ETV Bharat / state

ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା, ଅଗ୍ନିବୀରଙ୍କ ପାଇଁ ଓଡ଼ିଶାରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ - Reservation For Agniveer - RESERVATION FOR AGNIVEER

Reservation For Agniveer: ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଅଗ୍ନିବୀରଙ୍କ ପାଇଁ ଓଡ଼ିଶାରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ ।

Reservation For Agniveer
Reservation For Agniveer (ETV Bharat Odisha)
author img

By ETV Bharat Odisha Team

Published : Jul 26, 2024, 8:35 PM IST

Updated : Jul 26, 2024, 9:10 PM IST

ଭୁବନେଶ୍ବର: ଅଗ୍ନିବୀରଙ୍କ ପାଇଁ ଓଡ଼ିଶାରେ 10 ପ୍ରତିଶତ ସ୍ଥାନ ସଂରକ୍ଷଣ । ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଅଗ୍ନିବୀରଙ୍କ ପାଇଁ 5 ବର୍ଷ ବୟସ ସୀମା କୋହଳ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ସଂରକ୍ଷଣ ଦିଆଯିବ ସହ ଓଡ଼ିଶା ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Reservation For Agniveer (ETV Bharat Odisha)

ଦିଲ୍ଲୀ ଯିବା ପୂର୍ବରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, "ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । ଅଗ୍ନିବୀର୍‌ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଯୁଗାନ୍ତକାରୀ ଯୋଜନା । ଏହି ଯୋଜନାରେ ଦେଶର ଯୁବ ସମାଜକୁ ଦକ୍ଷ, ଯୋଗ୍ୟ ଓ ସାହସୀ କରିବାରେ ସହାୟକ ହୋଇଛି । ଜୀବନର ସବୁ କ୍ଷେତ୍ରରେ ଆହ୍ବାନକୁ ଗ୍ରହଣ କରିପାରୁଥିବା ଯୁବସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଛୁଟିରେ ଆସି ଗ୍ୟାଙ୍ଗ ଗଢିଲେ, କଳାକନା ବୁଲାଇଲେ ଅଗ୍ନିବୀର; ବହୁ କଷ୍ଟରେ ଧରିଲା ପୋଲିସ, ସେନା ଆକ୍ସନକୁ ଅପେକ୍ଷା - Indian army soldier turns robber

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି, "ଓଡିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ 10 ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ । ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ 5 ବର୍ଷ କୋହଳ କରାଯିବ ।" ଓଡିଶା ପୋଲିସରେ ଅଗ୍ନିବୀରଙ୍କୁ ସାମିଲ କରିବା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମୁଖ୍ୟମନ୍ତ୍ରୀ ଅତିରିକ୍ତ ସଚିବ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ ।

Last Updated : Jul 26, 2024, 9:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.