ETV Bharat / state

ଗବେଷଣା କ୍ଷେତ୍ରରେ ସୁବିଧା ପାଇବେ ଛାତ୍ରଛାତ୍ରୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ମଧ୍ୟରେ ଚୁକ୍ତି - BU MOU with ZSI

BU MOU with ZSI: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ମଧ୍ୟରେ ସ୍ବାକ୍ଷରିତ ହେଲା ଚୁକ୍ତିପତ୍ର । ବଢିବ ଗବେଷଣା କ୍ଷେତ୍ରରେ ସୁଯୋଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 4, 2024, 8:33 PM IST

BU MOU with ZSI
BU MOU with ZSI
BU MOU with ZSI

ବ୍ରହ୍ମପୁର: ଗବେଷଣା କ୍ଷେତ୍ରରେ ଆହୁରି ଅଧିକ ସୁଯୋଗ ପାଇବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା ମଧ୍ୟରେ ସ୍ବାକ୍ଷରିତ ହୋଇଛି ଚୁକ୍ତିପତ୍ର। ଗଞ୍ଜାମ ଜିଲ୍ଲାର ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରାଣୀ ସର୍ବେକ୍ଷଣର ନିର୍ଦ୍ଦେଶିକା ଡଃ. ଧ୍ରୀତି ବାନାର୍ଜୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉପସ୍ଥିତ ରହି ଏଭଳି ଉଭୟ ଅନୁଷ୍ଠାନ ମଧ୍ୟରେ ଏହି ଚୁକ୍ତିପତ୍ର ସ୍ୱାକ୍ଷର କରି ଅଦଳ ବଦଳ କରିଥିଲେ ।

ଏନେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପୂର୍ବରୁ ୫ବର୍ଷ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଥିଲା । ତେବେ 2022 ମସିହାରେ ଏହାର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହି ସମୟରେ ଅନେକ ଛାତ୍ରଛାତ୍ରୀ ଗବେଷଣା କ୍ଷେତ୍ରରେ ଆଗକୁ ବଢିଥିଲେ । ଏହାକୁ ହିଁ ଦୃଷ୍ଟିରେ ରଖି ପୁଣି ଆଗାମୀ ୫ ବର୍ଷ ପାଇଁ ଏଭଳି ଚୁକ୍ତି ସ୍ଵାକ୍ଷର ହୋଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ପ୍ରାଣୀ ବିଜ୍ଞାନ ବିଭାଗ, ସାମୁଦ୍ରିକ ବିଜ୍ଞାନ ବିଭାଗ ଓ ପରିବେଶ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀମାନେ ଗବେଷକ ଗବେଷିକା ମାନେ ଏଠାରେ ଥିବା ଉନ୍ନତମାନର ପରୀକ୍ଷାଗାର ବ୍ୟବହାର କରିବା ସହ ଅଧିକା ଜ୍ଞାନ କୌଶଳ ଆହରଣ କରିପାରିବେ। ଏଥିସହ ବଶିଷ୍ଠ ବୈଜ୍ଞାନିକମାନଙ୍କ ଦ୍ବାରା ଅଧିକ ଗବେଷଣାତ୍ମକ ଜ୍ଞାନ ଲାଭ ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଭଞ୍ଜ ବିହାରରେ ଆୟୋଜିତ ହେବ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ଅଧିବେଶନ

ସେପଟେ କେନ୍ଦ୍ରର ନିର୍ଦ୍ଦେଶିକା ଡଃ. ଧ୍ରୀତି ବାନାର୍ଜୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ଚୁକ୍ତି ଦ୍ୱାରା ନୂତନ ଯୁବ ପିଢ଼ୀ ଗବେଷକ ଓ ଗବେଶିକାମାନେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ପିଏଚଡିରେ ନାମ ପଞ୍ଜିକୃତ କରି ଅନେକ ଶିକ୍ଷା ଲାଭ କରିପାରିବେ । ତାହା ସହ ଉଭୟ ମିଳିତରେ ଅଧିକ ଗବେଷଣା ହେଇପାରିବ ବୋଲି କହିଥିଲେ । ଅନ୍ତର୍ଜାତୀୟ ସ୍ତରରେ ଅନଲାଇନ ଓ ଅଫ ଲାଇନ ମାଧ୍ୟମରେ ବିଶିଷ୍ଟ ବୈଜ୍ଞାନିକମାନଙ୍କ ଦ୍ବାରା ଅଧିକ ଜ୍ଞାନ କୌଶଳ ଆହରଣ କରି ଭବିଷ୍ୟତ ଉଜ୍ଜଳ ପାଇଁ ଉଭୟ ଅନୁଷ୍ଠାନ ପଦକ୍ଷେପ ନେଇଥିବା କହିଛନ୍ତି ।

ଏହି ଚୁକ୍ତିନାମା ଭାରତୀୟ ପ୍ରାଣୀ ସର୍ବେକ୍ଷଣର ଗୋପାଳପୁର ନିକଟସ୍ଥ ଆଞ୍ଚଳିକ କେନ୍ଦ୍ର, ବାୟୋଲୋଜି ଆଞ୍ଚଳିକ କେନ୍ଦ୍ରରେ ଅଫିସର ଇନ ଚାର୍ଜ ବୈଜ୍ଞାନିକ ଡ଼ ଅନିଲ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୈଠକରେ ଇଶଚୁରାଇନ ବାୟୋଲୋଜି ଆଞ୍ଚଳିକ କେନ୍ଦ୍ରର ବୈଜ୍ଞାନିକ ଡ଼. ଡ଼ି.ଏସ୍. ସୁମନ, ଏ.ଗୋକୁଳ ଏବଂ ଅବସରପ୍ରାପ୍ତ ବୈଜ୍ଞାନିକ ଡ଼ଃ. ଶୁଭ୍ରେନ୍ଦୁ ଶେଖର ମିଶ୍ର ଉପସ୍ଥିତ ରହିଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡଃ. ତପନ କୁମାର ବାରିକ, ଡଃ. ଜୟ କିଶୋର ସେଠ, ଡ଼ଃ.ଲକ୍ଷ୍ମୀଧର ରାଉତ ଉପସ୍ଥିତ ରହିଥିଲେ । ଏହି ବୁଝାମଣା ପତ୍ରରେ ଉଭୟ ସଂଗଠନ ମଧ୍ୟରେ ଶିକ୍ଷା, ଅନୁସନ୍ଧାନ, ଗବେଷଣା ପାଇଁ ପରୀକ୍ଷାଗାର ସୁବିଧା, ପାଠଚକ୍ର ଏବଂ ଜ୍ଞାନ ବିନିମୟରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଉଭୟ ଅନୁଷ୍ଠାନର ବୈଜ୍ଞାନିକ, ପ୍ରଫେସର, ଗବେଷକ ଏବଂ ଛାତ୍ର ଛାତ୍ରୀ ଙ୍କ ପାଇଁ ଶିକ୍ଷା ଏବଂ ଅନୁସନ୍ଧାନର ବିକାଶ ଦିଗରେ ଏହି ଚୁକ୍ତିନାମା ବିଶେଷ ଭାବରେ ସହଯୋଗ କରିବ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.