ରତ୍ୟାହାର କରିନଥିଲେ ନବୀନ ସରକାର । ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ । ହେଲେ ବର୍ତ୍ତମାନ ଯଦିଓ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଛି, ତଥାପି ସବୁ ସମୟରେ ମୁକ୍ତ ଅବାଧ ଭାବେ ପ୍ରବେଶ ପାଇଁ ଏବେବି କଟକଣା ଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.