ETV Bharat / state

ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ - ସମ୍ବଲପୁରରେ ସୁଭାଷ ବୋଷଙ୍କ ଜୟନ୍ତୀ

Birth Anniversary Of Netaji And and Surendra Sai: ସମ୍ବଲପୁରରେ ପାଳିତ ହୋଇଛି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ l ଅଧିକ ପଢ଼ନ୍ତୁ

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

author img

By ETV Bharat Odisha Team

Published : Jan 23, 2024, 8:17 PM IST

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ସମ୍ବଲପୁର: ଜାତୀୟ ମୁକ୍ତି ସଂଗ୍ରାମର ମହାନାୟକ ତଥା ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ହେଉଛି 217 ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ପ୍ରମୁଖ ରାଜନୈତିକ ଦଳ ଓ ସ୍ବେଛାସେବୀ ସଂଗଠନ ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l

ସମ୍ବଲପୁରରେ ପାଳିତ ହୋଇଛି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସହ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ନେତାଜୀ ସୁଭାଷ ବୋଷଙ୍କୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନେତୃତ୍ବରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଆଜି ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ନେତୃତ୍ବରେ ବରିଷ୍ଠ ବିଜେଡି ନେତା ସିଦ୍ଧାର୍ଥ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଜେଡି ମହାନଗର ସଭାପତି ସତୀଶ ବିଶି, ଯୁବ ବିଜେଡି ନେତା ନିଶାନ୍ତ ବହିଦାର, ବିଜେଡି ନେତ୍ରୀ ସୁରେଖା ସାହୁ, ବନ୍ଦିତା ମିଶ୍ରଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଏହି ଜୟନ୍ତୀ ପାଳନରେ ସାମିଲ ହୋଇ ଥିଲେ । ଏହି ଅବସରରେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ, ସଂଘର୍ଷ, ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶ ସମ୍ବଲପୁରବାସୀଙ୍କୁ ପ୍ରେରିତ କରିଆସୁଥିବା ବିଜେଡି ନେତା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ମହାନ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ 202ତମ ଜୟନ୍ତୀ ପାଳନ, ଚାଖିଙ୍କ ସ୍ମୃତିରେ ମ୍ୟୁଜିୟମ ନିର୍ମାଣ ଦାବି

ସେପଟେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ମଧ୍ୟ ଜେଲ ଛକରେ ବିଜେପି ନେତା ଓ କାର୍ଯ୍ୟକର୍ତାମାନେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହାସହ ତ୍ୟାଗ ବଳିଦାନର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ, କର୍ନେଲ ପ୍ରଭାତ ପଣ୍ଡା, ସରୋଜ ଘଡେଇ ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ବିଜେପି ପକ୍ଷରୁ ନେତାଜୀ ସୁଭାଷ ବୋଷଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅନ୍ୟପଟେ ଆଜି ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ଖିଣ୍ଡା ଗାଁ ଠାରେ ମଧ୍ୟ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଛି । ରେଢ଼ାଖୋଲ ଓ କୁଚିଣ୍ଡା ଉପଖଣ୍ଡରେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.