ETV Bharat / state

ଅକ୍ଟୋବର ନୁହେଁ ଜାନୁଆରୀରୁ ହିତାଧିକାରୀଙ୍କୁ PDS ଗହମ: ଯୋଗାଣ ମନ୍ତ୍ରୀ

ଅକ୍ଟୋବର ବଦଳରେ ଆସନ୍ତା ଜାନୁଆରୀ ମାସରୁ ଓଡ଼ିଶାରେ ହିତାଧିକାରୀ PDS ଗହମ ପାଇବେ । ବିତରଣ ପ୍ରକ୍ରିୟା ପାଇଁ ସମୟ ଲାଗିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ସୂଚନା ।

ଅକ୍ଟୋବର ନୁହେଁ ଜାନୁଆରୀରୁ ହିତାଧିକାରୀଙ୍କୁ ମିଳିବ ଗହମ: ଯୋଗାଣ ମନ୍ତ୍ରୀ
ଅକ୍ଟୋବର ନୁହେଁ ଜାନୁଆରୀରୁ ହିତାଧିକାରୀଙ୍କୁ ମିଳିବ ଗହମ: ଯୋଗାଣ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 2:43 PM IST

ଭୁବନେଶ୍ବର: ରାଜ୍ୟରେ ପିଡିଏସ-(PDS) ହିତାଧିକାରୀଙ୍କୁ ଗହମ ମିଳିବା ନେଇ ଯେଉଁ ଆକଳନ କରାଯାଉଥିଲା, ସେଥିରେ ସାମାନ୍ୟ ବିଳମ୍ବ ହେବ । ଅକ୍ଟୋବର ମାସ ନୁହେଁ ବରଂ ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ । ଗୋଦାମ ବ୍ୟବସ୍ଥା ଓ ପରିବହନ ପାଇଁ ଟେଣ୍ଡ ହୋଇନଥିବାରୁ ଗହମ ଯୋଗାଣରେ ବିଳମ୍ବ ହେବ । ଜାନୁଆରୀରେ ହିତାଧିକାରୀଙ୍କୁ ଗହମ ପ୍ରଦାନ କରିବା ଲାଗି ଯୋଗାଣ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

କେଉଁ ଜିଲ୍ଲାରେ କେତେ ପରିମାଣର ଗହମ ଆବଶ୍ୟକ, ସେ ନେଇ ଜିଲ୍ଲା ଅଧିକାରୀମାନେ ତଥ୍ୟ ଦେବେ । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅକ୍ଟୋବର ନୁହେଁ ଜାନୁଆରୀରୁ ହିତାଧିକାରୀଙ୍କୁ ମିଳିବ ଗହମ: ଯୋଗାଣ ମନ୍ତ୍ରୀ (ETV Bharat Odisha)
  • କେନ୍ଦ୍ରରୁ ଗହମ ଆସିଛି, କିନ୍ତୁ ବିତରଣ ପ୍ରକ୍ରିୟା ପାଇଁ ବିଳମ୍ବ

ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି," କେନ୍ଦ୍ରରୁ ଆସିଥିବା ଗହମ ଆମ ହସ୍ତଗତ ହୋଇଛି । କିନ୍ତୁ ଗହମ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ । ଗହମ ଟ୍ରାନ୍ସପୋର୍ଟେସନ ପ୍ରକ୍ରିୟା ଟେଣ୍ଡର ଜରିଆରେ ହେବ । ଏହା ଏବେ ସୁଦ୍ଧା ହୋଇପାରିବ ନାହିଁ । ଜିଲ୍ଲାରେ ଗହମ ରଖିବା ଲାଗି ଗୋଦାମ ମଧ୍ୟ ଦରକାର । ଗୋଦାମ ବ୍ୟବସ୍ଥା ହୋଇପାରି ନାହିଁ । ଏହି ସବୁ କାରଣରୁ ଗହମ ପ୍ରଦାନ କାର୍ଯ୍ୟ 2 ମାସ ବିଳମ୍ବ କରିବା ଲାଗି ନିଷ୍ପତ୍ତି ନେଇଛୁ । ଜାନୁଆରୀରେ ଗହମ ଦେବାରେ ଅସୁବିଧା ନାହିଁ । ହିତାଧିକାରୀ ଚୟନ ଚାଲିଛି । "

  • ରାଜ୍ୟରେ କିଛି ଲୋକ ଗହମ ଚାହାନ୍ତି, ଆଉ କିଛି ଚାହାନ୍ତି ନାହିଁ:-

ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମ ରାଜ୍ୟରେ ବହୁ ଲୋକ ଗହମ ଚାହୁଁ ନାହାନ୍ତି । ଅଳ୍ପ ଲୋକ ଗହମ ଚାହୁଁଛନ୍ତି । ପ୍ରତ୍ୟେକ ଜିଲ୍ଲାରେ କେତେ ଗହମ ଆବଶ୍ୟକ ସେ ନେଇ ତଥ୍ୟ ମଗାଯାଇଛି । ସେହି ଅନୁସାରେ ଗହମ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଗହମ ପଠେଇବା ଲାଗି ବ୍ୟବହାର ହେବାକୁ ଥିବା ଗାଡି ପାଇଁ ଟେଣ୍ଡର ହେବ । ଟ୍ରାନ୍ସପୋର୍ଟେସନ ସଂସ୍ଥା ଚୟନ ହେବ । ଉକ୍ତ ସଂସ୍ଥା ଜିଲ୍ଲାରେ ଗହମ ପହଁଚେଇବ । ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ନଭେମ୍ବରରୁ ନୂଆ ରାସନ କାର୍ଡ, କାହାର କଟିବ-କାହାର ଆସିବ ସସପେନ୍ସ ଜାରି

ଏହା ମଧ୍ୟ ପଢନ୍ତୁ:- କେବେ ସରିବ ଇ-କେୱାଇସି, କେବେ ମିଳିବ ନୂଆ ରାସନ କାର୍ଡ, ଫିଜିକାଲ କେୱାଇସି କଣ ? ଜାଣନ୍ତୁ - Ration Card E KYC

ଏହା ମଧ୍ୟ ପଢନ୍ତୁ :- ଏହିମାନଙ୍କ କଟିଯିବ ରାସନ କାର୍ଡ; ଶୀଘ୍ର କରନ୍ତୁ eKYC ଅପଡେଟ୍‌ - Ration Card eKYC

  • ରାଜ୍ୟରେ ଶେଷ ହେଲାଣି 85 ପ୍ରତିଶତ E-KYC ଅପଡେଟେସନ:-

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ E-KYC ପ୍ରକ୍ରିୟା ଚାଲିଛି । ଏହା ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ପ୍ରାୟ 85 ପ୍ରତିଶତ E-KYC ପ୍ରକ୍ରିୟା ଶେଷ ହୋଇଛି । ଆଉ ପ୍ରାୟ 15 ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହୋଇପାରେ । 16 ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ମୁଁ ଅନୁମାନ କରୁଥିଲି । କିନ୍ତୁ ପ୍ରକ୍ରିୟା ଶେଷ ହେବା ପରେ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ କହିହେବ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.