ETV Bharat / state

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜନ୍ମ ଦିବସ ପାଳିତ, ଆଇନ ବ୍ୟବସ୍ଥାରେ ଆଣିଥିଲେ ବ୍ୟାପକ ସଂସ୍କାର - Rajendra Narayan singh deo - RAJENDRA NARAYAN SINGH DEO

112th Birthday of Rajendra Narayan singh deo: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଙ୍କ ଜନ୍ମ ଦିବସ । ଶାସନ ବ୍ୟବସ୍ଥା, ସାମାଜିକ ବ୍ୟବସ୍ଥା ଓ ଆଇନ ବ୍ୟବସ୍ଥାରେ ଆଣିଥିଲେ ବ୍ୟାପକ ସଂସ୍କାର । ଅଧିକ ପଢନ୍ତୁ

Rajendra Narayan singh deo
Rajendra Narayan singh deo
author img

By ETV Bharat Odisha Team

Published : Mar 31, 2024, 3:56 PM IST

ବଲାଙ୍ଗୀର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ 112 ତମ ଜୟନ୍ତୀ ପାଳନ କରୁଛି ଓଡ଼ିଶା । ତାଙ୍କ ଜନ୍ମସ୍ଥାନ ବଲାଙ୍ଗୀରରେ ମଧ୍ୟ ତାଙ୍କ ଜୟନ୍ତୀ ପାଳନ କରାଯାଇଛି । ଯେଉଁଥିରେ ତାଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ । ତେବେ ମହାରାଜା ଓ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ସେ ଜଣେ ଦକ୍ଷ ପ୍ରଶାସକ ସହ ଜଣେ ସଂସ୍କାରକ ଥିଲେ । ତାଙ୍କ ଅବଦାନ ରାଜ୍ୟ ପାଇଁ ଚିରସ୍ମରଣୀୟ ।

ସ୍ୱାଧୀନତା ପୂର୍ବ ପାଟଣା ରାଜ୍ୟର ମହାରାଜା ତଥା ଓଡ଼ିଶାର 6ଷ୍ଠ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଆଜି ଜନ୍ମ ଦିବସ । ଜଣେ ଦକ୍ଷ ପ୍ରଶାସକ, ସମାଜ ସଂସ୍କାରକ ଭାବେ ବେଶ ପରିଚିତ ଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ । ସାମାଜିକ ବ୍ୟବସ୍ଥା, ନ୍ୟୟିକ ଓ ଶାସନ ବ୍ୟବସ୍ଥାରେ ସେ ବ୍ୟାପକ ସଂସ୍କାର ଆଣିଥିଲେ । ତେବେ ଆଜି (ରବିବାର) ସେହି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ 112ତମ ଜନ୍ମ ଜୟନ୍ତୀ ପାଳନ କରୁଛି ସାରା ଓଡ଼ିଶା ।

ଜନ୍ମସ୍ଥାନ ବଲାଙ୍ଗୀରରେ ମହାରାଜାଙ୍କ ପରିବାର ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଆୟୋଜିତ କରାଯାଇଥିଲା । ପ୍ରଥମେ ରାଜେନ୍ଦ୍ର ନାରାୟଣ ଉଦ୍ୟାନ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଭାରେ ଯୋଗ ଦେଇ ମହାରାଜାଙ୍କ ଗୁଣଗାନ କରିଥିଲେ ମହାରାଜାଙ୍କ ପରିବାର । ଏହି ସଭାରେ ତାଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ତାଙ୍କ ନାତି ତଥା ପୂର୍ବତନ ସାଂସଦ କଳିିକେଶ ନାରାୟଣ ସିଂହଦେଓ, ତାଙ୍କ ପତ୍ନୀ ମେଘନା ସିଂହଦେଓଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ.. ଡ଼ଃ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଜନ୍ମଦିନ, ଜୟଦେବଙ୍କୁ ଓଡ଼ିଶାର ବୋଲି ପ୍ରମାଣିତ କରି ଆଣିଛନ୍ତି ଗୌରବ

ଏହି ଅବସରରେ ତାଙ୍କ ସାନ ପୁଅ ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଛନ୍ତି, "ପାଟଣା ମହାରାଜା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଜଣେ ସଚ୍ଚୋଟ ରାଜନେତା ଥିଲେ । ସେ ମହାରାଜା ଥିବା ବେଳେ ପାଟଣା ରାଜ୍ୟରେ ବିଧାନସଭା ଗଠନ ହୋଇଥିଲା । ହାଇକୋର୍ଟ ମଧ୍ୟ ତାଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲା । ତାଙ୍କ ସୁଶାସନ ପାଇଁ ସେ ପ୍ରଜା ବତ୍ସଳ ମହାରାଜା ଥିଲେ । ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ରାଜା ହିସାବରେ ଓଡ଼ିଶାରେ ମିଶିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶା ଗଠନରେ ବଡ଼ ପଦକ୍ଷେପ ନେଇଥିଲେ । ସମାଜରେ ଥିବା କୁସଂସ୍କାର ଉପରେ ମଧ୍ୟ ସେ ବଡ ପଦକ୍ଷେପ ନେଇଥିଲେ । ଅସ୍ପୃଶ୍ୟ ଜାତିଙ୍କୁ ମନ୍ଦିର ବାରଣ ନେଇ ଯେଉଁ କଳୁଷିତ ମାନସିକତା ଥିଲା, ଏହା ବିରୋଧରେ ସେ ଏହି ଜାତିର ଲୋକମାନଙ୍କ ଲାଗି ମନ୍ଦିର ପ୍ରବେଶ ପାଇଁ ବିଶେଷ ନିୟମ ଆଣି ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏହି ଆଦର୍ଶ ନୀତିକୁ ଅବଲମ୍ବନ କରାଯିବାର ପ୍ରଚେଷ୍ଟା ହେବା ଜରୁରୀ ।"

ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଇଂରେଜ ସମୟରେ ପାଟଣା ରାଜ୍ୟର ମହାରାଜା ଥିଲେ । ପରେ ସେ ଓଡିଶା ସହ ମିଶିବା ପରେ ନିଜେ ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ 1951ରେ କଳାହାଣ୍ଡି ବଲାଙ୍ଗୀର ଗଣତନ୍ତ୍ର ପରିଷଦ ପାର୍ଟିରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ 1957ରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିରୋଧୀ ଦଳ ନେତା ଭାବରେ ଦାୟିତ୍ୱ ତୁଲାଇଥିଲେ । 1967 ମସିହାରେ ସେ କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଜିତି 1967ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.