ETV Bharat / state

ଦାଦାବଟି ନଦେବାରୁ JCBରେ ଭାଙ୍ଗିଲେ ଗ୍ୟାସ କମ୍ପାନୀ ପାଚେରି, ପୋଲିସ ଜାଲରେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ - EXTORTION CASE IN BHUBANESWER

ଦାଦାବଟି ନଦେବାରୁ ଜେସିବି (JCB)ରେ ଗ୍ୟାସ କମ୍ପାନୀ ପାଚେରୀ ଭାଙ୍ଗି ଜମି ଜବରଦଖଲ ଉଦ୍ୟମ । ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀଙ୍କ ସମେତ ୯ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ ।

ଦାଦାବଟି ନଦେବାରୁ ଜବରଦଖଲ ଉଦ୍ୟମ, ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀଙ୍କ ସମେତ 9 ଗିରଫ
ଦାଦାବଟି ନଦେବାରୁ ଜବରଦଖଲ ଉଦ୍ୟମ, ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀଙ୍କ ସମେତ 9 ଗିରଫ (ETV Bharat Odisha)
author img

By ETV Bharat Odisha Team

Published : Nov 4, 2024, 10:03 AM IST

ଭୁବନେଶ୍ବର: ପୂଜା ସମୟରେ ଦାଦାବଟି ମାଗିବା ଓ ନଦେବାକୁ ମଞ୍ଚେଶ୍ବର ଇଣ୍ଡଷ୍ଟ୍ରିୟାଲ ଭିତରେ ଥିବା ଏକ ଗ୍ୟାସ କମ୍ପାନୀରେ ପଶି ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଗିରଫଦାରୀ ମଧ୍ୟରେ ଭୋଟପଡା ପୁର୍ବତନ କର୍ପୋରେଟର ସ୍ୱାମୀ ମଧ୍ୟ ରହିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ମଞ୍ଚେଶ୍ବର ପୋଲିସ ।

  • ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ:-

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୧୦ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ଦାଶରଥି ନାୟକ, ଭୋଟପଡାର ଦାଶରଥି ସାହୁ, ଅମରେଶ ବେହେରା ,ପ୍ରକାଶ ବେହେରା ସହ ମାନସ ବେହେରା, କାହ୍ନା ଭୋଇ, ଟୁଲୁ ଭୋଇ, ସାଗର‌ ଭୋଇ ଓ ସଂଗ୍ରାମ ଭୋଇ । ଦାଦାବଟି ଓ ଚାନ୍ଦା ଆଦାୟ ଭଳି ସଙ୍ଗୀନ ଦଫାରେ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଅଭିଯୁକ୍ତ- ସଂଗ୍ରାମ ,ସାଗର ଓ କାହ୍ନା ତିନିଜଣଙ୍କ ନାଁରେ ପୁର୍ବରୁ ଜବରଦଖଲ ସହ ଦାଦାଗିରି ଓ ଟଙ୍କା ଆଦାୟ ଭଳି ବିଭିନ୍ନ ଥାନାରେ ସଙ୍ଗୀନ ଅଭିଯୋଗ ରହିଛି ।

ଦାଦାବଟି ନଦେବାରୁ ଜବରଦଖଲ ଉଦ୍ୟମ, ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀଙ୍କ ସମେତ 9 ଗିରଫ (ETV Bharat Odisha)
  • ରାଜଧାନୀରେ ଦାଦାବଟିକୁ ପ୍ରଶ୍ରୟ ନାହିଁ : ଡିସିପି

