ETV Bharat / state

ନିଶାଡିଙ୍କୁ ସାହାଯ୍ୟ ଆଳରେ ବାଇକ ଚୋରି, ମାଷ୍ଟର କି’ରେ ଚୋରି କରୁଥିଲା ମୋମୋ ବିକାଳି

Bike thief arrested: ଭୁବନେଶ୍ବର ବାଇକ ଚୋରି ରାକେଟର ହୋଇଛି ଖୁଲାସା । ଧରାପଡିଛି ୨୩ଟି ଚୋରା ବାଇକ । ରାସ୍ତା କଡରେ ମୋମୋ ବିକ୍ରି ଆଳରେ ଚୋରି କରୁଥିଲା ବାଇକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 1, 2024, 9:33 AM IST

ନିଶାଡିଙ୍କୁ ସାହାର୍ଯ୍ୟ ଆଳରେ ବାଇକ ଚୋରି, ମାଷ୍ଟର କି ରେ ଚୋରି କରୁଥିଲା ମୋମୋ ବିକାଳି

ଭୁବନେଶ୍ବର: ରାଜଧାନୀରେ ବାଇକ ଚୋରି ରାକେଟର ହୋଇଛି ଖୁଲାସା । ଧରାପଡିଛି ୨୩ଟି ଚୋରା ବାଇକ । ଚୋରି ପାଇଁ ଚୋର ଆପଣାଇଥିଲା ଭିନ୍ନ ଭିନ୍ନ ଟ୍ରିକ୍ । ରାସ୍ତା କଡରେ ମୋମୋ ବିକ୍ରି ଆଳରେ ଚୋରି କରୁଥିଲା ବାଇକ । କ୍ୟାପିଟାଲ ଓ ପାହାଳ ଥାନାରେ ଧରାପଡିଛନ୍ତି ୨ ଅଭିଯୁକ୍ତ । ଏଥିସହ ଚୋରା ଗାଡି କିଣିଥିବା ଜଣେ ଗ୍ରାହକକୁ ମଧ୍ୟ ଗିରଫ କରିଛି ପୋଲିସ । ବିଭିନ୍ନ ମଲ ଓ ହୋଟେଲ, ପାର୍କ ସମେତ ମାର୍କେଟ ଏରିଆରୁ ବାଇକ ଚୋରି ସହ ଏବେ ବାଇକ ଚୋରଙ୍କ ଟାର୍ଗେଟରେ ମଦୁଆ ଓ ନିଶାଡି । କାରଣ ମଦ ପିଇ ନିଶାରେ ଚୁର ଥିବା ଲୋକଙ୍କୁ ଚୋରି କରିବା ଏବେ ଏମାନଙ୍କ ପାଲଟିଛି ସହଜ ଉପାୟ । ଏହି ଭଳି କ୍ୟାପିଟାଲ ଥାନାରେ ଧରାପଡିଥିବା ବାଇକ ଚୋରର ଖୋଲିଛି ଗୁମର ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଉଛି ରାକେଶ କୁମାର ନାୟକ । ତାଙ୍କ ଘର ‌କୁରୁମୁଙ୍ଗିଆ ଉଦୟଗିରି କନ୍ଧମାଳ ଅଟେ । ଯେକି ଭୁବନେଶ୍ବର ଦିନରେ କୁରୁକୁରି ସପ୍ଲାଏ ସହ ରାତିରେ ମୋମୋ ବିକ୍ରି କରେ । ହେଲେ ସଉକ ବାଇକ ଚୋରି କରିବା । ସେ ଭୁବନେଶ୍ବରରେ ବାଇକ ଚୋରି କରି କନ୍ଧମାଳ ଭଳି ଦୁର୍ଗମ ଅଞ୍ଚଳରେ କମ ଦାମରେ ବିକ୍ରି କରେ । ନିଶାରେ ଚୁର ଥିବା ଲୋକକୁ ଘରେ ଛାଡିଦେବ କହି ତାକୁ ବାଇକରେ ନେଇ ଅଧା ବାଟରେ ଛାଡି ଦେଇ ଛୁ ମାରୁଥିଲା ଚୋର । ଏହି ଚୋରକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ ।

ଏହା ମଧ୍ୟ ପଢନ୍ତୁ ...ରକ୍ତ ପାଇବାକୁ ଆଉ ରହିବନି ଚିନ୍ତା, ଲଞ୍ଚ ହେଲା ଆପ୍‌

ତା ଠାରୁ ୧୫ଟି ଚୋରା ବାଇକ ସହ ୨୦ଟି ଡୁପ୍ଲିକେଟ ଚାବି ଜବତ କରିଛି ପୋଲିସ । ସେହିପରି ପାହାଳ ଥାନା ପୋଲିସ ହାତରେ ମଧ୍ୟ ଧରାପଡିଛି ବାଇକ ଚୋର । ଯେକି ବାଇକ ଧରି ଠିଆ ହୋଇଥିବା ଲୋକକୁ ଧ୍ୟାନ ହଟାଇ ବା ଗାଡି ଥୋଇ ଜିନିଷ ଆଣିବାକୁ ଯାଇଥିବା ଲୋକର ଗାଡି ଧରି ଛୁ ମାରୁଥିଲା । ଏମିତି ଢଙ୍ଗରେ ଚୋରି କରୁଥିବା ଜଣେ ଚୋର ଅମିତାଭ ସ୍ବାଇଁ ଓରଫ କାହ୍ନାକୁ ଗିରଫ କରିଛି ପାହାଳ ଥାନା । ଯେକି ଚୋରି‌ପରେ‌ ଚୋରି ଗାଡିକୁ ବିକ୍ରି କରିଦେଉଥିଲା । ଏନେଇ‌ ତାକୁ ଗିରଫ ପରେ ରାଜେନ୍ଦ୍ର ନାୟକ ନାମକ ଜଣେ ଚୋରା ବାଇକ ଗ୍ରାହକକୁ ମଧ୍ୟ ଗିରଫ କରିଛି ପୋଲିସ ।

ତେବେ ଗାଡି ଚୋରଙ୍କ ପ୍ରତି ସାବଧାନ ରହିବାକୁ ମଧ୍ୟ ନିବେଦନ କରିଛନ୍ତି ଭୁବନେଶ୍ବର ଡିସିପି । ଗାଡି ଅନ୍ତତଃ ଦୁଇଟି ତାଲା ପକାଇବାକୁ କହିଛନ୍ତି । ଗାଡିର ଚାବି ପୁରୁଣା ହୋଇଗଲେ ତାକୁ ତୁରନ୍ତ ବଦଳାଇବାକୁ ଅନୁରୋଧ କରାଯାଇଛି । ଏଥି ସହ ଗାଡିରେ ଯଦି ସମ୍ଭବ ଜିପିଏସ ମଧ୍ୟ ଲଗାଇପାରିବେ ତେବେ ଗାଡି ଚୋରିକୁ ସହଜରେ ରୋକାଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.