ETV Bharat / state

ବିକଶିତ ଓଡିଶା ଗଠନ ପାଇଁ ପ୍ରତିଶ୍ରୁତି ନେଇ ଫେରିବେ ମୁଖ୍ୟମନ୍ତ୍ରୀ: ବିଜେଡି - BJD leader Prasanna Acharya

author img

By ETV Bharat Odisha Team

Published : Jun 29, 2024, 9:00 PM IST

BJD leader Prasanna Acharya: ନୂଆଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଆଜି ପ୍ରତ୍ୟାବର୍ତ୍ତନ କରିବେ । ତେବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଏବଂ ସେଠାରେ ହୋଇଥିବା ଆଲୋଚନାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ତେବେ ସେହି ପ୍ରସଙ୍ଗରେ କଣ କହୁଛନ୍ତି ବିରୋଧି ଦଳର ନେତା ଜାଣନ୍ତୁ

BJD leader Prasanna Acharya
BJD leader Prasanna Acharya (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାର ବିକାଶକୁ ନଜରରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ସହିତ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି । ତେବେ 4 ଦିନିଆ ଗସ୍ତ ଶେଷ କରି ଆଜି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ । ବିକଶିତ ଓଡିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟାବର୍ତ୍ତନକୁ ଚାତକ ଭଳି ଅନେଇ ରହିଛନ୍ତି ରାଜ୍ୟବାସୀ । ଓଡିଶା ବାବଦରେ କଣ ଆଲୋଚନା ଓ କଣ ପ୍ରତିଶ୍ରୁତି ନେଇ ଫେରିବେ ତା ଉପରେ ସମସ୍ତଙ୍କ ନଜର ଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିକଶିତ ଓଡିଶା ଗଠନ କାରିବାକୁ ହେଲେ ଓଡ଼ିଶାର ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବାକୁ ହେବ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଗତ 24 ବର୍ଷ ମଧ୍ୟରେ ଆର୍ଥିକ ଦିଗରେ ଅନେକ ବିକାଶ ଲାଭ କରିଛି । ଡବଲ ଇଞ୍ଜିନ ସରକାର କଥା କୁହାଯାଉଥିଲା, ଆଉ ଏବେ ଡବଲ ଇଞ୍ଜିନ ସରକାର ହୋଇଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର । ତେଣୁ ବିକଶିତ ଓଡିଶା ଲାଗି ଯାହା ଯାହା ଆବଶ୍ୟକ କେନ୍ଦ୍ର ସରକାର ଓଡିଶା ସରକାରଙ୍କ ପରାମର୍ଶ କ୍ରମେ ଗ୍ରହଣ କରିବେ ବୋଲି ଆଶା କରିଛନ୍ତି ଓଡିଶାବାସୀ ।

ଏହା ମଧ୍ୟ ପଢ଼ନ୍ତୁ.. ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଓ ୨ ଉପମୁଖ୍ୟମନ୍ତ୍ରୀ - CM MOHAN TRIBUTE TO GANDHIJI

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିହାର ଓ ଝାରଖଣ୍ଡ ପରି ଖଣି ପ୍ରାଧାନ୍ୟ ପ୍ରଦେଶ ହେଉଛି ଓଡିଶା । କୋଇଲା ହେଉଛି ଆମର ଖଣିଜ ପଦାର୍ଥ । କୋଇଲା ଉପରେ ରୟାଲ୍ଟି ବୃଦ୍ଧି ଲାଗି ଓଡିଶାବାସୀ ଓ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଦାବି କରୁଛନ୍ତି । ପୂର୍ବରୁ ପ୍ରତି 3 ବର୍ଷରେ ଥରେ କୋଇଲା ଉପରେ ରୟାଲ୍ଟି ବୃଦ୍ଧି କରୁଥିଲେ । ହେଲେ 2013 ମସିହା ପର ଠାରୁ କୋଇଲା ଉପରେ ରୟାଲ୍ଟି ବୃଦ୍ଧି ହୋଇନାହିଁ । ଓଡିଶାର ବାରମ୍ବାର ଅନୁରୋଧ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ହୋଇଛି । ଓଡିଶା ବିଧାନସଭାର ସବୁ ଦଳର ଦାବି ସତ୍ତ୍ବେ କୋଇଲା ଉପରେ ରୟାଲଟି କେନ୍ଦ୍ର ସରକାର ବୃଦ୍ଧି କରିନାହାନ୍ତି । ବିକଶିତ ଓଡିଶା ଗଠନ ଲାଗି ଯେଉଁ ଅର୍ଥର ଆବଶ୍ୟକତା ପଡିବ କୋଇଲା ଉପରେ ରାୟାଲଟି ବୃଦ୍ଧି କଲେ ସେ ଆଶା ଅନେକ ପରିମାଣରେ ପୂରଣ ହୋଇପାରିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମର ଓ ଓଡିଶାବାସୀଙ୍କ ପୂର୍ଣ୍ଣ ବିଶ୍ୱାସ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପରେ ରହିଛି । ଏ ଦିଗରେ ସେମାନେ ଦିଲ୍ଲୀରେ ଆଲୋଚନା କରି ନିଶ୍ଚୟ ଆସିଥିବେ । କୋଇଲା ରୟାଲ୍ଟି ନେଇ ଆମେ ଶୁଭ ସମ୍ବାଦ ଅପେକ୍ଷାରେ ରହିଛୁ । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆମର ଦୀର୍ଘ ଦିନର ଦାବି ହୋଇରହିଛି । ସମସ୍ତ ରାଜନୈତିକ ଦଳର ଏହା ମଧ୍ୟ ଦାବି ହୋଇ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏ ନେଇ ବାରମ୍ବାର ଦାବି କରି ଆସିଛନ୍ତି । ସ୍ୱତନ୍ତ୍ର ଫୋକ୍ସ ରାଜ୍ୟ ମାନ୍ୟତା ଓଡିଶାକୁ ମିଳିଲେ ବିକଶିତ ଓଡିଶା କାର୍ଯ୍ୟ ଆହୁରି ଦ୍ରୁତ ଗତିରେ ଆଗେଇବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କ ତରଫରୁ ନିଶ୍ଚୟ ଏହି ଦାବି ଉପସ୍ଥାପନ କରିଥିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.