ETV Bharat / state

ବୌଦ୍ଧରେ କନ୍ଧମାଳ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା - Achyuta Samanta Campaigning

author img

By ETV Bharat Odisha Team

Published : May 13, 2024, 7:56 PM IST

Achyuta Samanta Campaigning In Boudh: ଆଉ ମାତ୍ର କିଛି ଦିନର ଅପେକ୍ଷା । ବୌଦ୍ଧରେ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୪ ନିର୍ବାଚନ । ଯାହାକୁ ନେଇ ବର୍ତ୍ତମାନ ବୌଦ୍ଧରେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବିରାଟ ରୋଡ ସୋ ସହ ଡୋର ଟୁ ଡୋର ବୁଲି କ୍ୟାମ୍ପେନିଂ କରୁଛନ୍ତି । ଅଧିକ ପଢନ୍ତୁ,

ବୌଦ୍ଧରେ କନ୍ଧମାଳ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା
ବୌଦ୍ଧରେ କନ୍ଧମାଳ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା (ETV Bharat Odisha)

ବୌଦ୍ଧ: ଆସନ୍ତା ୨୦ ତାରିଖରେ ବୌଦ୍ଧରେ ନିର୍ବାଚନ ଅନୁଷ୍ଠିତ ହେବ । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରଚାର ଜୋରଦାର କରିଛନ୍ତି । ଭୋଟରଙ୍କୁ ମନାଇବାରେ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଦଳୀୟ ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସରଗରମ ପ୍ରଚାର ଅଭିଯାନ । ଶାସକ ବିଜେଡ଼ି ଦଳ ସହିତ ବିଜେପି, କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସହିତ ସ୍ବାଧୀନ ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ।

ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ଲଗାତାର ଦୁଇ ଦିନ ଧରି ମାରାଥନ ପ୍ରଚାର କରୁଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ଭୋଟ ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି ଅଚ୍ୟୁତ । ବୌଦ୍ଧ ନିର୍ବାଚନ ମଣ୍ଡଳୀର ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତ ଷଷ୍ଠ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇ ଦୁଇଥରର ବିଧାୟକ ମହୀଧର ରଣା ହ୍ୟାଟ୍ରିକ ଲକ୍ଷ୍ୟରେ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ।

ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ଉଭୟ ବିଧାୟକ ପ୍ରାର୍ଥୀ ତଥା କନ୍ଧମାଳ ସାଂସଦ ପ୍ରାର୍ଥୀ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ରବିବାର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରିଥିବା ବେଳେ ସୋମବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଘଣ୍ଟାପଡା ଠାରୁ ନେଇ ବହିରା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରିଥିଲେ । ଏହି ଅବସରରେ ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ରାଜ୍ୟ ବିଜେଡିର ମେନିଫେଷ୍ଟୋ ଓଡ଼ିଶାବାସୀଙ୍କ ହିତରେ ରହିବ ବୋଲି ମତ ପ୍ରକାଶ କରିବା ସହିତ ଭୋଟରଙ୍କ ଆଶୀର୍ବାଦ ଗ୍ରହଣ କରି ଯୋଡ଼ି ଶଙ୍ଖରେ ମତଦାନ ପାଇଁ ଆହ୍ବାନ ଦେଇଛନ୍ତି । ତେବେ ବୌଦ୍ଧରେ ଚଳିତ ବର୍ଷ ପ୍ରାର୍ଥୀଙ୍କ ମଧ୍ୟରେ କଡା ଲଢେଇ ଦେଖିବାକୁ ମିଳିଥିବା ବେଳେ କିଏ ମାରିବ ବାଜି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ: ୨୦ରେ ଭୋଟ ଦେବ ବୌଦ୍ଧ; ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି
ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.