ETV Bharat / state

ଏପଟେ ଉତ୍କର୍ଷ ଓଡିଶା ସେପଟେ ମହିଳାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ, ବର୍ଷିଲେ ବିଜେଡି ନେତା - BJD PRESSMEET

ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା ପ୍ରିତିରଞ୍ଜନ ଘଡେଇ । କଳିଙ୍ଗ ନଗର ଷ୍ଟିଲ ପ୍ଲାଣ୍ଟ ସାମନାରେ ମହିଳାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ ଘଟଣାରେ ବର୍ଷିଲେ ବିଜେଡି ନେତା ।

ବିଜେଡି ନେତା ପ୍ରିତିରଞ୍ଜନ ଘଡେଇ
ବିଜେଡି ନେତା ପ୍ରିତିରଞ୍ଜନ ଘଡେଇ (ETV Bharat)
author img

By ETV Bharat Odisha Team

Published : Jan 29, 2025, 7:56 PM IST

ଭୁବନେଶ୍ବର: ବର୍ଷିଲେ ବିଜେଡି ନେତା ପ୍ରିତିରଞ୍ଜନ ଘଡେଇ । କଳିଙ୍ଗ ନଗର ଷ୍ଟିଲ ପ୍ଲାଣ୍ଟ ସାମନାରେ ମହିଳାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ ଘଟଣାରେ ବର୍ଷିଲେ ବିଜେଡି ନେତା । ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା । ଉତ୍କର୍ଷ ଓଡିଶା 2025 ଚାଲିଥିବାବେଳେ ଏଭଳି ଅଘଟଣକୁ କଡା ଭାଷାରେ ନିନ୍ଦା କରିଛନ୍ତି ପ୍ରିତିରଞ୍ଜନ ଘଡେଇ । ସରକାର ଏହି ଘଟଣାରେ ହସ୍ପକ୍ଷେପ କରିବାକୁ ନିବେଦନ କରିଛନ୍ତି ବିଜେଡି ନେତା ।

ବର୍ଷିଲେ ବିଜେଡି ନେତା (ETV Bharat)
  • ବର୍ଷିଲେ ବିଜେଡି ନେତା

ବିଜେଡି ନେତା ଯାଜପୁର କଳିଙ୍ଗ ନଗରର ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ‘‘ଗୋଟିଏ ଛୋଟ ଉଦାହରଣ ଦେବି। ଏପଟେ ଇନଭେଷ୍ଟମେଣ୍ଟ ମିଟ୍‌ ଚାଲିଛି ଆଉ ସେପଟେ କଳିଙ୍ଗ ନଗରରେ ଷ୍ଟିଲ ପ୍ଳାଣ୍ଟ ଆଗରେ ଜଣେ ମହିଳାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ ହେଉଛି। ବହୁ ବିସ୍ଥାପିତ ଲହୁଲୁହାଣ ହୋଇଛନ୍ତି। ଆଦିବାସୀ ମୁଖ୍ୟମନ୍ତ୍ରୀ। କିନ୍ତୁ ଆଦିବାସୀ ଆଜି ମୋ ଅଞ୍ଚଳରେ କାନ୍ଦୁଛନ୍ତି ବହୁ ବିସ୍ଥାପିତ ଲହୁଲୁହାଣ ହୋଇଛନ୍ତି । 24 ଘଣ୍ଟା ବିତି ଯାଇ ଥିଲେ ବି ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ପୋଲିସ୍ ଉପସ୍ଥିତିରେ ବିସ୍ଥାପିତଙ୍କୁ କମ୍ପାନୀ ସିକ୍ୟୁରିଟି ମାଡ ମାରୁଛନ୍ତି। ସେମାନେ ଆନ୍ଦୋଳନରେ ବସିଥିଲେ ନ୍ୟାୟ ହାସଲ ପାଇଁ। କିନ୍ତୁ ସେମାନଙ୍କୁ ମାଡ ମରାଗଲା। 8 ଜଣ ଆହତ ହୋଇଛନ୍ତି। ବିସ୍ଥାପିତଙ୍କ ଦାବି ଉପରେ କୌଣସି ଆଲୋଚନା ଏପର୍ଯ୍ୟନ୍ତ ହୋଇନାହିଁ। ସେମାନେ ସବୁ ଫୋରମ ରେ ନିଜ ଦାବି ଉଠାଇଛନ୍ତି। ସେମାନେ ଜମି ଦେଇଛନ୍ତି। ତାଙ୍କ ଜମିରେ ଶିଳ୍ପ ପ୍ରତିଷ୍ଠାନ ହେଲା। କିନ୍ତୁ ବିସ୍ଥାପିତଙ୍କ ଦାବି କେହି ଶୁଣୁନାହାନ୍ତି। ପୁଞ୍ଜିନିବେଶକାରୀ ଏଭଳି ପରିସ୍ଥିତିରେ ଟଙ୍କା ଟିଏ ବି ଖର୍ଚ୍ଚ କରିପାରିବେ ନାହିଁ ଓଡ଼ିଶାରେ। କାରଣ ସେମାନେ ଅସୁରକ୍ଷିତ ମନେ କଲେଣି।’’।

