ETV Bharat / state

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ କଂଗ୍ରେସ କ୍ୟାମ୍ପରେ କସରତ; ସମୀକ୍ଷକଙ୍କ ମତ 'ବଡ଼ ମାଛ ଧରିବାକୁ ଜାଲ କାହିଁ' - Congress on BJD BJP Alliance

Congress On BJD-BJP Alliance: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତପରଠାରୁ ଓଡି଼ଶାରେ ଜୋର ଧରିଛି ମେଣ୍ଟ ଚର୍ଚ୍ଚା । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଚୂଡ଼ାନ୍ତ ପର୍ଯ୍ଯାୟରେ ପହଞ୍ଚିଛି ଶଙ୍ଖ-ପଦ୍ମ ଆଲୋଚନା । ଯଦି ଏପରି ହୁଏ, ଲାଭରେ ରହିବ କି କଂଗ୍ରେସ ? ପଢନ୍ତୁ ପୂରା ଖବର,

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା
ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା
author img

By ETV Bharat Odisha Team

Published : Mar 12, 2024, 4:55 PM IST

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନକୁ ନେଇ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଥମିବାର ନାମ ନେଉ ନାହିଁ । ଘନ ଘନ ବୈଠକ ସାଙ୍ଗକୁ ଦିଲ୍ଲୀ ଡକରା ଚର୍ଚ୍ଚାକୁ ଆହୁରି ରୋଚକ କରୁଛି । କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୁଏ ଏଥିରୁ କେତେ ଫାଇଦା ପାଇପାରିବ କଂଗ୍ରେସ ? ବର୍ତ୍ତମାନ ବିରୋଧି କଂଗ୍ରେସ ପାଇଁ ଏହା ଏକ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।

କଂଗ୍ରେସର ଅନ୍ନ-ପ୍ରାସନ୍ନ: ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ବାହାଘର କରାଇ ବେଶ ଚର୍ଚ୍ଚା ସାଉଁଟି ଥିଲା କଂଗ୍ରେସ । ଏବେ ନିକଟରେ ବିଜେଡି-ବିଜେପି ଔରସରୁ ଜନ୍ମିତ ପିଲାର ଅନ୍ନ ପ୍ରାସନ୍ନ କରାଇଛି । କିନ୍ତୁ ଚର୍ଚ୍ଚା ଯଦି ବାସ୍ତବିକରେ ପରିଣତ ହୁଏ ଅର୍ଥାତ ଯଦି ମେଣ୍ଟ ହେଉଛି ଏଥିରୁ କେତେ ଫାଇଦା ଉଠାଇପାରିବ କଂଗ୍ରେସ । ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, କଂଗ୍ରେସ ପ୍ରସ୍ତୁତ ନାହିଁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଯେଉଁ ବିଦ୍ରୋହୀମାନେ ବିଜେଡି-ବିଜେପି ଛାଡି ଆସିବେ ଆମେ ସେମାନଙ୍କୁ ସ୍ବାଗତ କରିବୁ ।

ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସଙ୍କ ପ୍ରତିକ୍ରିୟା: ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଫାଇଦା କାହାର ହେବ ? ଦୁଇ ଜଣଙ୍କ ମେଣ୍ଟ ମଧ୍ୟରେ କଂଗ୍ରେସ ଫାଇଦା ଉଠାବାର ସମ୍ଭାବନା ରହିଛି । କିନ୍ତୁ କଂଗ୍ରେସ ପାଖରେ କଣ ସେହି ନ୍ୟାରେଟିଭ ଅଛି ଲୋକଙ୍କ ପାଖକୁ ଯିବା ପାଇଁ ? ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗାଁ ସ୍ତରରେ, ବ୍ଲକ ସ୍ତରରେ ଲୋକଙ୍କ ପାଖରେ ଏହି ନ୍ୟାରେଟିଭ ନେଇ ପହଞ୍ଚି ପାରିଛି କି କଂଗ୍ରେସ । ମେଣ୍ଟ ରାଜନୀତିକୁ ନେଇ ସରଗରମ ସ୍ଥିତି ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ କରୁଛି କଣ ।

ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, " ଏହି ମେଣ୍ଟ ଚର୍ଚ୍ଚା ମଧ୍ୟରେ କୌଣସି ମଧ୍ୟ ଲୋକ ଭାବିବେ କଂଗ୍ରେସ ଫାଇଦା ପାଇବ । ବଡ଼ କଥା ହେଲା କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ଅଛି କି ? ସେମାନେ କାହିଁକି ମେଣ୍ଟ କରୁଛନ୍ତି । ସେମାନେ ନିଶ୍ଚିତ ହୋଇସାରିଛନ୍ତି କଂଗ୍ରେସ ରାଜ୍ୟରେ ଦୁର୍ବଳ ଅଛି । ସେମାନଙ୍କର ମେଣ୍ଟ ହେଲେ ମଧ୍ୟ କଂଗ୍ରେସ ଫାଇଦା ନେଇପାରିବ ନାହିଁ । କଂଗ୍ରେସର ଭୋଟ ହାର 15 ପ୍ରତିଶତ ରହିଛି । ଏହା ବଢିଲେ ଆଉ 5 ପ୍ରତିଶତ ବଢିପାରେ । ଏବେ ଅନେକ ମାଛ କଂଗ୍ରେସ ଆଡେ ଆକୃଷ୍ଟ ହୋଇ ଆସିବେ । କିନ୍ତୁ ଜିଲ୍ଲା ଓ ବ୍ଲକ ସ୍ତରରେ ଜାଲ ବିଛାଇଛି କି କଂଗ୍ରେସ । ବାହାଘର ହୋଇଗଲା ଛୁଆ ହୋଇଗଲା । 10ଟି ଦୁର୍ନୀତି କଥା କହିଲେ । ଅଲଗା ଉପାୟରେ ବି କହିପାରିଥାନ୍ତେ । କିନ୍ତୁ ବ୍ଲକ ସ୍ତର ଏବଂ ଜିଲ୍ଲା ସ୍ତରରେ କଂଗ୍ରେସ ସେପରି ପ୍ରସ୍ତୁତ ଥିବା ଜଣାପଡୁନାହିଁ ।" ତେଣୁ ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଉଛି ଦୁର୍ବଳ କଂଗ୍ରେସ ଏଥିରୁ ଲାଭ ଉଠାଇପାରିବା ପରି ମନେ ହେଉନାହିଁ । କଂଗ୍ରେସର ତୃଣମୂଳ ସ୍ତରରେ ରଣନୀତି ନାହିଁ । ଯାହାକି କଂଗ୍ରେସର ରାଜନୈତିକ ଭବିଷ୍ୟତକୁ ଅନ୍ଧାର ଆଡକୁ ଠେଲି ଦେଇଛି ବୋଲି କହିଛନ୍ତି ରବି ଦାସ ।

ଏହା ମଧ୍ୟ ପଢନ୍ତୁ: BJD-BJD ମେଣ୍ଟ ଚର୍ଚ୍ଚା: 'ସିଟ ସେୟାରିଂଙ୍କୁ ନେଇ ନିଷ୍ପତ୍ତି ନେବେ ମୋଦି, ଖୁବଶୀଘ୍ର ହେବ ଔପଚାରିକ ଘୋଷଣା'

ଜୟଦେବ ଜେନାଙ୍କ ପ୍ରତିକ୍ରିୟା: ଅନ୍ୟପକ୍ଷରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ବିଜେଡି ବିଜେପି ଉଭୟ ଦଳର ମେଣ୍ଟ ହୋଇ ସାରିଛି । ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଯଦି ମେଣ୍ଟ ଘୋଷଣା କରନ୍ତି ଯେଉଁମାନେ ଟିକେଟ ପାଇବାରୁ ହଞ୍ଚିତ ହେବେ ସେମାନେ ରାହୁଲ ଗାନ୍ଧୀଙ୍କ ପ୍ରତି ଆକୃଷ୍ଟ ହୋଇ କଂଗ୍ରେସରେ ଯୋଗ ଦେବେ । ତାକୁ ଆଧାର କରି କଂଗ୍ରେସ ଲଢେଇ କରିବ । ଯେଉଁମାନେ ବିଜେଡି ବିଜେପି ଛାଡି ଆସିବେ ସେମାନଙ୍କୁ ଦଳ ସ୍ବାଗତ କରିବ ।"

