ETV Bharat / state

ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ, ପ୍ରଚାର ବେଳେ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ - PANDIAN HELICOPTER CHECKED

VK Pandian's Helicopter searched: ନିର୍ବାଚନୀ ପ୍ରଚାର ପାଇଁ ନବରଙ୍ଗପୁର ଗସ୍ତରେ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଉମରକୋଟ ଠାରେ ପାଣ୍ଡିଆନ ଆସିଥିବା ହେଲିକପ୍ଟର ଯାଞ୍ଚ କଲେ ଉମରକୋଟ BDO ତଥା ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଓ ଅତରିକ୍ତ ତହସିଲଦାର । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 26, 2024, 4:16 PM IST

VK Pandian's Helicopter searched
VK Pandian's Helicopter searched
VK Pandian's Helicopter searched

ନବରଙ୍ଗପୁର: ନିର୍ବାଚନୀ ପ୍ରଚାର ପାଇଁ ନବରଙ୍ଗପୁର ଗସ୍ତରେ ଆସିଥିବାବେଳେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରରେ ଆଜି ପ୍ରଚାର କରୁଛନ୍ତି ପାଣ୍ଡିଆନ । ପ୍ରଥମେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ମ୍ୟୁନିସିପାଲିଟି ଠାରେ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଆସିବା ସମୟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପାଣ୍ଡିଆନ ଆସିଥିବା ହେଲିକପ୍ଟରକୁ ଉମରକୋଟ BDO ତଥା ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଓ ଅତରିକ୍ତ ତହସିଲଦାର ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ହେଲିକପ୍ଟରକୁ ଯିବାକୁ ଦିଆଯାଇଥିଲା ।

ତେବେ ଏଥର ନିର୍ବାଚନରେ ବିଜେଡି ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଲଗାତର ଦ୍ବିତୀୟ ଦିନରେ ପଶ୍ଚିମ ଓଡ଼ିଶାରେ ଭିକେ ପାଣ୍ଡିଆନ ନିର୍ବାଚନୀ ପ୍ରଚାର କରିଛନ୍ତି । ଆଜି (ଶୁକ୍ରବାର) ନିର୍ବାଚନୀ ପ୍ରଚାର ପାଇଁ ନବରଙ୍ଗପୁର ଗସ୍ତ କରିଛନ୍ତି ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ନିର୍ବାଚନୀ ସଭାରେ ଜନସାଧାରଣକୁ ସମ୍ବୋଧିତ କରିଛନ୍ତି । ଏଠାରେ ହେଲିକପ୍ଟର ଯୋଗେ ପହଞ୍ଚିବାପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପାଣ୍ଡିଆନ ଆସିଥିବା ହେଲିକପ୍ଟରକୁ ଉମରକୋଟ BDO ତଥା ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଓ ଅତରିକ୍ତ ତହସିଲଦାର ଯାଞ୍ଚ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା, ନବରଙ୍ଗପୁରର ୪ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରଚାର - Nabarangpur constituency

ଏହି ସଭାରେ ଉମରକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ନବୀନା ନାୟକ ଓ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ କରିବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ । ଏହି ନିର୍ବାଚନରେ ଯୋଡି ଶଙ୍ଖ ବଜାଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ଓଡ଼ିଶା ପ୍ରଗତି ଓ ଉନ୍ନତିରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ପାଣ୍ଡିଆନ । ପରେ ସେ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରିଗାଁ ବ୍ଲକ ଧଡ୍ରା ଠାରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ଏହାପରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପରେ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡାକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.