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ଭୁବନେଶ୍ୱରରେ ଏସବୁ ଅପରାଧକୁ କୋୖଣସି ମତେ ପ୍ରଶ୍ରୟ ଦିଅଯିବନି । ସେ ଯେକୋୖଣସି ବ୍ୟକ୍ତି ହୁଅନ୍ତୁ ନା‌ କାହିଁକି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏହି ମାମଲାରେ ୯ ଜଣ ଗିରଫ ହୋଇଛନ୍ତି । ଗତ ଦୁଇ ତାରିଖରେ ସେହି ଅଞ୍ଚଳର କିଛି ବ୍ୟକ୍ତି ମିଶି ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଏରିଆ ଭିତରେ ଥିବା ଏକ ଗ୍ୟାସ କମ୍ପାନୀରେ ପଶି ସେମାନଙ୍କୁ ପୂଜା ପାଇଁ ୫୦ ହଜାର ଟଙ୍କା ମାଗିଥିଲେ । ନିଜ ପାଇଁ ଦାଦା ବଟି ଆକାରରେ 10 ହଜାର ଟଙ୍କା ମାଗିଥିଲେ । ଉକ୍ତ କମ୍ପାନୀର ମ୍ୟାନେଜର ଟଙ୍କା ଦେବାକୁ ମନା କରିବା ପରେ ଏହି ବ୍ୟକ୍ତିମାନେ ଧମକ ଚମକ ଦେବା ସହ ଏକ ଜେସିବି ଆଣି ପାଚେରୀ ଭାଙ୍ଗି ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ସମସ୍ତ 9 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଦାଦାବଟି ନଦେବାରୁ ଜବରଦଖଲ ଉଦ୍ୟମ, ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀଙ୍କ ସମେତ 9 ଗିରଫ
ଦାଦାବଟି ନଦେବାରୁ ଜବରଦଖଲ ଉଦ୍ୟମ, ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀଙ୍କ ସମେତ 9 ଗିରଫ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- କ୍ଷମତାକୁ ଫେରିବାକୁ 5ବର୍ଷ ଅପେକ୍ଷା କରିବାକୁ ପଡିବନି କହିଲେ ମୁନ୍ନା ଖାନ, ବିଜେପି କହିଲା, ରାଜନୀତି ଜଣାନାହିଁ

ଏହା ମଧ୍ୟ ପଢନ୍ତୁ:- ଏବର୍ଷ ପୂଜା ଚାନ୍ଦା ମାଗିବା ବାହାନା ଚଳିବନି, ଦାଦାବଟି ନେଇ ପୋଲିସର ଆଗୁଆ ସତର୍କବଣୀ - Zero Tolerance Towards Extortion

  • ରାଜଧାନୀରେ ଏବେ କୁଜି ନେତାଙ୍କ ଦୌରାତ୍ମ୍ୟ :-

ରାଜଧାନୀର ଅନେକ ସ୍ଥାନରେ ଏପରି କିଛି କୁଜି ନେତା ଦାଦା ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି । ମାସିକିଆ ବା କିଛି ପୂଜା ପର୍ବାଣୀ ଦେଖି ବଟି ଆଦାୟ କରୁଛନ୍ତି ଏମାନେ । କୁଜି ନେତାମାନେ ଏହି କାମରେ ଭଡାଟିଆ ଗୁଣ୍ଡାଙ୍କୁ ନିୟୋଜିତ କରୁଛନ୍ତି । ବିଭିନ୍ନ ଦୋକାନ, କମ୍ପାନୀ, ଅଫିସ, ଶୋ’ ରୁମ ଓ ମଲ, ପେଟ୍ରୋଲ ପମ୍ପ ଓ ବଡବଡ ଆପାର୍ଟମେଣ୍ଟରୁ ମାସିକିଆ ବା ପୂଜା ସମୟରେ ବଟି ଆଦାୟ କରୁଛନ୍ତି ଏହି ଅସାମାଜିକ ଗୋଷ୍ଠୀ । ପୋଲିସ ଅଭିଯୋଗ ପାଇ ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ଦାଦା ବଟି ମାଗି ଜମି ଜବରଦଖଲ କରିବାକୁ ଉଦ୍ୟମ କରିବା ରାଜଧାନୀରେ ଚର୍ଚ୍ଚା ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.