ETV Bharat / state

କାର୍ଯ୍ୟାନୁଷ୍ଠାନ ନେବେ କି ମନ୍ତ୍ରୀ; ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଅକଳରେ ପକାଉଛି କିଏ ? - Biju Patnaik Sports Award Row - BIJU PATNAIK SPORTS AWARD ROW

Biju Patnaik Sports Award Row: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାଁ ପରିବର୍ତ୍ତନ ହୋଇ ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ ହେଲା ବୋଲି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ କରିଥିଲା । ଏଥିରେ କ୍ରୀଡା ନିର୍ଦ୍ଦେଶକଙ୍କ ଦସ୍ତଖତ ମଧ୍ୟ ରହିଛି । ହେଲେ ଏହାକୁ ମୁଖ୍ୟମନ୍ତ୍ରୀ ଜାଣିନଥିବା କହିଥିଲେ । ପ୍ରଶ୍ନ ଉଠିଛି କାହା ନିର୍ଦ୍ଦେଶରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଶୁକ୍ରବାର ନାଁ ବଦଳାଇବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା । ମୁଖ୍ୟମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀ ଯଦି ଏ ବାବଦରେ ଅବଗତ ନଥିଲେ, ତେବେ ଏ କାମ କଲା କିଏ ? ଏ ଘଟଣାର ତଦନ୍ତ ହେବାର ଆବଶ୍ୟକ ରହିଛି କି ?

Biju Patnaik Sports Award Row
Biju Patnaik Sports Award Row (ETV Bharat Odisha)
author img

By ETV Bharat Odisha Team

Published : Jul 23, 2024, 10:50 AM IST

ଭୁବନେଶ୍ୱର: ବିଜୁ କ୍ରୀଡ଼ା ପୁରସ୍କାର ପୂର୍ବ ଭଳି ଚାଲୁ ରହିବ । ଏହାର ନାମ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ଘୋଷଣା କରିବାର ଦିନ ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଏବେ ପ୍ରଶ୍ନ ଉଠିଛି କାହା ନିର୍ଦ୍ଦେଶରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଶୁକ୍ରବାର ନାଁ ବଦଳାଇବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା । ମୁଖ୍ୟମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀ ଯଦି ଏ ବାବଦରେ ଅବଗତ ନଥିଲେ, ତେବେ ସରକାରକୁ ଅପଦସ୍ତ କରାଇବା ପଛର କିଏ ରହିଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଅଜାଣତରେ ଏତେ ବଡ଼ ଘଟଣା ହୋଇଛି, ତେବେ କି କାର୍ଯ୍ୟାନୁଷ୍ଠାନ ନେବେ ସରକାର ?

Biju Patnaik Sports Award Row (ETV Bharat Odisha)

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାଁ ପରିବର୍ତ୍ତନ ହୋଇ ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ ହେଲା ବୋଲି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ କରିଥିଲା । ଏଥିରେ କ୍ରୀଡା ନିର୍ଦ୍ଦେଶକଙ୍କ ଦସ୍ତଖତ ମଧ୍ୟ ରହିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏପରି କୌଣସି ନିଷ୍ପତ୍ତି ରାଜ୍ୟ ସରକାର ନେଇନାହାନ୍ତି ବୋଲି ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏପରିକି ନିଷ୍ପତ୍ତି ବାବଦରେ ଗଣମାଧ୍ୟମରୁ ଅବଗତ ହୋଇଥିବା ନେଇ ସେ କହିଥିଲେ । ବରପୁତ୍ରଙ୍କୁ ତାଙ୍କ ସରକାର ସମ୍ମାନ ଦେଉଥିବାବେଳେ ପୂର୍ବଭଳି ବିଜୁ ପଟ୍ଟନାୟକଙ୍କ ନାଁ'ରେ କ୍ରୀଡା ପୁରସ୍କାର ଚାଲୁ ରହିବ ବୋଲି ସେ ଘୋଷଣା କରିଛନ୍ତି । ସେହିପରି ଓଡ଼ିଶାର ବରପୁତ୍ରଙ୍କୁ କ୍ରୀଡା ବିଭାଗ ମଧ୍ୟ ସମ୍ମାନ ଦେଉଛି ବୋଲି ବିଭାଗୀୟ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ।

