ETV Bharat / state

ସୋହେଲାରେ ବିଧାୟକ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ

author img

By ETV Bharat Odisha Team

Published : Feb 7, 2024, 10:18 PM IST

BJD Jana Sampark Padayatra: ସୋହେଲାରେ ଶକ୍ତି ପ୍ରଦର୍ଶନ କଲେ ଭଟଲି ବିଧାୟକ ସୁଶାନ୍ତ ସିଂ । ଆଜି ସମର୍ଥକଙ୍କ ଗ୍ରହଣରେ ବିଶାଳ ପଦଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ

ସୋହେଲାରେ ବିଧାୟକ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ
ସୋହେଲାରେ ବିଧାୟକ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ
ସୋହେଲାରେ ବିଧାୟକ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ

ବରଗଡ: ଆସୁଛି ସାଧାରଣ ନିର୍ବାଚନ । ପାଇଁ ନେତା ମନ୍ତ୍ରୀ ନିଜ ଅଞ୍ଚଳରେ ଶକ୍ତି ପ୍ରଦର୍ଶନ କଲେଣି । ଏବେଠାରୁ ବିଜେପି ବିଜେଡି ଦଳର ନେତା ମାନେ ଗାଁ ଗାଁରେ ଲୋକଙ୍କ ନିକଟକୁ ଯାଇ ଲୋକ ସମ୍ପର୍କ ସ୍ଥାପନ କରିବାରେ ଲାଗିପଡିଛନ୍ତି । ରାଜ୍ୟ ସରକାରଙ୍କ ନୂଆ ଓଡିଶା -ନବୀନ ଓଡିଶା କାର୍ଯ୍ୟକ୍ରମ ହେଉ ବା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହେଉ ବିଭିନ୍ନ ସ୍ଥାନରେ ବିଜେଡି ଦଳ ତାର ପ୍ରଚାର ପ୍ରସାର କରୁଛି । ବିଜେପି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟକୁ ପହଞ୍ଚୁଛି । ଅନ୍ୟପଟେ କଂଗ୍ରେସ ଦଳ କିନ୍ତୁ ଏକ ପ୍ରଚାର ହଜିଯାଇଛି ବରଗଡ ଭଟଲି ଅଞ୍ଚଳରେ । ଆଜି ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ଠାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ତତ୍ତ୍ବାବଧାନରେ ବିଜେଡି ବିରାଟ ଜନ ସଂପର୍କ ପଦଯାତ୍ରା କରିଛି । କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ମଧ୍ୟ ସାମିଲ ହୋଇଛନ୍ତି ।

ବର୍ତ୍ତମାନର ବିଧାୟକ ମାନେ ଭୋଟର ମାନଙ୍କ ସହିତ ନିଜନିଜର ମଜବୁତ ଓ ସୁସମ୍ପର୍କ ବଜାୟ ରହିଥିବା ନେଇ ବିରାଟ ବିରାଟ ରାଲି ଓ ପଦଯାତ୍ରା କରୁଛନ୍ତି । ସୋହେଲା ଠାରେ ଭଟଲି ବିଧାୟକ ସୁଶାନ୍ତ ସିଂ ଆଜି ଯେଉଁ ଭାବରେ ନିଜ ସମର୍ଥକଙ୍କର ଜନ ସମୁଦ୍ର ପ୍ରଦର୍ଶନ କରିଛନ୍ତି ତାହା ନିଶ୍ଚୟ ଆଗାମୀ ସାଧାରଣ ନିର୍ବାଚନରେ ପୁଣି ଟିକେଟ ଦାବିଦାରକୁ ମଜବୁତ କରିଛନ୍ତି । ସୁଶାନ୍ତ ସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିଲେ ମଧ୍ୟ ସେ ନିଜେ ଲୋକଙ୍କ ଭିଡ ଭିତରେ ନିଜ ସମର୍ଥକଙ୍କ ସହିତ ରହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ସୋହେଲା ଠାରେ ଆୟୋଜିତ ଜନ ସଂପର୍କ ପଦଯାତ୍ରା ବିଧାୟକ ସୁଶାନ୍ତ ସିଂହଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ସାମିଲ ହୋଇଥିବା ବେଳେ ସ୍ଥାନୀୟ ପଦ୍ମପୁର ରାସ୍ତାରେ ଥିବା ଅଗ୍ରସେନ ଭବନରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଥାନା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢନ୍ତୁ- Ambabhona PS Vandalism Case: ସାଂସଦ ସୁରେଶ ପୁଝାରୀଙ୍କୁ ଜବାବ ଦେଲେ ବିଧାୟକ ସୁଶାନ୍ତ ସିଂ

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥୀ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ, କାର୍ଯ୍ୟକାରୀ ଜିଲ୍ଲା ସଭାପତି ଜାପାନ ମହାପାତ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି କରନ ସିକନ୍ଦର ପ୍ରମୁଖ ସାମିଲ ହୋଇଥିଲେ । ସାଧାରଣ ନିର୍ବାଚନ ପାଇଁ କେଉଁ ନିର୍ବାଚନ ମଣ୍ଡଳୀରେ କାହାକୁ ଟିକେଟ ଦିଆଯିବ ସେନେଇ ଦଳ ମାନଙ୍କର ସମୀକ୍ଷା ଚାଲିଥିବାବେଳେ ଏବେଠାରୁ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଶାୟୀ ମାନେ ନିଜ ନିଜର ପତିଆରା ଜାହିର କରିବାରେ ଲାଗିପଡିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.