ETV Bharat / state

ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପ୍ରଦୀପ, କହିଲେ ବିଜେଡିରେ ରହିବାକୁ ଲୋକଙ୍କୁ ଦେଉଛନ୍ତି ଧମକ - PRADEEP TARGETS BJD

author img

By ETV Bharat Odisha Team

Published : Mar 30, 2024, 8:43 AM IST

Pradeep Targets Police: ବିଜେପିର ପ୍ରାର୍ଥୀ ଘୋଷଣା ପରେ ପ୍ରଦୀପ ପ୍ରାଣିଗ୍ରାହୀଙ୍କୁ ଛତ୍ରପୁରରେ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସେ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରିଛନ୍ତି ସେ ।

ବିଜେଡି ଛୋଡ଼ ବିଜେପି ଯୋଡ଼ ଏବଂ ଲେଖା ଛିଡ: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ଛତ୍ରପୁରରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ । ଗତକାଲି(ଶୁକ୍ରବାର) ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ।

ପ୍ରଦୀପ କହିଛନ୍ତି, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଧମକ ଦେଉଛନ୍ତି । ବିଜେଡିରେ ରୁହ ବୋଲି ନେତା, କର୍ମୀ ଏବଂ କଣ୍ଟ୍ରାକ୍ଟର ମାନଙ୍କୁ ଧମକ ଦେଉଛନ୍ତି । ଯାହାକୁ ମୁଁ ଦୃଢ଼ ବିରୋଧ କରୁଛି । ନିର୍ବାଚନ କମିଶନରଙ୍କ ଦାୟିତ୍ବ ରହିଛି ମୁଁ ଅନୁରୋଧ କରୁଛି ଏହାର ତଦନ୍ତ କରନ୍ତୁ । ଏଥିସହ ଗଞ୍ଜାମ ଜିଲ୍ଲାକୁ କିଛି ପୁରୁଖା ଅଧିକାରୀ ମାନେ ଯେଉଁମାନେ ବାରମ୍ବାର ଏଠି ପୋଷ୍ଟିଂ ହୁଅନ୍ତି । ନିର୍ବାଚନ ସମୟରେ ଏବଂ ନିର୍ବାଚନ ସରିଲା ପରେ ବାହାରକୁ ଯାଆନ୍ତି । ଏଥିସହ ସମସ୍ତ ସରକାରୀ ଅଧିକାରୀ ଏବଂ ପୋଲିସ ବିଜେଡି ପାଇଁ ପାର୍ଟି ୱାର୍କ (ଦଳ ପାଇଁ କାମ କରିବା) କରନ୍ତି । ତେଣୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରୁଛି ଏକ ମୁକ୍ତ ଅବାଧ ନିରପେକ୍ଷ ସ୍ବଚ୍ଛ ନିର୍ବାଚନ କରନ୍ତୁ ।"

ସେ ଆହୁରି ମଧ୍ୟ କହିଛନ୍ତି ,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪- ୨୪ ଦଶ ବର୍ଷରେ ଓଡ଼ିଶାକୁ ୧୯ ଲକ୍ଷ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ବାଟମାରଣା କରି ନିଜର ବୋଲି ପ୍ରଚାର ଓ ପ୍ରସାର କରିବାରେ ଲାଗିଛି । ପ୍ରଚାର ସର୍ବସ୍ବ ଦଳକୁ ରାଜ୍ୟବାସୀ ଚିହ୍ନି ପରିବର୍ତ୍ତନ କରିବାକୁ ମନସ୍ଥ କରି ସାରିଲେଣି । ଏଣୁ ସମସ୍ତେ ଏକ ହୋଇ କାମ କରିବା ।"

ଏହା ମଧ୍ୟ ପଢନ୍ତୁ.....ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ: ବିଜେପି - Bjp Targets Bjd

ଏହି ଅବସରରେ ଛତ୍ରପୁର ବ୍ଲକର କିଛି ବିଜେଡି ନେତା ବିଜେପିରେ ସାମିଲ ହୋଇଥିଲେ । ସେପଟେ ଦଳରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ କରାଯାଇଥିବା ବେଳେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଇଥିବା କହିଛନ୍ତି ବିଜେଡି ଛାଡି ବିଜେପିରେ ଯୋଗଦାନ କରିଥିବା ବରିଷ୍ଠ ନେତା ବନମାଳୀ ସେଠୀ । ଉକ୍ତ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ବିଜେପି ନେତା ବନମାଳୀ ସେଠୀଙ୍କ ସମେତ ବହୁ କର୍ମୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.