ନୂଆପଡା: ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥନରେ ବାହାରିଲା ନୂଆପଡା ଜିଲ୍ଲା ବିଜେଡି । ବିଜୁଜନତା ଦଳ ଆହ୍ବାନ କ୍ରମେ ଜିଲ୍ଲାରେ ବିଶାଳ କର୍ମୀ ସମାବେଶ ଆୟୋଜନ କରାଯାଇଥିଲା । ହଜାର ହଜାର ବିଜୁ ଜନତା ଦଳର ନେତା କର୍ମୀ ଖରିଆର ରୋଡ଼ ବିଜେଡି କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । ପରେ ଏକ ବିଶାଳ ପଦଯାତ୍ରା ମାଧ୍ୟମରେ ଖରିଆର ରୋଡ଼, ନୂଆପଡା ସହର ପରିକ୍ରମା କରି ନୂଆପଡା ପୋଲିସ ପଡିଆ ଠାରେ ପହଞ୍ଚି ଥିଲେ । ସେଠାରେ ଆୟୋଜିତ ବିଶାଳ କର୍ମୀ ସମାବେଶ ସଭାରେ ଉପସ୍ଥିତ ରହି ନେତାମାନେ ଉଦବୋଧନ ଦେଇଥିଲେ ।
ତେବେ ଗତ କିଛି ଦିନ ହେବ ନୂଆପଡା ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ନୂଆପଡା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ ପିସି କାରବାର କରିବା ସହିତ ଦୁର୍ନୀତି ଭ୍ରଷ୍ଟାଚାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବୋଲି ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦ କରି ବିଜେଡିର ଅନ୍ୟ ଏକ ଗୋଷ୍ଠୀ ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆଙ୍କୁ ସମର୍ଥନ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଦଖଲ ପାଇଁ ବିଜେଡିର ରଣନୀତି
ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ଘରବାହୁଡା
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରତି ହେଉଥିବା ଅଭିଯୋଗ ମିଥ୍ୟା ଅଟେ । କିଛି ଦଳ ବିରୋଧୀ କର୍ମୀ ଏଭଳି ଅଭିଯୋଗ କରୁଛନ୍ତି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଲୋକ ପ୍ରିୟତା ରହିଛି । ସେ ଗରିବ ଖଟିଖିଆ ମଜଦୁର କିଷାନ ଶ୍ରମିକଙ୍କ ପ୍ରିୟ ଅଟନ୍ତି । ସର୍ବଦା ଲୋକ ସେବାରେ ମନ୍ତ୍ରୀ ନିୟୋଜିତ ରହିଛନ୍ତି । ବିରୋଧୀଙ୍କ ଅଭିଯୋଗ ମିଥ୍ୟା ଅଟେ । ମନ୍ତ୍ରୀଙ୍କ ଲୋକ ପ୍ରିୟତାକୁ ସହିନପାରି ଏଭଳି ଅଭିଯୋଗ ଆଣିଛନ୍ତି । ଏହାର ପ୍ରତିବାଦରେ ଗତକାଲି ରାଜେନ୍ଦ୍ର ଢୋଲକିଆଙ୍କ ଅନୁପସ୍ଥିତିରେ ମଧ୍ୟ କର୍ମୀମାନେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ବିଜୁଜନତା ଦଳ ପୁନଃ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଟିକେଟ ଦିଅନ୍ତୁ । ତାଙ୍କୁ ଲକ୍ଷାଧିକ ଭୋଟରେ ବିଜୟୀ କରି ବିଧାନ ସଭାକୁ ପଠାଇବେ ବୋଲି କର୍ମୀ ସମାବେଶରେ ଦାବି କରିଛନ୍ତି ।
ଇଟିଭି ଭାରତ, ନୂଆପଡା