ETV Bharat / state

ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳି ହଇରାଣ ନେଇ ତେଜିଲା ରାଜନୀତି, ବିଜେଡିକୁ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ

ଅନଲାଇନ୍ ପଞ୍ଜିକରଣ କରିନଥିବା ହବିଷ୍ୟାଳିମାନେ ପୁରୀରେ ଧାରଣାରେ ବସିଛନ୍ତି । ଆଜି କାର୍ତ୍ତିକ ମାସ ଆରମ୍ଭରେ ମୁହାଁମୁହିଁ ବିଜେଡି ଏବଂ ବିଜେପି ।

author img

By ETV Bharat Odisha Team

Published : 2 hours ago

Updated : 2 hours ago

No Shelter For Habisyalis
No Shelter For Habisyalis (ETV Bharat Odisha)

ଭୁବନେଶ୍ୱର: ହାବିଷ୍ୟାଳିଙ୍କ ସମସ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ହାବିଷ୍ୟାଳୀଙ୍କ ଲାଗି ବ୍ୟବସ୍ଥା କରିପାରିନଥିବା ଅଭିଯୋଗ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର । ହାବିଷ୍ୟାଳୀଙ୍କୁ କଷ୍ଟ ଦେବା ବିଜେପି ସରକାରକୁ ପାପ ଓ ଅଭିଶାପ ଲାଗିବ ବୋଲି ଲେଖାଶ୍ରୀ ଚେତାବନୀ ଦେବା ପରେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।

ଓଡ଼ିଆ ଅସ୍ମିତାକୁ କୁଠାରଘୋତ: ବିଜେଡି

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ଓଡ଼ିଆ ଅସ୍ମିତାର କଥା କହି ଓଡିଶାବାସୀଙ୍କୁ ଭାବବିହ୍ବଳ କରି ବିଜେପି ସରକାରକୁ ଆସିଛି । କିନ୍ତୁ ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ ହେଉଛି । ଓଡ଼ିଆତ୍ୱକୁ ଅପମାନିତ କରିବା ବିଜେପି ସରକାରର ନୀତି ହୋଇଛି । କାର୍ତ୍ତିକ ମାସ ପ୍ରତ୍ୟେକ ଓଡ଼ିଆଙ୍କ ଲାଗି ପବିତ୍ର ମାସ । ରଥଯାତ୍ରା ପରେ କାର୍ତ୍ତିକ ମାସ ହିଁ ପ୍ରତ୍ୟେକ ଓଡ଼ିଆର ପୂର୍ଣ୍ଣ ଅର୍ଜ୍ଜିବାର ପର୍ବ ଓ ପରମ୍ପରା । କାର୍ତ୍ତିକ ମାସରେ ପ୍ରତ୍ୟେକ ଓଡ଼ିଆ ମହିଳା; ବିଶେଷ କରି ବୟସ୍କ ମହିଳା, ବିଧବା ମା' ପୂର୍ଣ୍ଣ ଅର୍ଜିବା ଲାଗି ମହାପ୍ରଭୁଙ୍କ ପାଖକୁ ଆସନ୍ତି । ହାବିଷ୍ୟାଳିଙ୍କ ମୋକ୍ଷ ପ୍ରାପ୍ତି ଲାଗି ଅନ୍ୟାନ୍ୟ ବାଟ କହିଲେ ଅତ୍ୟୁକ୍ତି ହେବନାହିଁ । ଆଉ କୌଣସି ରାଜ୍ୟରେ ହାବିଷ୍ୟର ପ୍ରଥା ନାହିଁ । ଓଡ଼ିଆ ଅସ୍ମିତାରେ ହାବିଷ୍ୟ ଓ ହାବିଷ୍ୟାଳୀଙ୍କ କଥା ରହିଛି ।"

'ଦିନରେ ଖରା, ରାତିରେ କାକର'
ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, "ବିଜେପି ସରକାରରେ ଓଡ଼ିଆଙ୍କ ଧର୍ମ, ବିଶ୍ୱାସ ଓ ପ୍ରଥାକୁ କୁଠାରଘାତ ହେଉଛି । ହଜାର ହଜାର ହାବିଷ୍ୟାଳି ପୁରୀରେ ଏକାଠି ହେଲେ । ଦିନରେ ଖରା ଓ ରାତିରେ କାକର ମାଡ଼ ଖାଇଲେ । ରାଜ୍ୟ ସରକାର ସେମାନଙ୍କ ଲାଗି କୌଣସି ବ୍ୟବସ୍ଥା କରିପାରିଲେ ନାହିଁ । ତଥାକଥିତ ଓଡ଼ିଆ ଅସ୍ମିତାର ସରକାର ହାବିଷ୍ୟାଳୀଙ୍କୁ ଧୋକା ଦେଇଛନ୍ତି । ଏହାର ଦୋଷ ବିଜେପି ସରକାର ଉପରେ ପଡିବ । ନବୀନ ସରକାର ସମୟରେ 39 କୋଟି ଟଙ୍କା ବ୍ୟୟ ବରାଦରେ 7 ମହଲା ବିଶିଷ୍ଟ ବୃନ୍ଦାବତୀ ନିବାସ ନିର୍ମାଣ ହୋଇଥିଲା । ହାବିଷ୍ୟାଳିଙ୍କ ରହିବା, ପ୍ରସାଦ ସେବନ, ଜଗା ଦର୍ଶନ, ନେବା ଆଣିବା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ହୋଇଥିଲା । ହାବିଷ୍ୟାଳୀଙ୍କ ଆବେଗ ବୁଝି ନବୀନ ବାବୁ ବ୍ୟବସ୍ଥା କରିଥିଲେ ।"

