ETV Bharat / state

ଗାଁକୁ ନାହିଁ ରାସ୍ତା; ଦାବି କରି ନୟାନ୍ତ ଗାଁଲୋକେ, କାଠ ପୋଲ ହିଁ ଭରସା - Villagers Built Wooden Bridge

author img

By ETV Bharat Odisha Team

Published : Jul 17, 2024, 6:44 PM IST

Road Problem In Deogarh: ଦାବି କରି ଶୁଣିଲାନି ପ୍ରଶାସନ । ଶେଷରେ ବାଧ୍ୟ ହୋଇ ନିଜେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ । ବିକାଶର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଭୁକ୍ତାପଡା ଗାଁରେ । ଅଧିକ ପଢନ୍ତୁ

ଗାଁକୁ ନାହିଁ ରାସ୍ତା; ଦାବି କରି ନୟାନ୍ତ ଗ୍ରାମବାସୀ, ଯାତାୟତ ପାଇଁ କାଠ ପୋଲ ହିଁ ଭରସା
ଗାଁକୁ ନାହିଁ ରାସ୍ତା; ଦାବି କରି ନୟାନ୍ତ ଗ୍ରାମବାସୀ, ଯାତାୟତ ପାଇଁ କାଠ ପୋଲ ହିଁ ଭରସା (ETV Bharat Odisha)

ଦେବଗଡ଼: ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ପୋଲଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ନିରବଦ୍ରଷ୍ଟା ସାଜିଲା ପ୍ରଶାସନ । ତେବେ ଏତିକିରେ ହାର ମାନିନଥିଲେ ଗ୍ରାମବାସୀ । ପାଦଚଲା ରାସ୍ତାରେ ପଡୁଥିବା ଜଳାଶୟ ଉପରେ ଖଣ୍ଡିଏ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ପ୍ରତିଦିନ ଗାଁକୁ ଯାତାୟତ କରୁଛନ୍ତି ଗ୍ରାମବାସୀ । ବିକାଶର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ଭୁକ୍ତାପଡା ଗାଁରେ ।

ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଂସର ପଞ୍ଚାୟତର ଭୁକ୍ତାପଡା ଗାଁ । ଏହି ଗାଁରେ ବସବାସ କରନ୍ତି ୧୨ଟି ଆଦିବାସୀ ପରିବାର । ମାତ୍ର ଏହି ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ଗାଁକୁ ନାମକୁ ମାତ୍ର ଯେଉଁ ପାଦଚଲା ରାସ୍ତା ଖଣ୍ଡିଏ ଅଛି ତାହାର ଅବସ୍ଥା ବର୍ଷା ଋତୁରେ ଅତି ବେହାଲ ହୋଇପଡିଥାଏ । ତେଣୁ ଗାଁ ନିକଟସ୍ଥ ଏକ ଜଳାଶୟର କେନାଲ ରାସ୍ତା ଦେଇ ଗ୍ରାମବାସୀ କଂସର ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରିଥାନ୍ତି । ଆଖପାଖ ଗାଁର ଲୋକେ ମଧ୍ୟ ଏହି ରାସ୍ତା ଦେଇ ନିଜ ବିଲ ବାଡ଼ି କାମରେ ଭୁକ୍ତା ପଡା ଗାଁକୁ ଆସିଥାନ୍ତି ।

ଏହି କେନାଲ ରାସ୍ତା ପାରିହେବାକୁ ଏହା ଉପରେ ଅନ୍ତତଃ ଖଣ୍ଡିଏ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦୀର୍ଘ ସମୟ ହେବ ପ୍ରଶାସନ ନିକଟରେ ବାରମ୍ୱାର ଦାବି କରିଛନ୍ତି । ହେଲେ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଏହି କେନାଲ ଉପରେ ଏକ କାଠ ପୋଲ ନିର୍ମାଣ କରି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରି ଆସୁଛନ୍ତି । ଗାଁର ଛୋଟଛୋଟ ପିଲାମାନେ ମଧ୍ୟ ଜୀବନକୁ ପାଣି ଛଡାଇ ଏହି କାଠ ପୋଲ ପାରିହୋଇ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ପ୍ରତିଦିନ ଯାତାୟତ କରୁଛନ୍ତି । କାଠ ପୋଲଟି ଅତ୍ୟନ୍ତ ଦୁର୍ବଳ ଥିବାରୁ କେତେବେଳେ ଯେ କୌଣସି ଅଘଟଣ ନଘଟିବ ତାହା କହିହେବନାହିଁ । ଏନେଇ ଆସା ଆଶଙ୍କାରେ ରହିଛନ୍ତି ଗ୍ରାମବାସୀ ।

ସ୍ଥାନୀୟ ସରପଞ୍ଚ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀଙ୍କୁ ଦୁଇବର୍ଷ ହେଲା ବାରମ୍ବାର ପ୍ରତିଶୃତି ଦେଇ ଆସିଛନ୍ତି । ପୋଲ ନିର୍ମାଣ ପାଇଁ କାର୍ଯ୍ୟସ୍ଥଳରେ ଏକ ଫଳକ ଲଗାଯାଇ କିଛି ମେଟାଲ ଓ ବାଲି ଗଦାଯାଇଛି । ମାତ୍ର ଦୁଃଖର ବିଷୟ ଯେ ପୋଲ ନିର୍ମାଣ କାମ ଆଉ ଆଗେଇ ପାରୁନାହିଁ । ସରପଞ୍ଚଙ୍କ ପ୍ରତିଶୃତି କେବଳ ପାଣିର ଗାର ହୋଇ ରହିଯାଇଛି । ଗ୍ରାମାଞ୍ଚଳର ବିକାଶ ତଥା ବିଶେଷକରି ପ୍ରତି ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ ପାଇଁ ସରକାର ଅନେକ ଯୋଜନା ମାଧ୍ୟମରେ ଅଜସ୍ର ଅର୍ଥ ବ୍ୟୟ କରି ଚାଲିଛନ୍ତି । ହେଲେ ଦେବଗଡ଼ ଜିଲ୍ଲାର ଭୁକ୍ତାପଡା ଗ୍ରାମବାସୀଙ୍କ ପାଇଁ ଏସବୁ ସରକାରୀ ଯୋଜନା ଯେପରି ସାତସ୍ବପ୍ନ ହୋଇରହିଯାଇଛି । ତାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଠାକାର ସ୍ଥିତି କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.