ETV Bharat / state

ଆଜି ବସନ୍ତ ପଞ୍ଚମୀ, ବିରାଜିଲେ ମା' ବାଗଦେବୀ

Basant Panchami: ଆଜି ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି। ଏହି ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ତେବେ ମା'ଙ୍କ ଆଗମନକୁ ନେଇ ଉତ୍ସବମୁଖର ଗଗନ ପବନ । ଅଧିକ ପଢନ୍ତୁ

ବସନ୍ତ ପଞ୍ଚମୀ
ବସନ୍ତ ପଞ୍ଚମୀ
author img

By ETV Bharat Odisha Team

Published : Feb 14, 2024, 5:55 AM IST

ହାଇଦ୍ରାବାଦ: ବିଦ୍ୟାଂ ଦେହୀ ନମୋସ୍ତୁତେ । ଆଜି ପବିତ୍ର ବସନ୍ତ ପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ମା' ସରସ୍ବତୀଙ୍କୁ ଆରାଧନା କରିବାର ଦିନ । ମା'ଙ୍କ ଆଗାମନ ଅର୍ଥାତ ସରସ୍ବତୀ ପୂଜା ନେଇ ସବୁଠି ଆନନ୍ଦ ଉତ୍ସାହ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଇଥାଏ ।

ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ବତୀଙ୍କୁ । ମା' ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ବସନ୍ତ ପଞ୍ଚମୀ ଦିନଠାରୁ ଆରମ୍ଭ ହୁଏ ବସନ୍ତ ଋତୁ । ଏଥର ବସନ୍ତ ପଞ୍ଚମୀ ଦିନ ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗର ବିଶେଷ ସଞ୍ଜୋଗ ହେବ । ମା’ଙ୍କୁ ଶ୍ବେତ ଅର୍ଥାତ ଧଳା ରଙ୍ଗର ଫୁଲ ଏବଂ ହଳଦିଆ ବହୁତ ପସନ୍ଦ ହୋଇଥାଏ । ତେଣୁ ତାଙ୍କୁ ଧଳା ପୁଷ୍ପରେ ପୂଜା କରନ୍ତୁ । ଦେବୀ ସରସ୍ବତୀଙ୍କୁ ପୂଜା କରିବା ଦ୍ବାରା ଜ୍ଞାନ ବଢିଥାଏ । ବିଶେଷକରି ଛାତ୍ରଛାତ୍ରୀମାନେ ମାଆଙ୍କୁ ବିଧିବିଧାନର ସହ ପୂଜା କରିଥାଆନ୍ତି । ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା' ସରସ୍ବତୀ ।

ଏହା ମଧ୍ୟ ପଢନ୍ତୁ: ଆଜି ପବିତ୍ର ସରସ୍ବତୀ ପୂଜା, ବିରାଜିଛନ୍ତି ବିଦ୍ୟାଦାତ୍ରୀ

ମା'ଙ୍କୁ ଆରଧନା କରିଛନ୍ତି ବିଦ୍ୟାର୍ଥୀ । ସୂର୍ଯ୍ୟୋଦୟ ପୂର୍ବରୁ ବିଦ୍ୟାର୍ଥୀମାନେ ଫୁଲ ତୋଲିଥାଆନ୍ତି । ଘରକୁ ଫୁଲକୁ ଆଣି ନୂଆ ବସ୍ତ୍ର ପରିଧାନ କରି ପୁଷ୍ପାଞ୍ଜଳି ଦେଇଥାଆନ୍ତି । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ । ବିଦ୍ୟା ସରସ୍ବତୀଙ୍କ ସ୍ବରୁପ ଓ ଶକ୍ତି । ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନଥାନ୍ତି । ମା'ଙ୍କ ଆଶୀର୍ବାଦ ଥିଲେ ଜୀବନର ସବୁ ପରୀକ୍ଷାରେ ସଫଳତା ମିଳେ । ଖାଲି ସେତିକି ନୁହେଁ ସରସ୍ବତୀ କଣ୍ଠରେ ବିରାଜିଲେ ଜଣେ ଉତ୍ତମ ଗାୟକ ହୋଇପାରେ ବିଶ୍ବାସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.