ବ୍ରହ୍ମପୁର: ଥମିବାର ନାମ ନେଉନାହିଁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ମହିଳା ନେତ୍ରୀ ସଂଯୁକ୍ତା ମହଲଙ୍କ ମଧ୍ୟରେ ବିବାଦ । ଦୁହିଁଙ୍କ ବିବାଦରେ ପୁଣି ଆସିଲା ଏକ ନୂଆ ମୋଡ଼ । ଶ୍ରୀକାନ୍ତ ସାହୁଙ୍କ ପୋଲସରା ଘରେ ଯୋର ଜବରଦସ୍ତ ପଶିବା ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ସଂଯୁକ୍ତା ମହଲ ।
ତେବେ ପୂର୍ବରୁ ପୋଲସରାର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣି ରାଜଧାନୀରେ ହାଇଡ୍ରାମା କରିଥିଲେ ମହିଳା ସଂଯୁକ୍ତା ମହଲ । ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଓ ପ୍ରତାରଣାର ଅଭିଯୋଗ ଆଣିଥିବା ବେଳେ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଆଉ ଥରେ ନ୍ୟାୟ ଆଶାରେ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଓ ଦଣ୍ଡବିଧାନ ପାଇଁ ମହିଳା ଥାନାରେ ଯାଇ ମାମଲା ରୁଜୁ କରିଥିଲେ । ହେଲେ ଆଜି (ବୁଧବାର) ହଠାତ୍ ସକାଳ ସମୟରେ ବିଧାୟକ ଶ୍ରୀକାନ୍ତଙ୍କ ପୋଲସରାର ହାତିଓଟ ସ୍ଥିତ ବାସଭବନରେ ହଠାତ୍ ଏକ ଗାଡିରେ ଆସି ଓହ୍ଲାଇବା ପରେ ଜୋର ଜବରଦସ୍ତ ଘର ମଧ୍ୟରେ ପଶି ଯାଇଥିଲେ । ଦିନ ତମାମ ଘର ମଧ୍ୟରେ ରହିଥିବା ବେଳେ ଏହାଦ୍ବାରା ଶ୍ରୀକାନ୍ତଙ୍କ ପରିବାର ବର୍ଗ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପରେ ଏନେଇ ଶ୍ରୀକାନ୍ତଙ୍କ ବାପାଙ୍କ ଥାନାରେ ଅଭିଯୋଗ କରିଥିଲେ । ସେପଟେ ଅଭିଯୋଗ ଆଧାରରେ ଏକ ମାମଲା ରୁଜ କରି ସଂଯୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେପଟେ ଶ୍ରୀକାନ୍ତଙ୍କ ଘରେ ପଶିବା ଅଭିଯୋଗରେ ସଂଯୁକ୍ତା ମହଲା ଗିରଫ ହୋଇଥିବା ନେଇ ସ୍ପଷ୍ଟ କରିଛି ଗଞ୍ଜାମ ପୋଲିସ ।
ସୂଚନା ଥାଉକି, ପୂର୍ବରୁ ଗଞ୍ଜାମ ଜିଲ୍ଲାର ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ ଅଭିଯୋଗ କରିଥିଲେ । ଶ୍ରୀକାନ୍ତ ସାହୁ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଥିଲେ । ଶ୍ରୀକାନ୍ତ ସାହୁ ୯ ବର୍ଷ ଧରି ତାଙ୍କ ସହ ରହିବା ସହ ତାଙ୍କୁ ଶାରୀରିକ ଓ ମାନସିକ ଶୋଷଣ କରି ପ୍ରତାରଣା କରିଛନ୍ତି । ଏପରିକି ତାଙ୍କୁ ମାରିଦେବାର ଧମକ ଦେଉଛନ୍ତି ଓ ତାଙ୍କ ପଛରେ ଲୋକ ଲଗାଉଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ସଂଯୁକ୍ତା । ଏନେଇ କୋର୍ଟର ମଧ୍ୟ ଦ୍ବାରସ୍ତ ହୋଇଥିଲେ ସଂୟୁକ୍ତା । ହେଲେ ଏବେ ପୁଣିଥରେ ଶ୍ରୀକାନ୍ତଙ୍କ ଘରେ ଯୋର ଜବରଦସ୍ତ ପଶିବା ଅଭିଯୋଗରେ ଗିରଫ ହୋଇଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର