ETV Bharat / state

ଓଡ଼ିଶାରେ କାହିଁକି ବ୍ୟାପିଲା ବାର୍ଡ ଫ୍ଲୁ: ସଂକ୍ରମଣ ବଢିବା ପଛରେ କୁକୁଡା ନା ଅନ୍ୟ ଜୀବ ? ଚାଞ୍ଚଲ୍ୟକର ତଥ୍ୟ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - Bird Flu Fear - BIRD FLU FEAR

Bird Flu Tension In Odisha: ବାର୍ଡ ଫ୍ଲୁର କାରଣ କୁକୁଡ଼ା ନ ହୋଇ ଅନ୍ୟ କୌଣସି ଉତ୍ସ ହୋଇପାରେ ବୋଲି ଆଶଙ୍କା ପାଇଛି । ଜଙ୍ଗଲୀ ପଶୁପକ୍ଷୀ ଏହାର କାରଣ ହୋଇଥାଇପାରନ୍ତି ବୋଲି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌ ସନ୍ଦେହ କରୁଛନ୍ତି ।

Bird Flu
Bird Flu (ETV Bharat Odisha)
author img

By ETV Bharat Odisha Team

Published : Sep 5, 2024, 9:32 PM IST

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ହଜାର ହଜାର କୁକୁଡାଙ୍କୁ ମାରି ଦିଆଯାଉଥିବା ବେଳେ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । ହେଲେ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବାର କାରଣ କଣ ? କୁକୁଡାଙ୍କଠୁ ବ୍ୟାପିଛି ବାର୍ଡ ଫ୍ଲୁ ନା ଜଙ୍ଗଲୀ ପଶୁପକ୍ଷୀ । ଏନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଓଡ଼ିଶା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଥିବା କେନ୍ଦ୍ରୀୟ ଟିମ ବାର୍ଡ ଫ୍ଲୁ ପଛରେ କୁକୁଡା ନୁହେଁ ବଂର ଜଙ୍ଗଲୀ ପଶୁ ପକ୍ଷୀ ଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଓଡ଼ିଶାରେ କାହିଁକି ବ୍ୟାପିଲା ବାର୍ଡ ଫ୍ଲୁ (ETV Bharat Odisha)

ଦୁଇ ଧରି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍‌:

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି କେନ୍ଦ୍ରୀୟ ଟିମ । ତେବେ କେନ୍ଦ୍ରୀୟ ଟିମ ସଂକ୍ରମିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି । ଏହା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ, ଭେଟାନାରି, ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ବୈଠକ ରେ ମଧ୍ୟ ବାର୍ଡ ଫ୍ଲୁକୁ ନେଇ ଆଲୋଚନା ମଧ୍ୟ କରାଯାଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ "କୌଣସି ବ୍ୟକ୍ତି ଏହା ଦ୍ବାରା ସଂକ୍ରମିତ ହୋଇନାହାନ୍ତି । ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଥିଲା । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହା ସହ ଅଧିକ ଟେଷ୍ଟିଂ ଓ ସାମ୍ପଲ କଲେକ୍ସନ ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିବା କେନ୍ଦ୍ରୀୟ ଟିମ ସୂଚନା ଦେଇଛି"।

ସଂକ୍ରମିତ ପକ୍ଷୀଙ୍କୁ ବିକ୍ରି କରନ୍ତୁ ନାହିଁ:

ବାର୍ଡ ଫ୍ଲୁ କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ ଆହୁରି ମଧ୍ୟ କହିଛନ୍ତି, "ଏନେଇ ପିପିଲି ସତ୍ୟବାଦୀ ଦୁଇଟି ଜାଗାରେ ରିପୋର୍ଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି । ସଂକ୍ରମିତ ପକ୍ଷୀଙ୍କୁ ବିକ୍ରି କରନ୍ତୁ ନାହିଁ। ସେମାନଙ୍କୁ ମାରି ପୋତି ଦେବାକୁ କୁହାଯାଇଛି। ଏଥିପାଇଁ ସେମାନଙ୍କୁ କ୍ଷତିପୂରଣ ରାଶି ଦିଆଯାଉଛି। ଯଦି ସଂକ୍ରମିତ କୁକୁଡ଼ା ବାହାରକୁ ଛଡ଼ା ଯାଏ ତେବେ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏନେଇ ଷ୍ଟେଟ ରାପିଡ ରେସପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେସପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି ।

ସଚେତନତା ପାଇଁ ଘର ଘର ପାମ୍ପଲେଟ ବଣ୍ଟା:

ସଚେତନତା ପାଇଁ ଘରକୁ ଘର ବଣ୍ଟା ଯାଉଛି ପାମ୍ପଲେଟ । ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି। ଏହି ଦୁଇ ଜାଗାକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ଚିହ୍ନଟ ହୋଇନାହିଁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ସଂକ୍ରମଣ ସ୍ଥାନରେ ଚିକେନ ଖାଇବାକୁ ବାରଣ:

ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ ଖାଇବାକୁ ବାରଣ କରାଯାଇଛି । ଯାହା ଫଳରେ ହୁଏତ ମଣିଷକୁ ମଧ୍ୟ ହୋଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ବାର୍ଡ ଫ୍ଲୁ କୁ ନେଇ କିଛି ଜାଣିବା କଥା:

୧. ବାର୍ଡ ଫ୍ଲୁ ଏକ ଭୂତାଣୁ ଜନିତ ରୋଗ । ଏଥୁରେ କୁକୁଡା ଆଦି ପକ୍ଷୀମାନେ ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି। ବେଳେବେଳେ ଦେଖାଯାଏ ବାର୍ଡ ଫ୍ଲୁ ଙ୍କୁ ଭୁତାଣୁ ପକ୍ଷୀଙ୍କ ଠାରୁ ମଣିଷକୁ ସଂକ୍ରମିତ ହେବାର ସମ୍ଭାବନା ଥାଏ ।

୨. ରୋଗାକ୍ରାନ୍ତ କ୍ଷୀମାନଙ୍କର ପର, ଲାଳ, ମଳ ଇତ୍ୟାଦି ମାଧ୍ୟମରେ ଏହି ରୋଗ ସଂକ୍ରମିତ ହୋଇଥାଏ।

୩. ପକ୍ଷୀମାନେ ଅସ୍ବାଭାବିକ ଭାବରେ ଅସୁସ୍ଥ ହୋଇପଢ଼ୁଥିଲେ ବା କୁକୁଡା ବା ଅନ୍ୟ ପକ୍ଷୀ ମରିଯାଉଥିଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଖବର ଦିଅନ୍ତୁ।

୪. କୁକୁଡା ପାଳନ କେନ୍ଦ୍ରମାନଙ୍କରେ କାମକରୁଥିବା ବ୍ୟକ୍ତିମାନେ ମୁଖା ଓ ଗ୍ଲୋବ୍ସ ବ୍ୟବହାର କରିବା ଉଚିତ୍ ଏବଂ ସାବୁନରେ ହାତ ଧୋଇବା ଉଚିତ।

୫. କୁକୁଡା ସଂସ୍ପର୍ଶ ଆସି ଯଦି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରହେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୬. କୁକୁଡା ଭାଡି ପ୍ରତିଦିନ ସଫା କରିବା ସଙ୍ଗେ ସଙ୍ଗେ ପକ୍ଷୀମାନଙ୍କ ଦାନା ଓ ପାଣି ପ୍ରତିଦିନ ବଦଳାନ୍ତୁ।

୭. ମରିଯାଉଥିବା କାଉ, କୁକୁଡା ଏଣେ ତେଣେ ନ ଫିଙ୍ଗି ମଲା ପକ୍ଷୀକୁ ପୋତି ଦିଅନ୍ତୁ। ଉକ୍ତ ସ୍ଥାନରେ ବ୍ଲିଚିଂ ସିଞ୍ଚନ କରନ୍ତୁ। ଏହା କଲା ବେଳେ ପକ୍ଷୀକୁ ଖାଲି ହାତରେ ନ ଧରି, ହାତରେ ଗ୍ଲୋବ୍ସ ପିନ୍ଧନ୍ତୁ ଏବଂ ମୁହଁରେ ମୁଖା ପିନ୍ଧନ୍ତୁ।

୮. କୁକୁଡା ପର, ଲାଳ ଓ ମଳକୁ ଛୁଇଁବା ପରେ ହାତକୁ ଭଲ ଭାବରେ ସାବୁନ୍ ରେ ଧୁଅନ୍ତୁ। ସଂକ୍ରମିତ ଅଂଚଳରୁ ବାହାରକୁ କୁକୁଡା, ବତକ, ଅଣ୍ଡା, କୁକୁଡା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ନିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ।

୯. ସତନ୍ତ୍ର ତ୍ବରିତ ଚିକିତ୍ସାକାରୀ ଦଳ (Rapid Response Team) ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଛନ୍ତି।

୧୦. ବାର୍ଡ ଫ୍ଲୁ ଜନିତ ରୋଗ ସଂପର୍କରେ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ । ବିଶେଷ ତଥ୍ୟ ପାଇଁ ନିକଟସ୍ଥ ସାସ୍ଥ୍ୟ କେନ୍ଦ୍ର ସହ ଯୋଗା ଯୋଗ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ବାର୍ଡ ଫ୍ଲୁ ସମ୍ପର୍କିତ ଖବର ପଢନ୍ତୁ:

ବାର୍ଡ ଫ୍ଲୁ ଆତଙ୍କ: କାହିଁକି ବ୍ୟାପୁଛି ବାର୍ଡ ଫ୍ଲୁ ? ଗ୍ରାଉଣ୍ଡରେ କେନ୍ଦ୍ରୀୟ ଟିମ୍‌ର ତନାଘନା, ସ୍ଥିତି ଅନୁଧ୍ୟାନ

Bird Flu: ବାର୍ଡ ଫ୍ଲୁ ଟେନସନ, ସ୍ଥିତି ଯାଞ୍ଚ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ -

Bhubaneswar Mayor Advice: ଚିକେନ ନ ଖାଇବାକୁ BMC ମେୟରଙ୍କ ପରାମର୍ଶ, ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.