ETV Bharat / state

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ସୁନ୍ଦରୀ ଲବନ୍ୟା - Odia girl won Beauty pageant

author img

By ETV Bharat Odisha Team

Published : May 12, 2024, 8:02 AM IST

Labanya won Beauty pageant: ଓଡ଼ିଶା ପାଇଁ ଗର୍ବ ଆଣିଲେ ଲାବନ୍ୟା । ମିସ ଟିନ ଡିଭା ୨୦୨୪ରେ ଜିତିଲେ ଦୁଇ ଟାଇଟେଲ । ଅଧିକ ପଢ଼ନ୍ତୁ

Labanya won Beauty pageant
Labanya won Beauty pageant (ETV Bharat Odisha)

ଭୁବନେଶ୍ବର: ଜାତୀୟ ସ୍ତରରେ ଚମକିଲେ ଓଡିଆ ଝିଅ । ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ପରିଚାୟକ ସାଜି ରାଜ୍ୟକୁ କରିଛନ୍ତି ଉଚ୍ଚ ପ୍ରଶଂସିତ । ଭୁବନେଶ୍ୱରର ଲାବନ୍ୟା ଦାସ ଜାତୀୟ ସ୍ତରରେ ଆୟୋଜିତ ମିସ ଟିନ ଡିଭା ୨୦୨୪ରେ ଦୁଇ ଦୁଇଟି ଟାଇଟେଲ ହାତେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା ଏହି ମିସ ଟିନ ଡିଭା ୨୦୨୪ । ଯେଉଁଥିରେ ବେଷ୍ଟ ଇନ ନ୍ୟାସନାଲ କଷ୍ଟ୍ୟୁମ ଏବଂ ବେଷ୍ଟ ଇନ ସ୍ପିଚରେ ୨୯ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ ଲାବନ୍ୟା ।

ଲବନ୍ୟା ବେଷ୍ଟ ଇନ ସ୍ପିଚରେ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର କଥାକୁ ପ୍ରତିପାଦିତ କରିଥିବା ବେଳେ ଓଡ଼ିଶାର ପାରମ୍ପରିକ ଡ୍ରେସ ପିନ୍ଧି ଷ୍ଟେଜ ଉପରେ ନିଜର ଜଲୱା ଦେଖାଇଥିଲେ । ସେ ଏହି ଡ୍ରେସରେ ୨୨ରୁ ୨୩ କେଜିର ପୋଷାକ ପରିଧାନ କରିଥିବା ବେଳେ ମୁଣ୍ଡରେ ଟାହିଆ ଓ ଲେହେଙ୍ଗରେ ସୁସଜ୍ଜିତ ହାତୀ ଶୁଣ୍ଢର କାରୁକାର୍ଯ୍ୟକୁ ସ୍ଥାନ ଦେଇଥିଲେ । ଯାହା ଓଡ଼ିଶା ଏବଂ ଭାରତର କଳାକୃତି ଓ ଇତିହାସକୁ ଉଜ୍ଜୀବିତ କରିଥିଲା । ଓଡ଼ିଶାର କଳାକୃତି ଓ ବୁଣାକାରଙ୍କ କାରୁକାର୍ଯ୍ୟକୁ ଏଭଳି ନିଆରା ଭାବରେ ପ୍ରଦର୍ଶନ କରି ସେ କେବଳ ଉଚ୍ଚ ପ୍ରଶଂସିତ ହୋଇନଥିଲେ, ଟାଇଟେଲ ହାତେଇବା ସହ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଏହାକୁ ନେଇ ବର୍ତ୍ତମାନ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହି ପ୍ରତିଯୋଗିତାରେ ଭାଗ ନେଇ ମୋ ରାଜ୍ୟକୁ ପ୍ରତିନିଧିତ୍ୱ କରି ମୁଁ ଗର୍ବିତ ଆଉ ଖୁସି ବୋଲି କହିଛନ୍ତି ଲାବନ୍ୟା ।

ଏହା ମଧ୍ୟ ପଢ଼ନ୍ତୁ...ପଦ୍ମ ବିଭୂଷଣ ସମ୍ମାନ ପାଇ ଖୁସିବ୍ୟକ୍ତ କଲେ ଚିରଞ୍ଜୀବୀ, ରାମ-ଅଲ୍ଲୁ କହିଲେ ଏମିତି କଥା - Padma Vibhushan Chiranjeevi

ତେବେ ଲାବନ୍ୟା କହିଛନ୍ତି "ଏହି ପ୍ରତିଯୋଗିତାରେ ମୋତେ ଏକ ନିଆରା ଅନୁଭୂତି ମିଳିଥିବା ବେଳେ ଏହା ମୋ ରାଜ୍ୟର ଗୌରବକୁ ଆଗକୁ ନେବାରେ ସହାୟକ ହେବ । ମୋ ରାଜ୍ୟର କଳା, ସଂସ୍କୃତି, ପରମ୍ପରା, ହସ୍ତତନ୍ତ, ହସ୍ତଶିଳ୍ପ, ଆମ କାରିଗରଙ୍କ ହାତ ତିଆରି ଅଳଙ୍କାର ଏସବୁର ସମହାରକୁ ମୁଁ ନେଇ ମୋର ପ୍ରତିଯୋଗିତାରେ ପ୍ରଦର୍ଶନ କରେ । ଯାହା ମୋ ପାଇଁ ଗୌରବ ଆଣିବା ସହ ମୋ ରାଜ୍ୟର କଳାକୃତି ଓ ଐତିହ୍ୟକୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥାଏ । ତେଣୁ ମୁଁ ସବୁବେଳେ ଏଭଳି କିଛି ନିଆରା ପ୍ରୟାସ ନିଆରା ଥିମକୁ ନେଇ ପ୍ରତିଯୋଗିତାକୁ ଯାଏ । ଆଉ ଏଥର ଥିମ ଆଧାରରେ ମୁଁ ଓଡ଼ିଆ ଝିଅ ଭାବେ ଏହି ପ୍ରତିଯୋଗିତାରେ ମୋ ସ୍କଟରେ ରହିଥିଲା ବିଶ୍ୱପ୍ରସିଦ୍ଧ ଓଡ଼ିଶାର ପରିଚୟ ପଟ୍ଟଚିତ୍ର ଯାହା ଓଡ଼ିଶାର ବିଭିନ୍ନ ପ୍ରକାରର ନୃତ୍ୟକୁ ପ୍ରତିପାଦିତ କରୁଥିଲା । ଏହାକୁ ପୁରୀର ବୁଣାକାରମାନେ ପ୍ରସ୍ତୁତ କରିଥିଲେ । ଏହାସହ ମୁଣ୍ଡରେ ସୁନେଲୀ ରଙ୍ଗର ଏକ ଟାହିଆ ବା ମେଢ଼ ରହିଥିଲା । ଯାହା ମା' ଦୁର୍ଗାଙ୍କର ଶକ୍ତିକୁ ପ୍ରତିପାଦିତ କରୁଥିଲା । ଏହାସହ ସ୍କଟରେ ହାତୀର ମୁଣ୍ଡ ଅତି ସୁନ୍ଦର ଭାବେ ସୁଶୋଭିତ ହୋଇଥିଲା । ଏହା ଆମ ଦେଶର ବଳିଷ୍ଠ ପରମ୍ପରା ବା ରାଜା ଶାସନରେ ଇତିହାସକୁ ମନେ ପକାଉଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.