ଗତବର୍ଷ ୩୨୦୦, ଏବର୍ଷ ୨୫୦୦ :

ଲେଖାଶ୍ରୀ ଏହା ମଧ୍ୟ କହିଛନ୍ତି, "ଗତବର୍ଷ 3200 ହାବିଷ୍ୟାଳୀଙ୍କ ରହିବା ଲାଗି ବ୍ୟବସ୍ଥା ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାତ୍ର 2500 ହାବିଷ୍ୟାଳିଙ୍କ ଲାଗି ବୃନ୍ଦାବତୀ ନିବାସରେ ବ୍ୟବସ୍ଥା ହୋଇଛି । ଏହାଠୁ ଅଧିକ ଆସିଥିବା ମହିଳାଙ୍କୁ ରଖାଯାଉନାହିଁ । ଅନଲାଇନରେ ପଞ୍ଜିକରଣ କରିନଥିବା ମହିଳାଙ୍କୁ ଭିତରେ ପସିବାକୁ ଦିଆଯାଇନଥିଲା । ବୟସ୍କ ମହିଳା ଦିନରେ ଖରା ତାତି ଓ ରାତିରେ କାକର ମାଡ଼ ଖାଇ କାନ୍ଦୁଛନ୍ତି । ସେମାନଙ୍କ ଲାଗି ସମନ୍ୟତମ ସୁବିଧା ହୋଇନାହିଁ । ହାବିଷ୍ୟାଳିଙ୍କୁ ହାବିଷ୍ୟ କରେଇବା ମଧ୍ୟ ମହାପୂର୍ଣ୍ଣ । ଯାହା ନବୀନ ବାବୁ ବୁଝିଥିଲେ, କିନ୍ତୁ ଏବେର ବିଜେପି ସରକାର ବୁଝିନାହାନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଓ ଅଯୋଗ୍ୟତା ସ୍ପଷ୍ଟ ଭାବେ ଜଣାପଡୁଛି ।"

ଏହା ବି ପଢନ୍ତୁ-କାଲିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳୀଙ୍କ ଧାରଣା, ମନ୍ତ୍ରୀ କହିଲେ ସବୁ ସୁବିଧା ହୋଇଛି

ଏହା ବି ପଢନ୍ତୁ- ହବିଷ୍ୟାଳୀ ବ୍ରତ ପାଇଁ ୬ରୁ ଆବେଦନ, 2500 ମା’ଙ୍କ ପାଇଁ ବ୍ୟବସ୍ଥା - Habishyalis Registration

କୁଆଡ଼େ ଗଲେ ଉପମୁଖ୍ୟମନ୍ତ୍ରୀ: ଲେଖାଶ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପି ସରକାର କଣ ବତେଇବ କିଏ ଧର୍ମ କରିବ ଆଉ ନକରିବ ? ପଞ୍ଜିକରଣ କରିଥିବା ଲୋକର ହିଁ କଣ କେବଳ ଧର୍ମ କରିବା ଅଧିକାର ଅଛି ? ମନ୍ତ୍ରୀ କହୁଛନ୍ତି ଅନଲାଇନ ପଞ୍ଜିକରଣ କରିଥିବା ବ୍ୟକ୍ତି ରହିବେ । ଏହା କି ଉଦ୍ଭଟ ଚନ୍ତାଧାରା ? 80 ବର୍ଷର ବୟସ୍କାଙ୍କ ଅନଲାଇନ ପଞ୍ଜିକରଣ ବାବଦରେ କଣ ଜାଣିଛନ୍ତି ? ମହିଳାଙ୍କୁ ଖରା, କାକରରେ ବସେଇବା ଦୁର୍ଭାଗ୍ୟଜନକ । ଆବଶ୍ୟକତାରୁ ଅଧିକ ଆସିଲେ ମଧ୍ୟ ତାଙ୍କ ଲାଗି ବ୍ୟବସ୍ଥା କରିବା ରାଜ୍ୟ ସରକାରଙ୍କ ଦାଇତ୍ୱ । ସୁଭଦ୍ରା ଯୋଜନା କଥା କହି ବୃଦ୍ଧାଙ୍କୁ ରାସ୍ତାରେ ପକାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା । ସୁଭଦ୍ରା ଯୋଜନା ନେଇ ଏତେ କଥା କହୁଛନ୍ତି । ମହିଳା କାନ୍ଦୁଥିଲେ ତାଙ୍କର ଦେଖାନାହିଁ ।"

