ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ହଷ୍ଟେଲ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ବାରିପଦା ବିଧାୟକ

author img

By ETV Bharat Odisha Team

Published : Feb 2, 2024, 11:02 AM IST

Updated : Feb 2, 2024, 11:16 AM IST

Students fall sick after consuming hostel food: ମଧ୍ୟାହ୍ନ ଭୋଜନ ଖାଇବା ପରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲର ୨୦ରୁ ଅଧିକ ଛାତ୍ରୀ ଅସୁସ୍ଥ । ଖବର ପାଇ ଡାକ୍ତରଖାନାରେ ପହଞ୍ଚିଲେ ବାରିପଦା ବିଧାୟକ । ଅଧିକ ପଢନ୍ତୁ

Students fall sick after consuming hostel food
ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ହଷ୍ଟେଲ ଛାତ୍ରୀ ଅସୁସ୍ଥ!
ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ହଷ୍ଟେଲ ଛାତ୍ରୀ ଅସୁସ୍ଥ

ରାଇରଙ୍ଗପୁର: ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଊର୍ଦ୍ଧ୍ବ ହଷ୍ଟେଲ ଛାତ୍ରୀ ଅସୁସ୍ଥ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର 20ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ହସ୍ପିଟାଲରେ ବାରିପଦା ବିଧାୟକ ପହଞ୍ଚି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପିଲାମାନେ ଅସୁସ୍ଥ ଅନୁଭବ କରିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ..ହଷ୍ଟେଲ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ, ଜାରି ରହିଛି ଚିକିତ୍ସା

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ଗୁରୁବାର ଦିନ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନ ଭୋଜନ ସମସ୍ତ ଛାତ୍ରୀ ଖାଇଥିଲେ । ଏହାପରେ କିଛି ଛାତ୍ରୀଙ୍କୁ ଅସୁସ୍ଥତା ଅନୁଭବ ହେବା ସହ ଜ୍ବର, ଝାଡ଼ା ଓ ବାନ୍ତି ହୋଇଥିଲା । ତେବେ ଛାତ୍ରୀ ନିବାସରେ ୯୮ ଜଣ ଛାତ୍ରୀ ରହୁଥିବା ବେଳେ ପ୍ରାୟ ୨୦ରୁ ୨୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଏ ସମ୍ପର୍କରେ ଛାତ୍ରୀନିବାସର ମେଟ୍ରୋନଙ୍କୁ ଜଣାଇବାରୁ ସେ ଅସୁସ୍ଥ ଥିବା ସମସ୍ତ ଛାତ୍ରୀମାନଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଆଣିବା ସହ ସେମାନଙ୍କର ଅଭିଭାବକ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ପରେ ସନ୍ଧ୍ୟା ସମୟରେ ମଧ୍ୟ ଆଉ କିଛି ଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପାଚିକା ଓ ଛାତ୍ରଛାତ୍ରୀ

ଅନ୍ୟପଟେ ଏନେଇ ଖବର ପାଇବା ପରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବୁଝିଥିଲେ । ଏଥିସହ କିଛି ଛାତ୍ରୀଙ୍କ ଚିକିତ୍ସାରେ ବିଳମ୍ବ ହେବାରୁ ବିରକ୍ତ ପ୍ରକାଶ କରିଛନ୍ତି । ଏଥି ସହିତ ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଳମ୍ବରେ ଡାକ୍ତରଖାନା ପହଞ୍ଚିବାରୁ ତାଙ୍କୁ ମଧ୍ୟ ତାଗିଦ କରିଥିଲେ ।

ଅନ୍ୟପଟେ ଡାକ୍ତର ବୁଦ୍ଧିଆ ମାଝୀଙ୍କ କହିବା ଅନୁଯାୟୀ, ଅସୁସ୍ଥ ଥିବା ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ଜ୍ବର, ଝାଡ଼ା ଓ ବାନ୍ତି ହେଉଥିବା ଛାତ୍ରୀମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ତେବେ ପେଟ ଜନିତ ସଂକ୍ରମଣ ଯୋଗୁ ଏପରି ହୋଇଥିବା ଡାକ୍ତର ଅନୁମାନ କରୁଥିବା ବେଳେ ଟେଷ୍ଟ ରିପୋର୍ଟ ଆସିବା ପରେ ଅସୁସ୍ଥତାର ସଠିକ କାରଣ ଜଣା ପଡ଼ିବ ବୋଲି ସେ କହିଛନ୍ତି । ତେବେ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରେ ରହିଥିବାର କହିଛନ୍ତି ଡାକ୍ତର ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Feb 2, 2024, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.