ETV Bharat / state

ଭଦ୍ରକରେ ଆଉ 48 ଘଣ୍ଟା ବଢିଲା ଇଣ୍ଟରନେଟ କଟକଣା, ଗିରଫ ସଂଖ୍ୟା 14କୁ ବୃଦ୍ଧି - Bhadrak Social Media Post Incident - BHADRAK SOCIAL MEDIA POST INCIDENT

Bhadrak Social Media Post Incident: ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ସେପଟେ ମୋଟ 14 ଜଣ ଗିରଫ ହୋଇଥିବା ବେଳେ ଇଣ୍ଟର ସେବା କଟକଣାକୁ ଆହୁରି 48 ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧିକ ପଢ଼ନ୍ତୁ

Bhadrak Social Media Post Incident
Bhadrak Social Media Post Incident (ETV Bharat Odisha)
author img

By ETV Bharat Odisha Team

Published : Sep 29, 2024, 6:52 PM IST

Updated : Sep 29, 2024, 8:16 PM IST

ଭଦ୍ରକ: ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ପରେ ଅଶାନ୍ତ ହୋଇଥିବା ଭଦ୍ରକ ଏବେ ଶାନ୍ତ ପଡ଼ିଛି । ଦେଖା ଦେଇଥିବା ତୀବ୍ର ଉତ୍ତେଜନା ଏବେ ନିୟନ୍ତ୍ରଣରେ ରହିଛି । ଏହାକୁ ଏବେ ସମ୍ପୂର୍ଣ୍ଣ ପ୍ରଶମିତ କରାଯାଇଛି ଏବଂ ଶାନ୍ତି ବଜାଇ ରହିଛି । ତେବେ ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଏହାସହ BNSSର ୧୬୩ ଧାରା ବଳବତ୍ତର ରହିଛି । ସେହିପରି ପୂର୍ବରୁ ୪୮ ଇଣ୍ଟରନେଟ ସେବା ବନ୍ଦ କଟକଣା ରହିଥିବା ବେଳେ ଏହାକୁ ଆହୁରି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି । ଏଥି ସହ ଆଜି ଧାମନଗରରୁ ଆହୁରି 7 ଜଣଙ୍କୁ ଗିରଫ କରାଯାଇଛି । ମୋଟ ଗିରଫ ସଂଖ୍ୟା 14କୁ ବୃଦ୍ଧି ।

ପୋଲିସ ଫୋର୍ସ ରାପିଡ଼ ଆକ୍ସନ ଫୋର୍ସ ମୁତୟନ:

Bhadrak Social Media Post Incident (ETV Bharat Odisha)

ସେହିପରି ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଦିନ ଏବଂ ରାତିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡା କଢ଼ି କରାଯାଇଛି । ଗତକାଲି ରାତିରୁ ଆସିଥିବା ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ଭଦ୍ରକରେ ପହଞ୍ଚିବା ପରେ ଗୋଟିଏ କମ୍ପାନୀକୁ ପୁରୁଣା ବଜାରରେ, ଅନ୍ୟ ଏକ କମ୍ପାନୀକୁ ଧାମନଗରେ ମୁତୟନ କରାଯାଇଛି । ତେବେ ଅଦ୍ୟାବଧି ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଗୋଟିଏ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଗତକାଲି ଏହି ରାପିଡ଼ ଆକ୍ସନ ଫୋର୍ସ ଏରିଆ ଡୋମିନେସନ କରିବା ପରେ ଆଜି ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିଲା । ସନ୍ଥିଆ ବ୍ରିଜ ଠାରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଥାନା ଅଞ୍ଚଳ ପରିକ୍ରମା କରିଥିଲା । ଏଥିରେ ପୂର୍ବାଞ୍ଚଳ ଡିଆଇଜି ଡ଼. ସତ୍ୟଜିତ ନାୟକ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସପି ବରୁଣୁ ଗୁଣ୍ଠୁପାଲ୍ଲୀ ଯୋଗ ଦେଇଥିଲେ ।

ନିୟନ୍ତ୍ରଣରେ ଭଦ୍ରକ ସ୍ଥିତି:

Bhadrak Social Media Post Incident
Bhadrak Social Media Post Incident (ETV Bharat Odisha)