ପାପ ଲାଗିବ: ଲେଖାଶ୍ରୀ

ସେ ଏହା ମଧ୍ୟ କହିଛନ୍ତି, "ବିଜେପି ସରକାର ଉପରେ ପାପ ଲାଗିବ । ବଡ଼ ଅଭିଶାପ ମଧ୍ୟ । ଆନ୍ତରିକତା ଥିଲେ ସବୁ ମା'ମାନଙ୍କ ଲାଗି ସରକାର ବ୍ୟବସ୍ଥା କରିବେ । ଓଡ଼ିଆ ଅସ୍ମିତା ଲାଗି ବିଜେପିର ଚିନ୍ତା ନାହିଁ । ଓଡ଼ିଆ ଅସ୍ମିତା ଏକ ଧୋକା । ଏହା ପ୍ରବଞ୍ଚନା ବୋଲି ଏମାନେ ପ୍ରତ୍ୟେକ ଦିନ ପ୍ରମାଣିତ କରୁଛନ୍ତି । ଓଡିଶା ସରକାର ବିଜେପିର ଏକ ବ୍ରାଞ୍ଚ ଅଫିସ । ଏହା ମୁଖ୍ୟ ଅଫିସ ନୁହେଁ । ମୁଖ୍ୟ ଅଫିସ ଦିଲ୍ଲୀରେ ଅଛି । ଦିଲ୍ଲୀରେ ହାବିଷ୍ୟାଳୀ ପ୍ରଥା ନାହିଁ । ବିଜେପିର ମୂଳ ନାଗପୁରରେ ମଧ୍ୟ ହାବିଷ୍ୟାଳୀ ବ୍ରତର କଥା ନାହିଁ । ତେଣୁ ଏ ବ୍ରାଞ୍ଚ ଅଫିସ ହାବିଷ୍ୟାଳୀଙ୍କ ଦୁଃଖ କଷ୍ଟ ବୁଝିପାରିବ ଏ ଆଶା ଆମର ନାହିଁ । ବିଜେପି ସରକାର ବିନାଶ ଭିତରେ ଗୋଟେ ଗୋଡେ ପକେଇ ସାରିଲେଣି ।"

ନିଆଁରେ ଘିଅ ଢାଳିବା ବନ୍ଦ କର: ଆଇନମନ୍ତ୍ରୀ

ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, "ହାବିଷ୍ୟାଳିଙ୍କ ଲାଗି ଦୀର୍ଘ ଦିନ ପୂର୍ବରୁ ପଞ୍ଜିକରଣ ସରିଛି । ସେମାନଙ୍କର ରହିବା ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି । ହାବିଷ୍ୟାଳିଙ୍କର କୌଣସି ଅସୁବିଧା ନହେଉ ବୋଲି ଆମେ ଚେଷ୍ଟା କରୁଛୁ । ରେଜିଷ୍ଟ୍ରେସନ କରିଥିବା ହାବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା ହୋଇଛି । ପରବର୍ତ୍ତୀ ସମୟରେ ବିଭିନ୍ନ ଅଞ୍ଚଳରୁ ହାବିଷ୍ୟାଳୀଙ୍କୁ ରଖିବାକୁ ଆସିଥିବା ଅନୁରୋଧ ଅନୁସାରେ ବ୍ୟବସ୍ଥା ହୋଇଛି । ଅତିରିକ୍ତ ଭାବେ ଆସିଥିବା ହାବିଷ୍ୟାଳୀଙ୍କ ଲାଗି ବ୍ୟବସ୍ଥା କରିବା କଷ୍ଟକର । ଏହାକୁ ରାଜନୈତିକ ପ୍ରସଙ୍ଗ କରିବା ଅନାବଶ୍ୟକ । ଗତବର୍ଷ ହାବିଷ୍ୟାଳିଙ୍କ ବ୍ୟବସ୍ଥା ଓ ଦୁରାବସ୍ଥା ବାବଦରେ ଲେଖାଶ୍ରୀ ସାମନ୍ତସିଂହାର ଜାଣିନଥିଲେ । ଅତୀତରେ ହାବିଷ୍ୟାଳିଙ୍କୁ ଜିଲ୍ଲା ପ୍ରଶାସନ ପଚାରୁ ନଥିଲା । ହାବିଷ୍ୟାଳି ପ୍ରସଙ୍ଗରେ ବିରୋଧୀ ରାଜନୀତି କରିବା ବନ୍ଦ କରନ୍ତୁ । ପ୍ରସଙ୍ଗରେ ନିଆଁରେ ଘିଅ ଢାଳିବା ବି ବନ୍ଦ ହେଉ । ଜିଲ୍ଲା ପ୍ରଶାସନ ଠିକ ଢଙ୍ଗରେ ଦାୟିତ୍ୱ ତୁଳାଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.