ସେ ଆହୁରି କହିଛନ୍ତି ‘‘ଗତକାଲି ପ୍ରଧାନମନ୍ତ୍ରୀ ଆସି ଉତ୍କର୍ଷ ଓଡିଶା ଉଦଘାଟନ କରିଛନ୍ତି। ପୁଞ୍ଜିନିବେଶ କାରୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଛନ୍ତି। ନାଁ ପରିବର୍ତ୍ତନ କେବଳ ହୋଇଛି। 2016 ରୁ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ମେକ୍ ଇନ୍ ଓଡିଶା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ମେକ୍ ଇନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯାହା ମାଧ୍ୟମରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିଲା । ନବୀନଙ୍କ ଉଦ୍ୟମରେ ଓଡିଶା ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ଗୁଡିକର ପ୍ରଥମ ପସନ୍ଦର ସ୍ଥାନ ହୋଇପାରିଥିଲା’’ ।

ବିସ୍ଥାପିତମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବିକୁ ଉପସ୍ଥାପନା କରିବା ପାଇଁ ଏକ ଧାରଣାରେ ଥିବା ସମୟରେ ପୋଲିସ ଉପସ୍ଥିତିରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣର ଭିଡିଓ ଦେଖାଇ ଘଡ଼ାଇ କହିଥିଲେ, ‘‘ପୋଲିସ ଉପସ୍ଥିତିରେ ନିରୀହ ବିସ୍ଥାପିତ ମାନଙ୍କ ଉପରେ ସାଧା ପୋଷାକରେ ଥିବା ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣ କରାଯାଇଥିଲା । ଏଥିରେ ଅନେକ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ନିଜର ଭିଟାମାଟି ଛାଡିଥିବା ଲୋକଙ୍କ ଉପରେ ଯଦି ଏପରି ଆକ୍ରମଣ ହୁଏ, ତାହେଲେ ଓଡ଼ିଶାରେ ନୂତନ ପ୍ରକଳ୍ପ ପ୍ରତିଷ୍ଠା ହେବ କିପରି? ଓଡ଼ିଶାରେ ନୂତନ ଶିଳ୍ପ ପ୍ରତିଷ୍ଠାର ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ବିସ୍ଥାପିତ ମାନଙ୍କୁ ସମ୍ମାନ ତଥା ଉପଯୁକ୍ତ ନ୍ୟାୟ ଦେବାକୁ ହେବ । ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଭିଟାମାଟି ହରାଇଥିବା ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ଆକ୍ରମଣ ହେଉଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସରକାର ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ’’।

ଏହା ମଧ୍ୟ ପଢନ୍ତୁ ଟଙ୍କା ଲୋଭରେ ଆଚାର୍ଯ୍ୟ ବିହାର ଡବଲ ମର୍ଡର, ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଏହା ମଧ୍ୟ ପଢନ୍ତୁ ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ, CBI ତଦନ୍ତ ପାଇଁ ଚିଠି ପ୍ରସ୍ତୁତ କରୁଛନ୍ତି ଦୀପାଳି

  • କଣ ଥିଲା ଘଟଣାକ୍ରମ ?

ବିସ୍ଥାପିତଙ୍କ ଦାବି ନେଇ କଳିଙ୍ଗ ନଗରରେ ଲାଗିରହିଛି ଅଶାନ୍ତ ଝଡ଼। ବିସ୍ଥାପିତ ପରିବାରର ପ୍ରତି ମୃତକ ପରିବାରରୁ ଜଣକୁ କାରଖାନାରେ ଚାକିରି ଦେବାକୁ ଏବଂ ଉତ୍ତରାଧିକାରୀ ସୂତ୍ରରେ ବଂଶନୁକ୍ରମିକ ଚାକିରି ଯୋଗାଇଦେବାକୁ ଦାବି ଜୋର ଧରିଛି। ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟାଷ୍ଟିଲ କାରଖାନା ସମ୍ମୁଖରେ ଗତ ତିନିଦିନ ଧରି ବିସ୍ଥାପିତ ପରିବାରଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ୟପଟେ ଟାଟା ଅଧିନସ୍ଥ ନୀଳାଚଳ ଇସ୍ପାତ କାରଖାନାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଗତକାଲି ନୀଳାଚଳ ଇସ୍ପାତ କାରଖାନାର ବିସ୍ଥାପିତ ପରିବାର ସଦସ୍ୟ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏପରିକି ରାତିରେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଯାଇ ସୁରକ୍ଷ କର୍ମୀ ଓ ପୋଲିସ ସହିତ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କାରଖାନାର ସୁରକ୍ଷାକର୍ମୀଙ୍କ ଦ୍ବାରା ଆନ୍ଦୋଳନକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ବିସ୍ଥାପିତ ପରିବାର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣରେ ଦୁଇଜଣ ବିସ୍ଥାପିତ ଆଦିବାସୀ ଗୁରୁତର ହୋଇପଡିଥିବା ଜଣାଯାଇଛି। ସେମାନଙ୍କୁ ଦାନଗଦି ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଦୁଇଜଣ ହେଲେ ଗୋବିନ୍ଦ ମୁଣ୍ଡା ଓ ସୁମନ୍ତ ମହାନ୍ତ ।

ସେପଟେ ଆଜି ମଧ୍ୟ କାରଖାନାର 1ନଂ ଓ 2ନଂ ଗେଟ୍ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଫାଟକ ସମ୍ମୁଖରେ ପ୍ରଶାସନ ପକ୍ଷରୁ 163 ଧାରା ଲାଗିରହିଛି। ତେବେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ଏବଂ ଆଗକୁ ଆହୁରି ତୀବ୍ରତର ହେବ ବୋଲି ବିସ୍ଥାପିତ ପରିବାର ମାନେ ଚେତାବନୀ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.