ସେ ଆହୁରି ମଧ୍ୟ କହିଛନ୍ତି, "2000ରୁ 2009 ଏମାନେ ସେକ୍ୟୁଲାର ହୋଇନାହାନ୍ତି, କମ୍ୟୁନାଲ ହୋଇଯାଇଛନ୍ତି । ରାଷ୍ଟ୍ରପତି ନିର୍ବାଚନଠାରୁ ଆରମ୍ଭ କରି ମଣିପୁର ପ୍ରସଙ୍ଗରେ ବିଜେଡି ସମର୍ଥନ ଦେଇ ଆସିଛି । ପ୍ରଥମେ ଘୋଷିତ ମେଣ୍ଟ ଥିଲା ତା ପରେ ଅଘୋଷିତ ମେଣ୍ଟ ହୋଇଥିଲା ଏବେ ଘୋଷିତ ମେଣ୍ଟ ହେବାକୁ ଯାଉଛି । ବିଜେଡି-ବିଜେପି ଡ୍ରାମା ଆଉ ଚଳିବ ନାହିଁ । ଯିଏ ସମ୍ବିଧାନକୁ ସୁରକ୍ଷା ଦେଇ ଭାରତର ସୁରକ୍ଷା ପାଇଁ ଭାରତୀୟମାନେ ସମୂହ ନିଷ୍ପତ୍ତି ନେଇଛନ୍ତି ରାହୁଲଙ୍କୁ ସରକାରକୁ ଆଣିବେ । ଓଡିଶାରେ କଂଗ୍ରେସ ସରକାର କରିବ । ଓଡିଶାରେ ବିକଳ୍ପ ହେଉଛି କଂଗ୍ରେସ । ମେଣ୍ଟ ପରିସ୍ଥିତିରେ ଲୋକେ ରାହୁଲ ଓ କଂଗ୍ରେସ ଦଳ କଥା ଚିନ୍ତା କରିବେ । ତେଣୁ ଯେଉଁମାନେ ଦଳ ଛାଡି ଆସିବେ ଆମେ ସେମାନଙ୍କୁ ସ୍ବାଗତ କରିବୁ ।"

ଖୁବ ଶୀଘ୍ର ସାମ୍ନାକୁ ଆସିବ ମେଣ୍ଟ ଚିତ୍ର: 24ରୁ 48 ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବାକୁ ଯାଉଛି ମେଣ୍ଟ ଚିତ୍ର । ଆଉ କଂଗ୍ରେସ ପ୍ରତିବାଦର ଭିନ୍ନ ତରିକା ଆପଣାଉଛି । ବାସ୍ତବିକ ମେଣ୍ଟ ନ୍ୟାରେଟିଭକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ପାରିବ କି କଂଗ୍ରେସ ଏହା ଏବେ ବଡ଼ ପ୍ରଶ୍ନ ହୋଇଛି । ଯେଉଁ ରାଜନୈତିକ ଫାଇଦା ଉଠାଇବା କଥା କଂଗ୍ରେସ ତାହା ବ୍ଲକ ଲେଭୁଲରେ ସମ୍ଭବ ହୋଇପାରିବ କି ଏହା ଏବେ ବଡ଼ ପ୍ରଶ୍ନ ହୋଇଛି । ଯେଉଁ ଟିକେଟ ଆଶାୟୀମାନେ ନିରାଶ ହୋଇ ବିଜେଡି-ବିଜେଡି ମେଣ୍ଟ ଛାଡି କଂଗ୍ରେସ ମୁହାଁ ହେବେ ସେମାନଙ୍କୁ ଦଳ ଭିତରେ ଠିକଣା ଭାବେ ଥଇଥାନ କରିପାରିବତ ଦଳ ? ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.