ETV Bharat / state

ବିଦେଶରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଠକେଇ, 3 ଗିରଫ

author img

By ETV Bharat Odisha Team

Published : Feb 19, 2024, 9:22 PM IST

Job Scam: ଚାକିରି ନାଁରେ ଠକେଇ ରାକେଟର ପର୍ଦ୍ଦାଫାସ କଲା ପୋଲିସ । ଶିକ୍ଷିତ ଯୁବକଙ୍କୁ ବିଦେଶରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ବିଫୁଳ ଟଙ୍କା ଠକେଇ ଅଭିଯୋଗ । ୯୨ଟି ପାସପୋର୍ଟ ଜବତ କଲା ପୋଲିସ ।ଅଧିକ ପଢନ୍ତୁ

ବିଦେଶରେ ଚାକିରି ଦେବାର ନାଁରେ ଠକେଇ , ତିନି ଗିରଫ ସହ ବିଫୁଳ ପାସପୋର୍ଟ ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ବିଦେଶରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଠକେଇ ଅଭିଯୋଗରେ ତିନି ଗିରଫ । ବ୍ରହ୍ମପୁର ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ତିନି ଜଣ ହେଲେ ବିଶାଖାପାଟଣା ଅଞ୍ଚଳ ନୂତନ ପୋର୍ଟ ପୋଲିସ ଥାନା ଅନ୍ତର୍ଗତ ଚିନ୍ନା ପାଣି ମୋହନ ରେଡ୍ଡୀ (୪୮), ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ପି.ଶ୍ରୀମାଞ୍ଚଳମ୍ (୪୦) ଏବଂ ଶ୍ରୀକାକୁଲମ୍ ଅଞ୍ଚଳର ଟି.ଦିଲେଶ୍ୱର ରାଓ (୩୫) ବୋଲି ଜଣାପଡିଛି । ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରର୍ବଣା ବିବେକ୍ ଏମ୍ ।

ଗିରଫ ଅଭିଯୁକ୍ତଙ୍କ ନିକଟର ୯୨ଟି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପାସପୋର୍ଟ, କେନିଆ ଯିବା ପାଇଁ ୨୦ଟି ଟୁରିଷ୍ଟ ଭିଜା, ବିଭିନ୍ନ ଆବେଦନକାରୀଙ୍କ ସୂଚନା ପତ୍ର ଏବଂ ନିଯୁକ୍ତି ଦେବା ପାଇଁ ହୋଇଥିବା ଆର୍ଥିକ କାରବାରଗୁଡିକର ମୋବାଇଲ୍ ସ୍କିନ୍ ସର୍ଟଗୁଡିକୁ ପୋଲିସ ଜବତ କରିଛି ।

ସୂଚନାଯୋଗ୍ୟ ଗତ ଫେବୃଆରୀ ୫ ତାରିଖରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଳଙ୍ଗଳେଶ୍ୱର ଗ୍ରାମର ପ୍ରଭାତ ଦଳେଇ ବିଦେଶରେ ଚାକିରି କରିବା ପାଇଁ ଗୋଳନ୍ଥରା କୁଠାର ସିଂ ଗ୍ରାମର ସି.ଏଚ ମୋହନ ରେଡ୍ଡୀଙ୍କୁ ମୋଟ ୨୦ ଜଣଙ୍କ କେନିଆରେ ଚାକିରି ଯୋଗାଇବା ପାଇଁ ୯ ଲକ୍ଷ ୭୦ ହଜାର ଟଙ୍କା ନେଇଥିବା ଗୋଷାଣି ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଏପରିକି ଠକେଇ କରିଥିବା ବ୍ୟକ୍ତି ଜଣଙ୍କ ବିଭିନ୍ନ ଯୁବକଙ୍କଠାରୁ ୯୨ଟି ପାସପାର୍ଟକୁ ନେଇ ନିଜ ପାଖରେ ରଖିଥିବା ପୋଲିସକୁ ଅବଗତ କରାଇଥିଲେ । ତେବେ ଅଭିଯୁକ୍ତ ଜଣଙ୍କ ୨୦ଜଣ ଆଶାୟୀ ଯୁବକଙ୍କୁ ନିଯୁକ୍ତି ଭିଜା ପ୍ରଦାନ କରିବା ବଦଳରେ ଟୁରିଷ୍ଟ ଭିଜା ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ......ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରି କରାଇଦେବା ମାମଲା, ୨ ଅଭିଯୁକ୍ତ ଗିରଫ

ଏପରି କି ଟୁରିଷ୍ଟ ଭିଜା ପ୍ରଦାନ କରିଥିବା ସି.ଏଚ୍ ମୋହନ ପ୍ରତ୍ୟେକଙ୍କ ଠାରୁ ୪୮,୫୦୦ ଟଙ୍କା ଲେଖାଏଁ ସମୁଦାୟ ୯ଲକ୍ଷ ୭୦ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା ।ଏହି ଆର୍ଥିକ କାରବାରର ବ୍ରହ୍ମପୁର ଷ୍ଟେସନରୋଡ ଠାରେ ରହିଥିବା ମମତା ଗେଷ୍ଟ ହାଉସରେ ହୋଇଥିବାବେଳେ ୟୁପିଆଇ ଏବଂ ନଗଦ ଅର୍ଥ ରାଶି ଗ୍ରହଣ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ଏବଂ ସେମାନଙ୍କ ସାଥୀମାନେ କେନିଆ ଯିବା ପାଇଁ ଏୟାର ଟିକେଟ କରିବାକୁ ଫୋନ ମାଧ୍ୟମରେ ଅନେକବାର ଯୋଗାଯୋଗ କରିଥିଲେ । ହେଲେ ଅଭିଯୁକ୍ତ ଜଣକ ଧରାଛୁଆଁ ଦେଇନଥିଲେ । ଶେଷରେ ଆଶାୟୀ ଯୁବକମାନେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ।

ଯାହାକୁ ନେଇ ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ପୋଲିସ ମାମଲା ନଂ-୩୪ ରୁୁଜୁ କରି (PS case No.34 dated 05.02.2024 U/S 420/294 IPC )ରେ ଘଟଣାର ତଦନ୍ତ କରିଥିଲା । ସାଧାରଣ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଠକେଇ କରିବା, ବିଦେଶରେ ଚାକିରି ଦେବା ନାମରେ ପାସପୋର୍ଟ ସଂଗ୍ରହ କରି ରଖି ଟୁରିଷ୍ଟ ଭିଜା ଦେବା ସଂପୃକ୍ତ ରହିଥିବା ତିନି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.