ETV Bharat / state

ମନ୍ମଥଙ୍କ ନିଆରା ପ୍ରଚାର; ଆଖୁ ପେଡିଲେ, ଅଟୋ ଚଳାଇଲେ - Manmath Routray Campaigning

Manmath Routray Campaigning: ଅଟୋ ଚଳାଇ ଯାତ୍ରୀଙ୍କୁ ବୋହିଲେ, ଆଖୁ ପେଡ଼ି ଆଖୁରସ ବାଣ୍ଟିଲେ ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ନିଆରା ଢଙ୍ଗରେ ପ୍ରଚାର କରି ବେଶ ଚର୍ଚ୍ଚାରେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 26, 2024, 11:07 PM IST

Manmath Routray Campaigning
Manmath Routray Campaigning
Manmath Routray Campaigning
Manmath Routray Campaigning

ଖୋର୍ଦ୍ଧା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି । ଭୁବନେଶ୍ବର ଲୋକସଭା ଆସନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଚଳିତ ନିର୍ବାଚନରେ ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ବିଜେଡି କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସ ସୟଦ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଛି । ଯାହାପରେ ଏହି ଆସନ ଏବେ ବେଶ ଚର୍ଚ୍ଚାରେ । ବିଶେଷ କରି ମନ୍ମଥ ରାଉତରାୟ ନିଜ ନିର୍ବାଚନ ପ୍ରଚାର ଶୈଳୀକୁ ନେଇ ଆରମ୍ଭରୁ ବେଶ ଚର୍ଚ୍ଚାରେ ରହିଛନ୍ତି ।

Manmath Routray Campaigning

ତେବେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କିଏ କେତେ ଲୋକଙ୍କ ଆସ୍ଥା ଜିତିବ, ତାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । କିଏ ଗାଁ ଗାଁ ବୁଲି ଜନତାଙ୍କ ନିକଟରେ ପହଞ୍ଚୁଛନ୍ତି ତ ଆଉ କିଏ ନିର୍ବାଚନୀ ସଭା ମାଧ୍ୟମରେ । କିନ୍ତୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ନିଆରା ଢଙ୍ଗରେ ପ୍ରଚାର ସମସ୍ତଙ୍କୁ ଆକୃଷ୍ଟ କରିଛି । ଏହାରି ମଧ୍ୟରେ ମନ୍ମଥଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଟୋ ଚଳାଇ ଲୋକଙ୍କୁ ନେଉଥିବା ଦେଖିବାକୁ ମିଳିଥିଲା । ସେହିପରି ତାର କିଛି ସମୟ ପରେ ଏକ ଆଖୁରସ ଠେଲାରେ ମନ୍ମଥ ଆଖୁ ପେଡ଼ୁଥିବା ଦେଖିବାକୁ ମିଳିଥିଲା । ଗତ କିଛିଦିନ ହେବ ଖରାର ପ୍ରଖରତା ବଢିବାରେ ଲାଗିଥିବାବେଳେ ଦୈନିକ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଛି । ସକାଳ ୮ଟା ପରେ ତାତି ବଢୁଛି ଗାଁଠୁ ସହର ସବୁଠି ନିଆଁ ବର୍ଷା ହେଉଛି । ମାତ୍ର ଏଭଳି ଖରାକୁ ଖାତିର ନକରି ବିଜେଡି ସାଂସଦ ପ୍ରାର୍ଥୀ ଖୋର୍ଦ୍ଧାର ବିଭିନ୍ନ ଛକ ସ୍ଥାନରେ ନିଆରା ଢଙ୍ଗରେ ପ୍ରଚାର କରିଛନ୍ତି । ଯାହା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭିନ୍ନ ଢ଼ଙ୍ଗରେ ପ୍ରଚାର କରୁଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ, ହସ୍ପିଟାଲ ଯାଇ ରୋଗୀଙ୍କୁ ଭେଟିଲେ - Manmath Routray Campaign

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ସାଂସଦ ପ୍ରାର୍ଥୀ ଆଖୁ ପେଡ଼ି ଲୋକଙ୍କୁ ଆଖୁରସ ଦେଇ ତୃଷ୍ନା ମେଣ୍ଟାଇବା ଆଳରେ ପ୍ରଚାର କରିଥିଲେ । ସେହିପରି ଅଟୋ ଚଲାଇ ଯାତ୍ରୀଙ୍କୁ କିଛିବାଟ ବୋହି ସେମାନଙ୍କର ସମସ୍ୟା ଓ ସୁଖଦୁଃଖ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହିତ ଅଟୋ ଚାଳକମାନଙ୍କ ସହ ଆଲୋଚନା କରିଥିବାବେଳେ ସେମାନଙ୍କ କଥା ମଧ୍ୟ ଶୁଣିଥିଲେ । ତେବେ ମନ୍ମଥ ଚଳାଉଥିବା ଅଟୋର ପଛରେ ଯାତ୍ରୀଙ୍କ ସମେତ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ବସିଥିବାବେଳେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହାକୁ ବହୁ ଯୁବବର୍ଗ ଓ ଲୋକ ପସନ୍ଦ କରୁଥିବା ଦେଖାଯାଇଛି । ମନ୍ମଥଙ୍କ ଏଭଳି ନିଆରା ପ୍ରଚାରକୁ ଭୋଟର ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜନସମ୍ପର୍କ ବଢାଇବାକୁ ପାର୍କରେ ମନ୍ମଥ ରାଉତରାୟ: ଲୋକଙ୍କ ସହ କଲେ ବ୍ୟାୟାମ, ମେୟର ବି ସାମିଲ - Manmath Routray At Park

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.