ETV Bharat / state

ସାବାଡ଼ ହେବେ ଅପରାଧୀ, ପୋଲିସର ସୁଧାର ପରେଡ, ହାଜିରା ଦେଲେଣି ୨୨୬ ଦାଗୀ - POLICE PARADE FOR ANTI SOCIAL

ଥାନାରେ ହାଜର ହୋଇ ପରେଡରେ ସାମିଲ ହେଉଛନ୍ତି ଦାଗୀ । କାର୍ଯ୍ୟକଳାପ ଓ ଗତିବିଧି ସମ୍ପର୍କରେ କମିଶନରେଟ ପୋଲିସର କଡ଼ା ନଜର ।

କମିଶନରେଟ ପୋଲିସର ସୁଧାର ପରେଡ ଆରମ୍ଭ, ହାଜିରା ଦେଉଛନ୍ତି ଦାଗୀ
କମିଶନରେଟ ପୋଲିସର ସୁଧାର ପରେଡ ଆରମ୍ଭ, ହାଜିରା ଦେଉଛନ୍ତି ଦାଗୀ (ETV Bharat Odisha)
author img

By ETV Bharat Odisha Team

Published : Nov 25, 2024, 12:06 PM IST

ଭୁବନେଶ୍ବର: ରାଜଧାନୀରେ ବିଗିଡ଼ିବାରେ ଲାଗିଛି ଅପରାଧିକ ଛବି । ଚୋରି, ଛିନତାଇଠୁ ଆରମ୍ଭ କରି ଡ୍ରଗସ୍‌, ବେଆଇନ ବନ୍ଧୁକ କାରବାର, ହତ୍ୟା, ଦୁଷ୍କର୍ମ ଓ ଡକାୟତି ପରି ସାଂଘାତିକ ଅପରାଧିକ ଘଟଣା କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ଏନେଇ ଅଭ୍ୟାସଗତ ଅପରାଧୀ ଓ ନୂଆ ନୂଆ ଅପରାଧ ଦୁନିଆରେ ପାଦ ଥାପିଥିବା ଅସାମାଜିକ ତତ୍ତ୍ବଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି ପୋଲିସ । ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଦାଗି ଓ ବେଲରେ ଜେଲରୁ ଫେରିଥିବା ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଡାକି ପରେଡ କରୁଛି । କମିଶନରେଟ ପୋଲିସର ଏକାଧିକ ଥାନାରେ ବିଗତ ତିନି ସପ୍ତାହ ଧରି ହୋଇଥିବା ପରେଡରେ ୨୨୬ ଜଣ ଦାଗୀଙ୍କୁ ସୁଧାର ପରେଡ୍‌ ଜରିଆରେ ପୋଲିସ ପକ୍ଷରୁ ଭେରିଫିକେସନ କରାଯାଇଛନ୍ତି ।

କମିଶନରେଟ ପୋଲିସର ସୁଧାର ପରେଡ ଆରମ୍ଭ, ହାଜିରା ଦେଉଛନ୍ତି ଦାଗୀ
କମିଶନରେଟ ପୋଲିସର ସୁଧାର ପରେଡ ଆରମ୍ଭ, ହାଜିରା ଦେଉଛନ୍ତି ଦାଗୀ (ETV Bharat Odisha)

ପୂର୍ବ ଅପରାଧିକ ରେକର୍ଡ ଦେଖି ପୋଲିସ ସେମାନଙ୍କର ଏବେକାର ଗତିବିଧି ଉପରେ ନଜର ରଖୁଛି । ସେମାନଙ୍କୁ ନିୟମିତ ବ୍ୟବଧାନରେ ପୋଲିସ ଯୋଗାଯୋଗ ମଧ୍ୟ କରୁଛି । ସେମାନଙ୍କ ପାଖ ପଡୋଶୀ ଓ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହି ପୋଲିସ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖୁଛି । ବିଶେଷ କରି ବସ୍ତିରେ ଥିବା ଯୁବପିଢି, ଯେଉଁମାନେ ନିଶା କବଳରେ ପଡ଼ି ଅପରାଧ ଦୁନିଆରେ ପ୍ରବେଶ କରୁଛନ୍ତି, ସେମାନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ପୋଲିସ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଇବାକୁ ସହଯୋଗ କରୁଛି ।

ସାମାଜିକ ତତ୍ତ୍ବଙ୍କ ପ୍ରଭାବରେ ଆସି, ଅପରାଧରେ ସାମିଲ ହୋଇଥିବା ଶିକ୍ଷିତ ତଥା କଲେଜ ପଢୁଆ ଦାଗିଙ୍କୁ ମଧ୍ୟ ପୋଲିସ ନଜରରେ ରଖିଛି । ସେମାନେ କିପରି ଏହି ଧାରାରୁ ଦୂରେଇ ରହିବେ ପୋଲିସ ସେନେଇ ତତ୍ପରତା ପ୍ରକାଶ କରିଛି । ଏନେଇ କମିସନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜ ଆଧାରରେ, ବିଗତ ତିନି ସପ୍ତାହ ଧରି ୨୨୬ ଜଣଙ୍କୁ ସୁଧାର ପରେଡ ଜରିଆରେ ଭେରିଫିକେସନ କରାଯାଇଛି ।

