ETV Bharat / state

ଘର ବାହୁଡ଼ିବେ ବିଧାୟକ ଅରବିନ୍ଦ ଢାଲି: ଶଙ୍ଖ ଛାଡ଼ିଲେ, କାଲି ଧରିବେ ପଦ୍ମ - ଜୟଦେବ ବିଧାୟକ ଅରବିନ୍ଦ ଢାଲି

BJD MLA Arabinda Dhali Resigns: ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର ।

ବିଜେଡି ଛାଡିଲେ ଅରବିନ୍ଦ ଢାଲି
ବିଜେଡି ଛାଡିଲେ ଅରବିନ୍ଦ ଢାଲି
author img

By ETV Bharat Odisha Team

Published : Mar 2, 2024, 11:10 AM IST

Updated : Mar 2, 2024, 12:19 PM IST

ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ବର: ପୁଣି ବିଜେଡିକୁ ଝଟକା । ଦଳ ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶାସକ ଦଳରୁ ଇସ୍ତଫା ପରେ ପୁଣି ଘରକୁ ବାହୁଡିବେ । ଅର୍ଥାତ ବିଜେପିରେ ଯୋଗ ଦେବେ ଅରବିନ୍ଦ ।

ବିଧିବଦ୍ଧ ଭାବେ ବିଜେଡି ଛାଡିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ବିଧାୟକ । ପୂର୍ବରୁ ବିଜେପି ଟିକେଟରୁ ମାଲକାନଗିରିରୁ ମଧ୍ୟ ବିଧାୟକ ହୋଇଥିଲେ ଅରବିନ୍ଦ ଢାଲି । ସେ ବିଜେପି, ବିଜେଡି, ଭାରତୀୟ ଜନଶକ୍ତି ପାର୍ଟି ଏବଂ ସମାଜବାଦୀ ପାର୍ଟିରେ ରହି ଆସିଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେ ପୁଣିଥରେ ପୂର୍ବ ଦଳକୁ ଫେରିପାରନ୍ତି ଅରବିନ୍ଦ । ତେବେ କେଉଁ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି ସେନେଇ ମୁହଁ ଖୋଲି ନାହାନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ସେ ବିଜେପିରେ ସାମିଲ ହେବ । ଘର ବାହୁଡ଼ିବା ପରେ ବିଜେଡି ଛାଡିବାର କାରଣ କହିବେ ବୋଲି କହିଛନ୍ତି ଅରବିନ୍ଦ ।

ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି
ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ସୂଚନା ଅନୁସାରେ, ପ୍ରଥମେ ବିଜେପି ଟିକେଟରୁ ସେ ବିଧାୟକ ହୋଇଥିଲେ । ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ପରେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରୁ ଦୁଇଥର ବିଧାୟକ ହୋଇଛନ୍ତି । ଅରବିନ୍ଦ ପୂର୍ବରୁ 3 ଥର ମାଲକାନଗିରିରୁ ବିଧାୟକ ହୋଇଥିଲେ । ଉକ୍ତ ସିଟ ସଂରକ୍ଷିତ ହୋଇଯିବା ପରେ ଜୟଦେବରୁ ଛିଡା ହୋଇ ୨ ଥର ବିଜୟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଜୟଦେବରୁ ଜିତିଲେ ଅରବିନ୍ଦ, କହିଲେ ଅଧୁରା କାମ କରିବି ପୂରା

୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିବାକୁ ଯାଉଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି । ଅରବିନ୍ଦ ଢାଲି ଦଳ ଛାଡିବା ପରେ କହିଛନ୍ତି, "ବହୁତ ଦିନ ବାହାରେ ରହିଗଲି । ଏବେ ଘରକୁ ବାହୁଡିବି । ଏହା ପଛରେ ଜନସମର୍ଥନ ମଧ୍ୟ ରହିଛି । ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ପଠେଇ ଦେଇଛି । ଆସନ୍ତାକାଲି(ରବିବାର) ମୋ ଦଳକୁ ଫେରିଯିବି । ବିଜେଡିରୁ କାହିଁକି ଇସ୍ତଫା ଦେଲି କାଲି ବିଜେପିରେ ସାମିଲ ହେବା ପରେ କହିବି । ମନ ହେଲା, ଇସ୍ତଫା ଦେଲି । ଯାହା ଘଟୁଛି ସବୁ ଇଶ୍ୱରଙ୍କ ଇଚ୍ଛା । ଯାହା ହେବ ଇଶ୍ୱରଙ୍କ ଇଚ୍ଛା । ବିଜେପି ଦଳର ମୁଖିଆଙ୍କ ଇଚ୍ଛାନୁସାରେ ମୁଁ କାର୍ଯ୍ୟ କରିବି । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 2, 2024, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.