ତେବେ ଭଦ୍ରକ ଏବଂ ଧାମନଗରରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣୀଧୀନ ଅଛି ଏବଂ ଶାନ୍ତି ବଜାଇ ରହିଛି । ଲୋକମାନେ କୌଣସି ପ୍ରକାର ମିଥ୍ୟା ଗୁଜବକୁ ଶୁଣନ୍ତୁ ନାହିଁ ବୋଲି ଡିଆଇଜି କହିଛନ୍ତି । ଏଥିସହ ଗତକାଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଏନେଇ ଏକ ସମୀକ୍ଷା ବୈଠକ କରି ଫେରି ଯାଇଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ଅନୁରୋଧ କରାଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଲିସ ପୋଷ୍ଟ ବସିବା ସହ ଫ୍ଲାଗ ମାର୍ଚ୍ଚ ଚାଲିଛି । ଅନ୍ୟପଟେ ପୋଲିସ ଉପରକୁ ପଥର ମାଡ଼ ଏବଂ ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ନେଇ ପୁରୁଣା ବଜାର ଥାନାରେ ପୃଥକ୍ ମାମଲା ରୁଜୁ ହୋଇଛି । ଅଟକ ଥିବା ୯ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାସହ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକକୁ ମଧ୍ୟ ପୋଲିସ ବାନ୍ଧିଛି ।

ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଅପିଲ:

ଏନେଇ ପୂର୍ବାଞ୍ଚଳ ଡିଆଇଜି ଡ଼. ସତ୍ୟଜିତ ନାୟକ କହିଛନ୍ତି, ପରିବେଶ ଶାନ୍ତ ରହିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏବେ ରାପିଡ ଆକ୍ସନ ଫୋର୍ସ ୨ କମ୍ପାନୀ ଆସି ପହଞ୍ଚିଛନ୍ତି । ଆମର ଫ୍ଲାଗ ମାର୍ଚ୍ଚ ଆମେ କରିଛୁ । ଏହି ଘଟଣାରେ ଗତକାଲି ଭଦ୍ରକରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ 7 ଜଣଙ୍କୁ ଧାମନଗରରୁ ଗିରଫ କରାଯାଇଛି । ବିଭ୍ରାନ୍ତିକର ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୋଲିସର ଟିମ ଗିରଫ କରିଛି । ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଅପିଲ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ହିଂସା ପରେ ପୋଲିସ ବଳୟରେ ଭଦ୍ରକ: ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, କର୍ଫ୍ୟୁ ଜାରି, 7 ଗିରଫ - Bhadrak Communal Tension

ଏହା ମଧ୍ୟ ପଢ଼ନ୍ତୁ...ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ବ୍ୟାପକ ଫୋର୍ସ ମୁତୟନ, କର୍ଫ୍ୟୁ ଜାରି - Communal violence

ଏହା ମଧ୍ୟ ପଢ଼ନ୍ତୁ...ମତୋ କଲେଜ ପ୍ରତିଷ୍ଠା ଦିବସ; ଅତିଥି ଚୟନ ନେଇ ତୀବ୍ର ବିବାଦ, 163 ଧାରା ଜାରି, 15 ପ୍ଲାଟୁନ ଫୋର୍ସ ମୁତୟନ - Prohibitory Orders to Prevent Clash

କାହିଁକି ହେଲା ବିବାଦର ସୂତ୍ରପାତ:

ପ୍ରକାଶ ଥାଉକି, ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧୀ ବାର୍ତ୍ତା ଛାଡ଼ିଥିଲେ । ଯାହାକୁ ନେଇ ପୁରୁଣା ବଜାର ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଅନ୍ୟ ଏକ ସମ୍ପ୍ରଦାୟ ପକ୍ଷରୁ କରାଯାଉଥିବା ବେଆଇନ ରାଲିକୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଆରମ୍ଭ ହେବା ପୂର୍ବରୁ ପୋଲିସ ଏବଂ ମାଜିଷ୍ଟ୍ରେଟ ଉକ୍ତ ଗୋଷ୍ଠୀର ଆକ୍ରମଣର ଶିକାର ହୋଇଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସମ୍ପ୍ରତି ଅଞ୍ଚଳରେ ବିଭିନ୍ନ ଦୋକାନ ବଜାର ବନ୍ଦ ଥିବା ବେଳେ ଭଦ୍ରକ ଜିଲ୍ଲାରେ ଏବେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ସମ୍ପ୍ରତି ଭଦ୍ରକ ଏବଂ ଧାମନଗରରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Sep 29, 2024, 8:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.