ETV Bharat / state

ରାଜଧାନୀ ମୁକୁଳା ଡ୍ରେନ ଟ୍ରାଜେଡି: ସାତ ଦିନ ଭିତରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସିକୁ ନିର୍ଦ୍ଦେଶ - BHUBANESWAR DRAIN TRAGEDY

author img

By ETV Bharat Odisha Team

Published : Jun 19, 2024, 2:19 PM IST

Updated : Jun 19, 2024, 2:36 PM IST

Bhubaneswar Drain Tragedy: ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡି ନାବାଳକ ଜୀବନ ଯିବା ଘଟଣାକୁ ନେଇ ଆକ୍ସନ ମୋଡରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ବିଏମସିକୁ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ ନିଆଯିବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

Bhubaneswar  Drain Tragedy
Bhubaneswar Drain Tragedy (ETV Bharat Odisha)

ଭୁବନେଶ୍ୱର: ରାଜଧାନୀ ମୁକୁଳା ଡ୍ରେନ ଟ୍ରାଜେଡି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସାତ ଦିନ ମଧ୍ୟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ ଏ ବାବଦରେ ଆଜି (ବୁଧବାର) ସନ୍ଧ୍ୟା ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉ, ଗତକାଲି (ମଙ୍ଗଳବାର) ଭୁବନେଶ୍ୱରରେ ୟୁନିଟ-୩ ଅଞ୍ଚଳର ମସଜିଦ କଲୋନୀରେ ଅଘଟଣ ଘଟିଥିଲା । ବେଲୁନ ଆଣିବାକୁ ଯାଇ ମୁକୁଳା ଡ୍ରେନରେ ପଡି ନାବାଳକର ଜୀବନ ଯାଇଥିବା ବେଳେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ନାବାଳକ ଜଣକ ମସଜିଦ କଲୋନୀର ଏସ୍‌କେ ରାଜେଶ । ସେ ମଙ୍ଗଳବାର ଅପରାହ୍ନରେ ଡ୍ରେନ ପାଣିରେ ଭାସୁଥିବା ଏକ ବେଲୁନକୁ ଆଣିବାକୁ ପ୍ରୟାସ କରୁଥିବା ବେଳେ ଗୋଡ ଖସିଯିବାରୁ ଡ୍ରେନ ଭିତରେ ପଡିଯାଇଥିଲେ । ପ୍ରାୟ ୩ କିଲୋମିଟର ଭାସିଯିବା ପରେ ଓସ୍କାର ସିଟି ଡ୍ରେନ ପାଖରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଭୁବନେଶ୍ୱର ମୁକୁଳା ଡ୍ରେନ ନେଲା ନାବାଳକ ଜୀବନ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ସହାୟତା - Minor Boy Dies

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର ଲୋକଙ୍କୁ ଗତକାଲି ରାତିରେ ଭେଟିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଯୁଦ୍ଧକାଳୀନ ଭିତ୍ତିରେ ମୁକୁଳା ଡ୍ରେନଗୁଡିକ ବନ୍ଦ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ବିଏମସି ମେୟର ଓ କମିଶନରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଅନ୍ୟପଟେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କାହିଁକି ଡ୍ରେନ ମୁକୁଳା ପଡିଥିଲା ସେ ବାବଦରେ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ତଲବ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସେହିପରି ଆସନ୍ତା 7 ଦିନ ମଧ୍ୟରେ ସବୁ ଡ୍ରେନରେ ସ୍ଲାବ ପଡିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏନେଇ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 19, 2024, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.