ETV Bharat / state

ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - BABY GIRL RAPED IN BHUBANESWAR

author img

By ETV Bharat Odisha Team

Published : Jul 2, 2024, 2:55 PM IST

Updated : Jul 2, 2024, 3:49 PM IST

Rape in Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ । ଜେଜେମାଆ ସହ ଦୋକାନକୁ ଯାଇଥିବା ବେଳେ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଗିରଫ ହେଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ପୁଣି ଲଜ୍ଜା । ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ଜେଜେମାଆ ସହ ଦୋକାନକୁ ଯାଇଥିବାବେଳେ ଶିଶୁକନ୍ୟାକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା ସ୍ଥାନୀୟ ଯୁବକ । ଭୁବନେଶ୍ବରର ଏୟାରଫିଲ୍ଡ ଥାନା‌ ଅଞ୍ଚଳରେ ଘଟିଛି ଏହି ଅମାନୁଷିକ ଘଟଣା । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଏୟାରଫିଲ୍ଡ ଥାନାରେ ପୀଡିତା ମାଆଙ୍କ ଅଭିଯୋଗ ପରେ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

ପୋଲିସର ସୂଚନା ମୁତାବକ, ଶିଶୁକନ୍ୟା ଜଣକ ନିଜ ବାପାମାଆ ଓ ଜେଜେମାଆ ସହ ରୁହେ । ଗତ ୨୯ ତାରିଖରେ ଶିଶୁଟି ଜେଜେମାଆ ସହ ପାଖ ଦୋକାନକୁ ଯାଇଥିଲା । ସେଠି ଦୋକାନ ଆଗରେ ଖେଳୁଥିବା ବେଳେ ସନ୍ତୋଷ ଖୁଣ୍ଟିଆ ନାମକ ଯୁବକ ପିଲାଟିକୁ କିଛି ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକି ନେଇଥିଲା । ଜେଜେମାଆ ଆସି ନାତୁଣୀକୁ ନ ପାଇବାରୁ ଆଖପାଖରେ ଖୋଜାଖୋଜି କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କ ଠାରୁ ନାତୁଣୀ ସନ୍ତୋଷ ଖୁଣ୍ଟିଆ ସହ ଯାଉଥିବା ନେଇ ଜାଣିବା ପରେ ସେ ତା' ଘରେ ପହଞ୍ଚିଥିଲେ । ଆଉ ସେଠିକାର ଚିତ୍ର ଦେଖି ସେ ହତବାକ୍ ହୋଇଯାଇଥିଲେ ।

ଅଢେଇ ବର୍ଷର କୁନି ଝିଅଟି ଖଟ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା । ଏନେଇ ସନ୍ତୋଷକୁ ପଚାରିବାରୁ ସେ ବୃଦ୍ଧାଙ୍କ ଉପରେ ଆକ୍ରମଣ କରି ଖସି ପଳାଇଥିଲା । ଏହାପରେ ସ୍ଥାନୀୟ ଲୋକେ ପୀଡିତା ଶିଶୁକନ୍ୟାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣା ନେଇ ପୀଡିତା ଶିଶୁକନ୍ୟାର ମାଆ ଥାନାରେ ସନ୍ତୋଷ ଖୁଣ୍ଟିଆ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ପୋଲିସ ସହ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛି ।

ଏହା ମଧ୍ୟ ପଢନ୍ତୁ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନି ଗୁରୁତର - Mushroom Poisonous Case

ଘଟଣାସ୍ଥଳରେ ରକ୍ତ ଛିଟା ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ପ୍ରମାଣ ସହ ଅନେକ ତଥ୍ୟ ଯୋଗାଡ କରିଛି ପୋଲିସ । ଏଥିସହ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରାଯାଇଛି । ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ଏବେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ମାମଲାର ତୁରନ୍ତ ଟ୍ରାଏଲ ଓ ନ୍ୟାୟିକ ପ୍ରକ୍ରିୟା ପାଇଁ ସମସ୍ତ ପ୍ରକାର‌ ଉଦ୍ୟମ କରାଯାଇଛି ।

ସେପଟେ‌ ଏନେଇ କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଦିଲ୍ଲୀପ ପଣ୍ଡା କହିଛନ୍ତି, ପୀଡିତା ଶିଶୁକନ୍ୟା ଏବେ ସଖୀ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଯାହା ପରାମର୍ଶ କରିଛନ୍ତି ସେହି ଆଧାରରେ ଯାଞ୍ଚ ହୋଇଛି । ଆଜି ଅଲଟ୍ରାସାଉଣ୍ଡ କରାଯାଇଛି । ଶିଶୁଟି ଏବେ ସୁସ୍ଥ ଅଛି । ଯାହା ଆବଶ୍ୟକୀୟ ମେଡିକାଲ ରିପୋର୍ଟ ଦରକାର ତାହା ପୋଲିସକୁ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2024, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.