ETV Bharat / state

ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଦୂର ଆଗେଇଛି, ସମୀକ୍ଷା କଲେ ଏକାମ୍ର ବିଧାୟକ ବାବୁ ସିଂ - EKAMRA PROJECT REVIEW BY MLA

author img

By ETV Bharat Odisha Team

Published : Jun 27, 2024, 5:31 PM IST

EKAMRA PROJECT: ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଦୂର ଆଗେଇଛି, ସେନେଇ ସମୀକ୍ଷା କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ସେପଟେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବକୁ ନେଇ ବିଜେପିକୁ ଦାୟିକଲେ ପୂର୍ବତନ ବିଧାୟକ ଅଶୋକ ପଣ୍ଡା । ଅଧିକ ପଢନ୍ତୁ

MLA BABU SINGH REVIEWED THE EKAMRA PROJECT AT LINGARAJ TEMPLE
MLA BABU SINGH REVIEWED THE EKAMRA PROJECT AT LINGARAJ TEMPLE (ETV Bharat Odisha)

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ଏକାମ୍ର ବିଧାୟକ ବାବୁ ସିଂ । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ସେନେଇ ସମୀକ୍ଷା କରିଛନ୍ତି ବିଧାୟକ । ବିଜେପି ହାତକୁ କ୍ଷମତା ଆସିବା ପରେ ଅକ୍ସନ ମୋଡରେ ଏକାମ୍ର ବିଧାୟକ ବାବୁ ସିଂ । କିଭଳି ଲୋକଙ୍କ ସମସ୍ୟା ଦୂର ହେବ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସବୁ କିଭଳି ସଠିକ ଭାବେ କାର୍ଯ୍ୟକାରୀ ହେବ, ସେ ନେଇ କରୁଛନ୍ତି ସମୀକ୍ଷା । ଏହି ଅବସରରେ ଆଜି ଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି । ଏହାକୁ ନେଇ ତେଜିଲା ରାଜନୀତି ।

୧୫ ଏକରରେ ତିଆରି ହେଉଥିବା ପାର୍କିଂ ସ୍ଥଳ ଓ ସେଥିରେ କେଉଁ ସ୍ଥାନରେ ଭେଣ୍ଡିଂ ଜୋନ୍ ହେବ ସେନେଇ ଓବିସିସି ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାମର ତଦାରଖ କରିଛନ୍ତି ବାବୁ ସିଂ । ପୂର୍ବର ସରକରାକ ଏକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବା କଥା କହିଥିଲେ । ହେଲେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ମାତ୍ର ୩୦-୪୦ ପ୍ରତିଶତ କାର୍ଯ୍ୟା ସରିଛି । ଖୁବ ଶୀଘ୍ର କାମକୁ ଶେଷ କରାଯିବ ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।

ସେପଟେ ବିଜେପିକୁ ଟାର୍ଗେଟ କରିଛନ୍ତି ଏକମ୍ରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅଶୋକ ପଣ୍ଡା । ସେ କହିଛନ୍ତି,"ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ ଉଦେଶ୍ୟ ରଖି ଏକାମ୍ର ପ୍ରକଳ୍ପର ଆରମ୍ଭ ହେଇଥିଲା । ସମୀର ମହାନ୍ତି ସେଇ ବାଟରେ ଯିବା ଆସିବା କରନ୍ତି, ହେଲେ ପ୍ରକଳ୍ପ ଦେଖି ନ ପାରିବା ହାସ୍ୟସ୍ପଦ । କିଛି ଲୋକ ସେ ସମୟରେ ପ୍ରକଳ୍ପକୁ ଅଟକାଇବକୁ ଚେଷ୍ଟା ମଧ୍ୟ କରିଛନ୍ତି । ଆରୋପ ପ୍ରତ୍ୟରୋପ ବଡ଼ କଥା ନୁହେଁ । ରାଜ୍ୟ ଓ କେନ୍ଦ୍ରରେ ଡବଲ୍ ଇଞ୍ଜିନ ସରକାର । ପ୍ରକଳ୍ପକୁ ତୁରନ୍ତ ଶେଷ କରନ୍ତୁ, ମୁଁ ବହୁତ ଖୁସି ହେବି ।"

ଏହା ମଧ୍ୟ ପଢନ୍ତୁ ...29ରୁ ଅମରନାଥ ଯାତ୍ରା, ଜାଣନ୍ତୁ କଣ କରିବେ କଣ କରିବେନି ? - Amarnath Yatra 2024

ସେ ଆହୁରି ମଧ୍ୟ କହିଛନ୍ତି ଯେ,ବଡ଼ କଥା ହଉଛି ସରକାର ତାଙ୍କର ତୁରନ୍ତ ଲିଙ୍ଗରାଜ ଆଇନକୁ କାର୍ଯ୍ୟକାରୀ କରାନ୍ତୁ । ଏଠି କଳା ପାହାଡ଼ କିଏ ବିଜେପି କହୁ, ତାପରେ ମୁଁ ଉତ୍ତର ଦେବୀ । ପ୍ରକଳ୍ପ ସମୟରେ ସମସ୍ତଙ୍କୁ କ୍ଷତି ପୂରଣ ଦିଆ ଯାଇଛି । ଆଉ ଯଦି ସେମାନେ ଅଭିଯୋଗ କରୁଛନ୍ତି, ପ୍ରଶାସନ ତାଙ୍କର ଦେଖନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.