1. ବ୍ୟାଡ କ୍ୟାରେକ୍ଟର ଭେରିଫିକେସନ:-

ବ୍ୟାଡ କ୍ୟାରେକ୍ଟର ଭେରିଫିକେସନ ଜରିଆରେ ଛୋଟ ଛୋଟ ଗଣ୍ଡଗୋଳ, ମାରପିଟ୍, ଗାଳିଗୁଲଜ ଅପରାଧିକ ମାମଲାରେ ଥିବା ଅପରାଧୀଙ୍କୁ ନଜରରେ ରଖି ଥାନାରେ ବା ଏରିଆ ଭିଜିଟ ସମୟରେ ପୋଲିସ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ସେମାନେ ଏବେ କ’ଣ କରୁଛନ୍ତି, ତାହା ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି ।

  • 2. ହାଜିରା

ବିଶେଷ କରି ହତ୍ୟା, ରାହାଜାନୀ, ଡକାୟତି ଓ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବା ଅପରାଧୀ ଏବେ ବେଲରେ ଜେଲରୁ ଫେରିବା ପରେ କଣ କରୁଛନ୍ତି, ସେ ନେଇ ପୋଲିସର ନଜର ରହିଛି । ସେମାନେ ପୁର୍ବ ଭଳି ଯେପରି ଅପରାଧରେ ସାମିଲ ନହୁଅନ୍ତି ସେନେଇ ପୋଲିସ ସେମାନଙ୍କ ଗତିବିଧି ନଜର ରଖୁଛି । ଠିକ ସମୟରେ ଥାନାରେ ହାଜିରା ନଦେଲେ ତାଙ୍କ ଘରକୁ ଯାଇ ପୋଲିସ ଯାଞ୍ଚ ମଧ୍ୟ କରୁଛି ।

3. ଏରିଆ ପାଟ୍ରୋଲିଂ

ସହରରେ ପୋଲିସ ଅଧିକାରୀ ପାଟ୍ରୋଲିଂ ସମୟରେ ଏରିଆ ଭିଜିଟ କରୁଛନ୍ତି । ସେହି ଅଞ୍ଚଳର ଥାନା ରେକର୍ଡରେ ଥିବା ଅପରାଧୀଙ୍କ ତାଲିକା କରାଯାଇଛି । ଥାନାରେ ଯୋଗଦେଇଥିବା ନୂଆ ଅଫିସର ନିଜ ଅଞ୍ଚଳର ଅପରଧିକ କାର୍ଯ୍ୟକଳାପ ଆଡ୍ଡା ସମ୍ପର୍କରେ ମଧ୍ୟ ଅବଗତ ହେଉଛନ୍ତି । ନିଶା ଓ ଜୁଆ ଆଡ୍ଡା ସମେତ ଅନ୍ୟ ଅସାମାଜିକ ଠିକଣା ଉପରେ ନିୟମିତ ବ୍ୟବଧାନରେ ପୋଲିସ ଚଢାଉ କରି ଏହି ତାଲିକା ଆଧାରରେ ଦାଗୀଙ୍କ ଉପରେ ନଜର ରଖୁଛି ।

ଏହା ମଧ୍ୟ ପଢନ୍ତୁ :- ପୋଲିସକୁ ଆପାର୍ଟମେଣ୍ଟ ଚୋରି ଚିନ୍ତା, IP ଏନାବଲ କ୍ୟାମେରା ଲଗାଇବାକୁ ନିବେଦନ

4.ଲଟକା ଜାରି

ଜମି ଜବରଦଖଲକାରୀ, ବିଲଡର ଓ ଜମିମାଫିଆ ବା ବଡ଼ ଅପରଧିକ ଓ୍ବାରେଣ୍ଟ ଥିଲେ ମଧ୍ୟ କିଛି ଦାଗି ଖୁଲମଖୁଲା ବୁଲୁଛନ୍ତି । ସେମାନଙ୍କୁ ପୋଲିସ ପକ୍ଷରୁ ଖବର ଦିଆଯାଇ ତୁରନ୍ତ ସହଯୋଗ କରି ଥାନାରେ ଆତ୍ମସମର୍ପଣ କରିବା ପାଇଁ କୁହାଯାଉଛି । ପୋଲିସ ଆଖିରେ ଧୁଳି ଦେଇ ଲୁଚିଲେ, ସେମାନଙ୍କର ତାଲିକା କରାଯାଇ ଲଟକା ପ୍ରସ୍ତୁତ ପାଇଁ ପୋଲିସ ପ୍ରସ୍ତୁତି ଚଳାଇଛି ।

  • 5. ବହିର୍ଭାଷ ବା ତଡ଼ିପାର:-

ଅନେକ ସମୟରେ କିଛି ଅଭ୍ୟାସଗତ ଚୋର, ଛିନତାଇ ବା ଡ୍ରଗ୍ସ ବେପାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳରେ ରହିବା ବାରଣ ଥାଏ । ଏହାକୁ ପୋଲିସ ଭାଷାରେ ତଡିପାର କୁହାଯାଏ । ଅର୍ଥାତ ସେମାନେ ସେହି ଅଞ୍ଚଳରେ ଦେଖାଦେଲେ, ପୋଲିସ ତାଙ୍କୁ ଗିରଫ କରିପାରିବ । ଏପରି କିଛି ଦାଗିଙ୍କ ଗତିବିଧି ସାମ୍ନାକୁ ଆସିଲେ, ତଡିପାର ବା ପେସାଗତ ଅପରାଧି ଭାବେ ଦଫା ଲଗାଇ ବହିର୍ଭାଷ ଭଳି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ପୋଲିସ ପ୍ରସ୍ତୁତି କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.