ETV Bharat / state

ହାଇକୋର୍ଟ ଗଲେ ଏଲିନା, ମିଡିଆରେ ଅପପ୍ରଚାର ରୋକ ପାଇଁ ଆବେଦନ - Controversial Balle Balle Dhaba

author img

By ETV Bharat Odisha Team

Published : Jul 4, 2024, 4:46 PM IST

Elina Das File Writ Petition: ବିବାଦୀୟ ବଲେ ବଲେ ଢାବାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ବିନା ପ୍ରମାଣରେ ଚରିତ୍ର ସଂହାର କରିବାକୁ ନେଇ ରିଟ ପିଟିସନ ଦାଖଲ ହୋଇଛି । ଅଧିକ ପଢନ୍ତୁ

Elina Das File Writ Petition
Elina Das File Writ Petition (ETV Bharat Odisha)

କଟକ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ । ଯାଜପୁରର ଧର୍ମଶାଳାରେ ଥିବା ବିବାଦୀୟ 'ବଲେ ବଲେ' ଢାବା ଘଟଣାରେ ତାଙ୍କ ନାମ ଯୋଡ଼ା ହୋଇଥିବା ନେଇ ଦ୍ବାରସ୍ଥ ହେଲେ ଏଲିନା । ଏନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କଲେ ଏଲିନା ଦାସ । 'ବଲେ ବଲେ' ଢ଼ାବା ଏଲିନା ଲିଜରେ ଚଳାଉଥିବା ଅଭିଯୋଗ ହୋଇଥିଲା । ବିନା କୌଣସି କାଗଜପତ୍ରରେ ଢାବା ଚାଲୁଥିବା ଅଭିଯୋଗ ହୋଇଥିଲା । ଏଥିରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ଏଲିନା କିମ୍ବା ତାଙ୍କର କୌଣସି ପରିବାର ସଦସ୍ୟଙ୍କ ନାମରେ ଏହି ଢ଼ାବା ନଥିବା କହିଛନ୍ତି ଏଲିନାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ।

ଏହା ମଧ୍ୟ ପଢନ୍ତୁ... ଆରମ୍ଭରୁ ଅସ୍ମିତା କାର୍ଡ: ଓଡିଆ ଭାଷାରେ ସରକାରୀ କାମ, ଗଠନ ହେବ ଭାଷା ଆୟୋଗ - Govt works in Odisha language

ବିଜେଡି ନେତ୍ରୀ ଏଲିନା କହିଛନ୍ତି ଯେ ବର୍ତ୍ତମାନ ଏ ବିଷୟରେ ତାଙ୍କ ଆଡଭୋକେଟ ଉତ୍ତର ରଖିବେ । ପରବର୍ତ୍ତୀ ସମୟରେ ପ୍ରେସ କନଫରେନ୍ସ କରିବେ ବୋଲି କହିଛନ୍ତି ଏଲିନା । ତାଙ୍କର ଓକିଲ କହିଛନ୍ତି, 'ଏନେଇ ରିଟ ପିଟିସନ ଫାଇଲ ହୋଇଛି । ବଲେ ବଲେ ଢାବା ସମ୍ପର୍କରେ ଏଲିନା କିମ୍ବା ତାଙ୍କ ପରିବାର ସଦସ୍ୟଙ୍କର କୌଣସି ସମ୍ପୃକ୍ତି ଥିବା ନେଇ ପ୍ରମାଣ ନାହିଁ କିମ୍ବା ମାମଲା ମଧ୍ୟ ରୁଜୁ ହୋଇନାହିଁ । ବିଜେଡିର ଜଣେ ନାରୀନେତ୍ରୀ ଭାବେ ତାଙ୍କର ଯେଉଁଭଳି ଚରିତ୍ର ସଂହାର କରାଯାଉଛି ତାହାକୁ ବନ୍ଦ କରାଯାଉ । ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ତାଙ୍କର ଚରିତ୍ର ସଂହାରକୁ ରୋକିବାକୁ ହାଇକୋର୍ଟଙ୍କୁ ଜଣାଯାଇଛି । ରାଜ୍ୟ ସରକାରଙ୍କ ଗୃହ ସଚିବ, ପୋଲିସ ଡିଜି, ସୂଚନା ଲୋକସମ୍ପର୍କ ବିଭାଗ, ଧର୍ମଶାଳା ବିଡ଼ିଓ ଓ ଧର୍ମଶାଳା ଆଇଆଇସି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ।' ମିଥ୍ୟା ଖବର ଦ୍ବାରା ଏଲିନାଙ୍କର ସମ୍ମାନ ହାନି ହୋଇଛି ବୋଲି କହିଛନ୍ତି ତାଙ୍କ ଓକିଲ । ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ଓ ଘଟଣାର ତଦନ୍ତ ପାଇଁ ପିଟିସନ ଦାଖଲ ହୋଇଛି ।

ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ନେଉଳପୁର ପଞ୍ଚାୟତ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଧର୍ମଶାଳା ଭବନ ପରିସରରେ ଥିବା ବିବାଦୀୟ ‘ବଲେ ବଲେ ଢାବା’ରେ ତାଲା ପଡ଼ିଛି । ଧର୍ମଶାଳା ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଧର୍ମଶାଳା ଭବନ ପରିସରରେ ‘ବଲେ ବଲେ ଢାବା’ ବେଆଇନ୍‌ ଭାବେ ଚାଲିଥିବା ନେଇ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ ଅଭିଯୋଗ କରିଥିବା ବେଳେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯେଉଁଥିରେ ଏଲିନାଙ୍କ ନାଁ ସାମନାକୁ ଆସିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.