ETV Bharat / state

ସୁନ୍ଦରଗଡରେ ଦିଲ୍ଲୀପ ତିର୍କୀ, ମନ୍ଦିର ଦର୍ଶନ କଲେ ଲୋକଙ୍କୁ ଭେଟିଲେ - Lok Sabha Election 2024 - LOK SABHA ELECTION 2024

Dilip Tirkey Starts Campinging:ସୁନ୍ଦରଗଡରେ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ଲୋକଙ୍କ ଦୃଢ଼ ସମର୍ଥନ ଏବଂ ବିଶ୍ୱାସ ତାଙ୍କୁ ଜିତାଇବ ବୋଲି ରଖିଲେ ମତ । ଅଧିକ ପଢନ୍ତୁ

Dilip Tirkey
Dilip Tirkey
author img

By ETV Bharat Odisha Team

Published : Mar 30, 2024, 2:22 PM IST

ସୁନ୍ଦରଗଡରେ ପ୍ରଚାର ଆରମ୍ଭ କଲେ ଦିଲ୍ଲୀପ ତିର୍କୀ

ରାଉରକେଲା: ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ଏହି ଆସନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ ଦିଲ୍ଲୀପଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ । ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର ସୁନ୍ଦରଗଡ ଆସି ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଗୁଡ ଫ୍ରାଇଡେ ଅବସରେ ଚର୍ଚ୍ଚରେ ଯାଇ ଯୀଶୁଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଏହାପରେ ଦଳୀୟ କର୍ମୀଙ୍କ ସହ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ପୁଣି ମଇଦାନରେ ଜୁଏଲ ବନାମ ଦିଲ୍ଲୀପ ଫାଇଟ, କିଏ ଜିତିବ ଜନତାଙ୍କ ବିଶ୍ବାସ - Lok Sabha Election 2024

ପ୍ରଚାର ପୂର୍ବରୁ ନିଜ ଆତ୍ମୀୟ ସୃଜନ ମାନଙ୍କ ସହ କିଛି ସମୟ ଗୁପ୍ତରେ ଆଲୋଚନା ଏବଂ ବୈଠକ କରିଥିଲେ ଦିଲ୍ଲୀପ । ଜନସାଧାରଣଙ୍କୁ ଉଦବୋଧନ ଦେଇ ଦିଲ୍ଲୀପ ତିର୍କୀ ସୁନ୍ଦରଗଡ଼ ପାଇଁ ତାଙ୍କର ପରିକଳ୍ପନା ସମ୍ପର୍କରେ ବର୍ଣ୍ଣନା କରିବା ସହ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ତାଙ୍କର ଦୃଢ଼ ସଙ୍କଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାକୁ ପ୍ରଗତି ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ପ୍ରତିଶୃତି ଦେଇ ସେ ଶିକ୍ଷା ସୁୟୋଗ ବୃଦ୍ଧି ଏବଂ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପଦକ୍ଷେପକୁ ପ୍ରାଥମିକତା ଦେବାକୁ ପ୍ରତିଶୃତି ଦେଇଥିଲେ । ସୁନ୍ଦରଗଡ଼ ବାସୀଙ୍କ ବିପୁଳ ଜନସମର୍ଥନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ନିଷ୍ଠା ଓ ନିଷ୍ଠାର ସହ ନିର୍ବାଚନମଣ୍ଡଳୀର ସେବା କରିବାର ସଙ୍କଳ୍ପକୁ ଆହୁରି ଇନ୍ଧନ ଯୋଗାଇଛି । ଲୋକଙ୍କ ଦୃଢ଼ ସମର୍ଥନ ଏବଂ ବିଶ୍ୱାସ ନିର୍ବାଚନ ମଇଦାନରେ ମୋତେ ବିଜୟୀ କରାଇବ ବୋଲି କହିଥିଲେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ।

ଏହା ମଧ୍ୟ ପଢନ୍ତୁ-ରଘୁନାଥପାଲ୍ଲୀରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ: ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - General Election 2024

ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଜିଲ୍ଲାରେ ବଢିଛି ରାଜନୈତକ ଉଷ୍ମତା । ବିଜେପିରୁ ପ୍ରାର୍ଥୀ ହୋଇଛି ଜୁଏଲ ଓରାମ ଓ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ତିର୍କୀ । ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ବର୍ତ୍ତମାନ ସୁନ୍ଦରଗଡର ସାଂସଦ ରହିଛନ୍ତି ଜୁଏଲ ଓରାମ । ତାଙ୍କୁ ଟକ୍କର ଦେବାକୁ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ଟିକେଟ ଦେଇଛି । ଏହି ଦୁଇ ଜଣଙ୍କ ମଧ୍ୟରେ ଲୋକସବା ଆସନ ପାଇଁ ଦ୍ବିତୀୟ ଥର ଫାଇଟ ହେବାକୁ ଯାଉଛି । କାହାକୁ ଭରସା କରୁଛନ୍ତି ଜନତା ତା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.