ETV Bharat / state

ସଡ଼କ ଦୁର୍ଘଟଣାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Mar 15, 2024, 7:19 AM IST

Updated : Mar 15, 2024, 10:15 AM IST

Prasanna Acharya seriously injured in road accident: ସଡକ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ । ଭୁବନେଶ୍ୱରରୁ ବରଗଡ଼ ଫେରିବା ବାଟରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat
BJD leader Prasanna Acharya seriously injured in road accident

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥିତ ଲୁହାପଙ୍କ ଠାରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଛି ତାଙ୍କ କାର୍ । ଗତକାଲି (ଗୁରୁବାର) ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରସନ୍ନଙ୍କ ସହ ତାଙ୍କର ପିଏସଓ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ଫେରିବା ବାଟରେ ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ପ୍ରସନ୍ନଙ୍କ କାର୍ । ଏଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଗାଡିରେ ଥିବା ତାଙ୍କର ପିଏସଓ ଗୁରୁତର ଆହତ ହୋଇଥିଲେ । ତାଙ୍କ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ପ୍ରସନ୍ନ ଓ ତାଙ୍କର ପିଏସଓଙ୍କୁ ଉଦ୍ଧାର କରି ପ୍ରଥମେ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବଲାଙ୍ଗୀରରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଏହା ମଧ୍ୟ ପଢନ୍ତୁ: ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ; 6 ମୃତ, 10 ଆହତ

ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି l ଓଟି ପରେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଛି l ସକାଳ ୧୦ଟାରେ ପ୍ରସନ୍ନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ l ଦୁର୍ଘଟଣାରେ ପ୍ରସନ୍ନଙ୍କ ପିଏସଓଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି l ଦୁର୍ଘଟଣାର ଖବର ପାଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ମେଡିକାଲ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ହେଲେ ପୋଲିସ ଡ୍ରାଇଭରକୁ ଉଠାଇ ଆଣି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି । ଦୁର୍ଘଟଣାରେ ପ୍ରସନ୍ନଙ୍କ କାର୍‌ର ସମ୍ମୁଖ ଭାଗ ପୁରା ଚୁରମାର୍ ହୋଇଯାଇଥିବା ଦେଖାଯାଇଛି ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁର୍ଘଟଣାର ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, ''ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ରେଢାଖୋଲରେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ଜାଣି ମୁଁ ଚିନ୍ତିତ । ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି । ''

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ପ୍ରସନ୍ନ ଆଚାର୍ଯ୍ୟ ହେଉଛନ୍ତି ବିଜେଡିର ଜଣେ ବରିଷ୍ଠ ନେତା । ପଶ୍ଚିମ ଓଡ଼ିଶା ରାଜନୀତିରେ ରହିଛି ତାଙ୍କର ଦବଦବା । ସେ ସମ୍ବଲପୁର ଲୋକସଭା ଆସନରୁ ଦୁଇଥର (ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ଲୋକସଭା) ସାଂସଦ ନିର୍ବାଚିତ ହୋଇଥିଲେ । ସେହିପରି ସେ 2016ରୁ 2022 ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ । 2019 ଲୋକସଭା ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠାରୁ ପରାସ୍ତ ହୋଇଥିଲେ । ପୂର୍ବରୁ ସେ 2009ରେ ରେଢ଼ାଖୋଲ ବିଧାନସଭା ଆସନରୁ ବିଜେଡି ଟିକେଟରେ ବିଧାୟକ ବିଜୟୀ ହୋଇଥିଲେ । ତେବେ 2014ରେ ପ୍ରସନ୍ନ ବିଜେପୁର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି, କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପରାସ୍ତ ହୋଇଥିଲେ। ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ଅର୍ଥମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । 1949 ମସିହା ଅଗଷ୍ଟ 8ରେ ବରଗଡ଼ରେ ପ୍ରସନ୍ନ ଜନ୍ମଗ୍ରହଣ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Mar 15, 2024, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.