ETV Bharat / state

କାହିଁକି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ କମୁଛି ନାକ୍ ମାନ୍ୟତା ? ବଡ଼ ବୟାନ ଦେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି - NAAC Grade

author img

By ETV Bharat Odisha Team

Published : Jul 19, 2024, 8:51 PM IST

Updated : Jul 20, 2024, 6:45 AM IST

Berhampur University vice chancellor on NAAC accreditation: ନାକ୍ ମାନ୍ୟତା କ୍ଷେତ୍ରରେ ଓଡ଼ିଶାର କଲେଜ ଗୁଡିକର ନୈରାଶ୍ୟଜନକ ପ୍ରଦର୍ଶନ । ନାକ୍ ଗ୍ରେଡ ପାଇବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି କଲେଜ । ହେଲେ କାହିଁକି ? କାରଣ କହିଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ।

କାହିଁକି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ କମୁଛି ନାକ୍ ମାନ୍ୟତା ? ବଡ଼ ବୟାନ ଦେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି
କାହିଁକି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ କମୁଛି ନାକ୍ ମାନ୍ୟତା ? ବଡ଼ ବୟାନ ଦେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି (ETV Bharat Odisha)

ବ୍ରହ୍ମପୁର: ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ କମୁଛି ନାକ୍ ମାନ୍ୟତା । ନାକ୍ ଗ୍ରେଡ କ୍ଷେତ୍ରରେ ରାଜ୍ୟର କଲେଜ ଗୁଡିକ ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଛନ୍ତି । ରାଜ୍ୟରେ ମାତ୍ର ୨୦ ପ୍ରତିଶତରୁ କମ୍ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ନାକ୍ ମାନ୍ୟତା ପାଇବା ପାଇଁ ଆବେଦନ କରୁଛନ୍ତି । ତେଣୁ ଆଗାମୀ ଦିନରେ ନାକ୍ ମାନ୍ୟତାପ୍ରାପ୍ତ କଲେଜ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ପୂର୍ବ ଭାରତରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକୁ ନେଇ ଭୁବନେଶ୍ବରର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରାଯିବ । ଏଥିରେ ନାକ୍‌ ଅଧ୍ୟକ୍ଷ, ନିର୍ଦ୍ଦେଶକ, ୟୁଜିସିର ସମ୍ପାଦକ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ସମୀକ୍ଷା ବୈଠକରେ ବାଇନେରୀ ଆକ୍ରେଡିସନ (ସ୍ବୀକୃତି ଏବଂ ଅଣ ସ୍ବୀକୃତି)ଉପରେ ଆଲୋଚନା କରାଯିବ । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ମହାବିଦ୍ୟାଳୟର ମାତ୍ର ୧୫ ପ୍ରତିଶତ ନାକ୍ ଗ୍ରେଡ ଲାଗି ଆବେଦନ କରୁଥିବାରୁ ଏହି ନୈରାଶ୍ୟଜନକ ସ୍ଥିତି ସୁଧାରିବାକୁ ପ୍ରୟାସ ଆରମ୍ଭ ହୋଇଥିବା କୁଳପତି ପ୍ରକାଶ କରିଛନ୍ତି ।

ନାକ୍ ମାନ୍ୟତା ନ ମିଳିଲେ କ'ଣ ହୁଏ ସମସ୍ୟା:

ନାକ୍ ମାନ୍ୟତା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକୁ ପ୍ରଥମେ ଆବେଦନ କରିବାକୁ ହୁଏ । ନାକ୍ ମାନ୍ୟତା ନପାଇବା ପର୍ଯ୍ୟନ୍ତ କଲେଜଗୁଡିକ ଭାରତ ସରକାରଙ୍କ କୌଣସି ସୁବିଧା ସୁଯୋଗ ପାଇପାରିବେ ନାହିଁ । ରୁଷା ଗ୍ରାଣ୍ଟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଆସୁଥିବା ଅନୁଦାନ ଅର୍ଥରାଶି ପ୍ରଦାନରେ କଟକଣା ରହିବ । ଏପରିକି ଏ.ଆଇ.ୟୁର ସଦସ୍ୟ ମଧ୍ୟ ହୋଇପାରିବେ ନା‌ହିଁ । ନାକର ମାନ୍ୟତା ନଥିଲେ କୃତି ମେଧାବୀ ବିଦ୍ୟାର୍ଥୀଙ୍କୁ କୌଣସି ଉଚ୍ଚ ଅନୁଷ୍ଠାନରେ ସ୍ବୀକୃତି ମିଳିବା, ସ୍କଲାରସିଫ୍ ପାଇବାରେ କଷ୍ଟସାଧ୍ୟ ହୋଇପାରେ । ଏଣୁ ନାକ୍ ମାନ୍ୟତା ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ଜଡ଼ିତ ରହିଥିବା ଯୋଗୁଁ ଗୋଟିଏ ଶିକ୍ଷାନୁଷ୍ଠାନ ପାଇଁ ଏହାର କେତେ ଜରୁରୀ ସେନେଇ କୁଳପତିଙ୍କ ଠାରୁ ଆରମ୍ଭ କରି ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଅବଗତ କରାଯିବ । ଯେପରି ସେମାନେ ଏହାକୁ ନେଇ ଆଗାମୀ ଦିନରେ ନିଜ ନିଜର ଶିକ୍ଷାନୁଷ୍ଠାନ ଏବଂ ଅଧିନରେ‌ ରହିଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ଅବଗତ କରାଇ କାର୍ଯ୍ୟକାରୀ କରାଇବେ ବୋଲି କହିଛନ୍ତି ବ୍ରହ୍ମପୁର କୁଳପତି ।

ନାକ୍ ମାନ୍ୟତା ଶେଷ ହେବାର ପାଞ୍ଚ ବର୍ଷ ବିତିଲାଣି:
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଧିନସ୍ଥ କେତେକ ମହାବିଦ୍ୟାଳୟ ଠାରୁ ଏବଂ ରାଜ୍ୟର ବହୁ ମହାବିଦ୍ୟାଳୟରେ ନାକ୍ ମାନ୍ୟତା ଅବଧି ଶେଷ ହୋଇ ପାଞ୍ଚ ବର୍ଷ ବିତିଲାଣି । ତଥାପି ମହାବିଦ୍ୟାଳୟଗୁଡିକ ନିଜର ଭିତ୍ତିଭୂମି ଏବଂ ଶିକ୍ଷାଦାନ ବ୍ୟବସ୍ଥାକୁ ପୁନଃ ନାକ୍ ଟିମ୍ ଯାଞ୍ଚ କରାଇବା ପାଇଁ ଆବେଦନ କରୁନାହାନ୍ତି ।

ଆବେଦନ ନ କରିବା ପଛରେ ରହୁଛି ଭୟ: ବିଶ୍ବବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟଗୁଡିକ ନାକ୍ ଆବେଦନ ନକରିବା ପଛରେ ଭୟ ରହୁଥିବା କହିଛନ୍ତି ପ୍ରଫେସର ଗୀତାଞ୍ଜଳି ଦାସ । କାଳେ ଆବେଦନ କଲେ ମିଳିବ ନାହଁ କିମ୍ବା ଖୁବ୍ କମ୍ ଗ୍ରେଡ ହୋଇଯିବ ଆଶଙ୍କା କରି ଅନେକ ଏହାକୁ ଆବେଦନ କରୁନାହାନ୍ତି । ଏଣୁ ଏନେଇ ସମସ୍ତ ଅଧ୍ୟକ୍ଷମାନଙ୍କୁ ନାକ୍ ମାନ୍ୟତାର ଆବଶ୍ୟକତା ଏବଂ ଏହି ମାନ୍ୟତା ପାଇବା ପରେ କ'ଣ ସବୁ ସୁବିଧା ହେବ ସେ ସମ୍ପର୍କରେ ନିଜେ ଅବଗତ କରାଉଥିବା କହିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 20, 2024, 6:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.