Biju Patnaik Sports Award Row
Biju Patnaik Sports Award Row (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ନାଁ, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ - Biju Patnaik Sports Award row

ସରକାରୀ ବିଜ୍ଞପ୍ତିକୁ ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀ ଖାରଜ କରିବା ପରେ ସରକାରର ଆଭ୍ୟନ୍ତରୀଣ ସମନ୍ୱୟ ନେଇ ପ୍ରଶ୍ନ ଉଠାଇଛି । ସରକାରରେ ସର୍ବୋଚ୍ଚ ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସେ ସମସ୍ତ ବିଭାଗର ମୁଖ୍ୟ । ସେହିପରି ବିଭାଗର ମୁଖ୍ୟ ହେଉଛନ୍ତି ମନ୍ତ୍ରୀ । ତେଣୁ ଯେଉଁ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବିଭାଗୀୟ ମନ୍ତ୍ରୀ ଅବଗତ କରିବା କଥା । ହେଲେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ନିଜେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଜାଣିନଥିବା କହିବା ବଡଧରଣର ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀଙ୍କର ଏହି ବିବୃତିରେ ପରେ ପୂରା ସରକାରୀ କଳ ଅଡ଼ୁଆରେ ପଡ଼ିଯାଇଛି । ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଅଗୋଚରରେ ନିଷ୍ପତ୍ତି ନିଆଯାଉଛି କି ? ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ନିଷ୍ପତ୍ତି ନେଉଛି କିଏ ?

କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତବ୍ୟ ଘଟଣାକୁ ଅଧିକ ଜଟିଳ କରିଛି । ବିଜ୍ଞପ୍ତିକୁ ମନ୍ତ୍ରୀ ଭୁଲ ବୋଲି କହିନାହାନ୍ତି । ତେଣୁ ବିଜ୍ଞପ୍ତି ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀଙ୍କ ଅଜାଣତରେ ଅଧିକାରୀ ଏତେ ବଡ଼ ନିଷ୍ପତ୍ତି ନେବା ଆଶ୍ଚର୍ଯ୍ୟର ବିଷୟ । ଅତ୍ୟନ୍ତ ବେପରୁଆ ଢଙ୍ଗରେ କ୍ରୀଡ଼ା ବିଭାଗ କାମ କରିଥିବାରୁ ପୂରା ସରକାର ଏବେ ଅପଦସ୍ତ ହୋଇଛି । ଏ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର । ‌

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ପ୍ରେସ ନୋଟ ବାବଦରେ ହୁଏତ ମୁଖ୍ୟମନ୍ତ୍ରୀ ଅବଗତ ହୋଇନପାରିଥାନ୍ତି । କିନ୍ତୁ ବିଭାଗୀୟ ମନ୍ତ୍ରୀ ନଜାଣିବା ଘଟଣାକୁ ରହସ୍ୟ ଭିତରକୁ ଟାଣୁଛି । ବିଭାଗୀୟ ମନ୍ତ୍ରୀ ନଜଣାଇ ବିଭାଗ ଏଭଳି ନିଷ୍ପତ୍ତି ନେଇପାରିବ ନାହିଁ । ସଚିବ ଚାହିଁଲେ ବି କରିପାରିବେ ନାହିଁ । ଏଭଳି ବଡ଼ ପରିବର୍ତ୍ତନର ନିଷ୍ପତ୍ତି ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିହାତି ଯିବା ଦରକାର । ବିଜେପିର ଜାତୀୟ ଓ ରାଜ୍ୟ ନେତୃତ୍ୱ ଭଲରେ ଜାଣିଛନ୍ତି ବିଜୁ ପଟ୍ଟନାୟକ ହେଉଛନ୍ତି ଦେଶର ଜଣେ ଆଇକନିକ ଚେହେରା । ବିଜୁଙ୍କୁ ନେଇ ବିବାଦ ହେଲେ ବିଜେପିକୁ ଲାଭ ହେବନାହିଁ । ବିଜେପିରେ ଥିବା କିଛି ଲୋକ ଭାବୁଛନ୍ତି, ସେମାନେ ବିଜେଡି ବିରୋଧରେ ଆସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.